ETV Bharat / bharat

ଧନତେରସରେ ଧନଧାନ୍ୟରେ ପୂରି ଉଠିବ ଘର, ଜାଣନ୍ତୁ ପୂଜା ଏବଂ ସୁନା କିଣିବାର ଶୁଭ ମୁହୂର୍ତ୍ତ - DHANTERAS 2024

ଦୀପାବଳି ପୂର୍ବରୁ ପଡ଼େ ଧନତେରସ । ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ପୂଜା ଏବଂ ସୁନା କିଣିବା ପାଇଁ ରହିଛି ଶୁଭ ମୁହୂର୍ତ୍ତ ।

dhanteras
dhanteras (ETV BHARAT ODISHA)
author img

By ETV Bharat Odisha Team

Published : Oct 29, 2024, 9:43 AM IST

ହାଇଦ୍ରାବାଦ: ଆଜି ପବିତ୍ର ପର୍ବ ଧନତେରସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିଲା । ସେହି ଦିନ ଧନତେରସ ବା ଧନ ତ୍ରୟୋଦଶୀ ନାମରେ ପରିଚିତ । ଧନତେରସକୁ ଦୀପାବଳି ପର୍ବ ଆରମ୍ଭ ପ୍ରତୀକ ବୋଲି କୁହାଯାଏ । ଦୀପବାଳିର 2 ଦିନ ପୂର୍ବରୁ ଏହାକୁ ପାଳନ କରାଯାଏ । ଏହିଦିନ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନ ନୂଆ ବାସନ, ସୁନା ଏବଂ ରୂପା ଅଳଙ୍କାର କିଣିବା ଶୁଭ ବୋଲି ବିବେଚନା କରାଯାଏ ।

ଧନତେରସର ଶୁଭ ମୁହୁର୍ତ୍ତ

ଧନତେରସର ଶୁଭମୁହୁର୍ତ୍ତ ଆଜି ସକାଳ 10ଟା 31 ମିନିଟରୁ ଆରମ୍ଭ ହୋଇ ଆସନ୍ତାକାଲି ଦିନ 1ଟା 15 ମିନିଟ ପର୍ଯ୍ୟନ୍ତ ରହିଛି ।

ଏହି ସମୟରେ କରନ୍ତୁ ପୂଜା:

ପୂଜା ସମୟ ଅପରାହ୍ନ 6:31 ରୁ ସନ୍ଧ୍ୟା 8:31 ପର୍ଯ୍ୟନ୍ତ ରହିଛି । ଯାହାର ଅବଧି 2 ଘଣ୍ଟା 31 ମିନିଟ୍ ।

ସୁନା କିଣିବାର ଶୁଭ ସମୟ:

ସୁନା କିଣିବା ପାଇଁ ଶୁଭ ସମୟ ହେଉଛି 11ଟା 42 ମିନିଟରୁ 12ଟା 27 ମିନିଟ । ଏହି ସମୟରେ ସୁନା କିଣିଲେ ପରିବାରରେ କେବେ ଧନର ଅଭାବ ରହିବ ନାହିଁ ।

ଧନତେରସର ଶୁଭ ଯୋଗ:

ତ୍ରିପୁଷ୍କର ଯୋଗ: ସକାଳ 6.31 ରୁ ଦିନ 10.31

ଅମୃତ କାଳ: ସକାଳ 10.25 ରୁ ଅପରାହ୍ନ 12.13

ଏହା ମଧ୍ୟ ପଢନ୍ତୁ-ଧନତେରାସରେ ହେବ ମା' ଲକ୍ଷ୍ମୀଙ୍କ କୃପା, ଏହି ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତି

ଏହା ମଧ୍ୟ ପଢନ୍ତୁ-ଦିପାବଳୀ, ଧନତେରସ କେବେ ? ଭାଇଦୁଜ କେବେ ପାଳିବେ, ନୋଟ୍ କରନ୍ତୁ ତାରିଖ, ଦୂର ହେବ କନଫ୍ୟୁଜନ୍

ଧନତେରସ ପୂଜା ବିଧି

ଧନତେରସର ସନ୍ଧ୍ୟାରେ ଉତ୍ତର ଦିଗରେ କୁବେର ଏବଂ ଧନ୍ବନ୍ତରୀଙ୍କୁ ସ୍ଥାପନା କରିବା ଉଚିତ । ଏଥିସହ ଏକ ଘିଅ ଦୀପ ଜଳାଇବା ଉଚିତ । ପୂଜା ସମୟରେ ଓମ୍ ହରିମ୍ କୁବେରିଆ ନାମ ଜପ କରିବେ ଏବଂ ଧନୱନ୍ତରୀ ସ୍ତୋତ୍ର ମଧ୍ୟ ପଢିବା ଉଚିତ ।

ଧନତେରସ ପୌରାଣିକ କଥା:

କିମ୍ବଦନ୍ତୀ ଅନୁଯାୟୀ, ଯେତେବେଳେ କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନ୍ବନ୍ତରୀ ସମୁଦ୍ରର ମନ୍ଥନରୁ ବାହାରିଥିଲେ, ସେତେବେଳେ ତାଙ୍କ ହାତରେ ଅମୃତ ଭର୍ତ୍ତି ଏକ କଳସ ଥିଲା । ଭଗବାନ ଧନ୍ବନ୍ତରୀ କଳସ ସହ ଆର୍ବିଭାବ ହୋଇଥିଲେ । କୁହାଯାଏ ଯେ ସେବେଠାରୁ ଧନତେରସ ପର୍ବ ପାଳନ କରିବା ଆରମ୍ଭ ହୋଇଥିଲା । ଧନତେରସ ଦିନ ବାସନ କିଣିବାର ଏକ ପରମ୍ପରା ମଧ୍ୟ ଅଛି । ଏହାଦ୍ବାରା ସୁଖ, ସମୃଦ୍ଧି ଏବଂ ଭଲ ସ୍ୱାସ୍ଥ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଧନତେରସ ଦିନ, ଧନ ଦେବତା କୁବେରଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ।

ଧନତେରସ ମହତ୍ତ୍ବ:

ଯେହେତୁ ଆୟୁର୍ବେଦର ଭଗବାନ ପ୍ରଥମେ ଧନତେରସ ପୂଜାରେ ଆବିର୍ଭୂତ ହୋଇଥିଲା, ଏହାକୁ ଜାତୀୟ ଆୟୁର୍ବେଦ ଦିବସ ଭାବରେ ମଧ୍ୟ ମାନ୍ୟତା ଦିଆଯାଇଛି । ଲୋକମାନେ ଏହି ଦିନ ରଙ୍ଗୋଲି, ଦୀପ ଏବଂ ବିଭିନ୍ନ ଆଲୋକମାଳା ସହିତ ନିଜ ଘରକୁ ସଜାଇଥାଆନ୍ତି । ଏହା ସହିତ, ନୂଆ ପୋଷାକ ପରିଧାନ କରିବା ସହ ଦାନ ଧର୍ମ କରିଥାଆନ୍ତି ଏବଂ ଏହି ଦିନ ସୁନା, ପିତ୍ତଳ କିମ୍ବା କାଂସ୍ୟ ସାମଗ୍ରୀ କିଣିବା ଦ୍ବାରା ସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.