ETV Bharat / state

କାଲିଠୁ ଏକାମ୍ର ଉତ୍ସବ, ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ - EKAMRA UTSAV BHUBANESWAR

ପ୍ରବାସୀ ଭାରତୀୟ ଦିବସ ପାଇଁ ପୁଣି ଆରମ୍ଭ ହେବ ଏକାମ୍ର ଉତ୍ସବ । ଆଲୋକରେ ସଜେଇ ହେବ ଭୁବନେଶ୍ୱର ।

Ekamra Utsav 2025
Ekamra Utsav 2025 (ETV Bharat Odisha)
author img

By ETV Bharat Odisha Team

Published : Jan 4, 2025, 10:51 PM IST

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ପୁଣି ଆରମ୍ଭ ହେବ 'ଏକାମ୍ର ଉତ୍ସବ', ଜମିବ ଖାଦ୍ୟ ଓ ପାର୍କ ଉତ୍ସବ, ଆଲୋକରେ ସଜେଇ ହେବ ଭୁବନେଶ୍ୱର । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି 'ଏକାମ୍ର ଉତ୍ସବ' । ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ ।

ଜାନୁଆରୀ 5ରୁ ଏକାମ୍ର ଉତ୍ସବ:

ପ୍ରବାସୀଙ୍କୁ ମନୋରଞ୍ଜନ କରିବା ପାଇଁ ବିଡ଼ିଏର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଏକାମ୍ର ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଏଥର ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏକାମ୍ର ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିବା ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତଥର ହେବନାହିଁ । ସେହି ସ୍ଥାନରେ ଆଦିବାସୀ ମେଳା କରାଯାଉଥିବା ବେଳେ ପ୍ରବାସୀ ଭାରତୀୟ ଦେଖିବେ ଆଦିବାସୀ କଳା ସଂସ୍କୃତି ପରମ୍ପରା ଓ ଖାଦ୍ୟ ସମ୍ଭାରର ଝଲକ ।

Ekamra Utsav starts from January 5 (ETV Bharat Odisha)

ଡବଲ ଡେକର ବସରେ ବୁଲିବେ ଅତିଥୀ:

ନାଚ ଗୀତ ନୁହେଁ ପ୍ରବାସୀ ଦେଖିବେ ଓଡ଼ିଆ ଜନଜାତିଙ୍କ ଚଳଣି ଆଉ ଖାଇବେ ତାଙ୍କ ପାରମ୍ପରିକ ଓ ଖାଦ୍ୟ । ଏନେଇ ଜାନୁଆରୀ ୨୬ରେ ହେବାକୁ ଥିବା ଆଦିବାସୀ ମେଳା ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ କରାଯାଉଛି । ଚଳିତ ବର୍ଷ ଏକାମ୍ର ଉତ୍ସବ ପାଇଁ ୩.୫ ରୁ ୪ କୋଟିର ବ୍ୟୟ ଅଟକଳ ରଖାଯାଇଛି ବୋଲି କହିଛନ୍ତି ବିଡିଏ ଭିସି । ଏଥିସହ ଏକାମ୍ର ଉତ୍ସବରେ ପ୍ରବାସୀ ଭାରତୀୟ ଅତିଥିଙ୍କୁ ବୁଲାଇବା ଡବଲ ଡେକର ବସର ସୁବିଧା କରାଯାଇଛି । ୬ଟି ଡବଲ ଡେକର ବସରେ ୨୮ ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ । ୩ଟି ସହର କଟକ, ପୁରୀ ଓ ଖୋର୍ଦ୍ଧାରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ । ଏଥିପାଇଁ ୩ଟି ସ୍ୱତନ୍ତ୍ର ରୁଟରେ ବୁଲିବା ପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ଭିସି ।

Ekamra Utsav 2025
Ekamra Utsav 2025 (ETV Bharat Odisha)
ଖାଦ୍ୟ ମହୋତ୍ସବ:

ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ । ଏହି ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ରହିବ । ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିବ । ହାରୋ ପକ୍ଷରୁ ୧୪ଟି ଷ୍ଟଲ ଲାଗିବ । ଫୁଡ ଫେଷ୍ଟିଭାଲରେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବ । ବିଭିନ୍ନ ଓଡ଼ିଆ ଖାଦ୍ୟକୁ ଖାଇବେ ଅତିଥି ।

ପାର୍କ ଉତ୍ସବ:
ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହେବ । ସକାଳ ୬ଟା୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।

ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯିବ । ସେହିପରି ଅପରାହ୍ନ ୩:୩୦ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେବ ।ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ଚାଲିବ । ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ । ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଚିକମିକ ଆଲୁଅରେ ଝଲସିବ ରାଜଧାନୀ:

ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଚିକମିକ୍‌ ଆଲୋକରେ ଝଲସିବ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର ୮ କିଲୋମିଟର ରାସ୍ତାର ସୁନ୍ଦର ଭାବରେ ଆଲୋକୀକରଣ କରାଯାଇଛି । ଆସନ୍ତା ୫ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବ ।

ଫ୍ଲି ମାର୍କେଟ:

ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀୟ ଅଂଶ ହେବ । ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ । ଏହା ପର୍ଯ୍ୟଟକ, ଅତିଥି ତଥା ସାଧାରଣ ଜନତାଙ୍କ ପାଇଁ ଶୀତକାଳୀନ ଅନୁଭବ ଦେବବା ସହ ସୃଜନଶୀଳତା ଓ ଘରୋଇ ବାଣିଜ୍ୟ କାରବାର ନେଇ ଏକ ହବ ପାଲଟିବ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହେବ । ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ । ଏଥିସହ ମନୋରଞ୍ଜନ ନେଇ ଖ୍ୟାତନାମା କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ସୋ କାର୍ଯ୍ୟକ୍ରମମାନ ରହିଛି । ଟେରାକୋଟା, ତାଳପତ୍ର ଖୋଦେଇ, ପଥର ଖୋଦନ, ପଟ୍ଟଚିତ୍ର ପେଣ୍ଟିଂ, ଚାନ୍ଦୁଆ, କାଠ ଖୋଦେଇ ଭଳି ପ୍ରସିଦ୍ଧ କଳା ପଛରେ ଥିବା ଜଟିଳ ପ୍ରକ୍ରିୟାଗୁଡ଼ିକୁ ଦେଖିବାର ସୁଯୋଗ ପାଇବେ ଲୋକେ ।

ଏକାମ୍ର ୱାକସ୍:

ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ଭାବେ 'ଏକାମ୍ର ୱାକ୍ସ' ଡ଼ିସେମ୍ବର ୨୫, ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱରର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନିକଟରୁ ଜାଣିବାର ଏକ ସୁଯୋଗ ପ୍ରଦାନ କରୁଛି । ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ସଂକେତ ଯେପରି ସହରର ପ୍ରାଚୀନତାକୁ ଅନୁଭବ କରିବା ସକାଶେ ସମସ୍ତଙ୍କ ପାଇଁ ପରିକଳ୍ପିତ ହୋଇଛି । ଯାହାକି ଇତିହାସ ଜାଣିବାକୁ ଉତ୍ସାହିତ ଥିବା ବ୍ୟକ୍ତି, ପ୍ରକୃତି ପ୍ରେମୀ ତଥା ଭୁବନେଶ୍ୱରର ସ୍ୱତନ୍ତ୍ରତା ବିଷୟରେ ଜାଣିବା ପାଇଁ ଆଗ୍ରହୀଙ୍କ ପାଇଁ ବେଶ ଆକର୍ଷଣୀୟ ହେବ।

ଏନେଇ ବିଡିଏ ଭିସି ଏନ ତିରୁମାଳା ନାୟକ କହିଛନ୍ତି, "ଜାନୁଆରୀ ୮ରୁ ୧୦ ଯାଏ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ୨୦୨୫ ସଭିଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଭୁବନେଶ୍ୱରର କଳା, ସଂସ୍କୃତି ତଥା ଐତିହ୍ୟର ପ୍ରତୀକ ଏହି 'ଏକାମ୍ର ଉତ୍ସବ'ରେ ସମସ୍ତେ ସାମିଲ ହେବେ ଓ ଓଡ଼ିଶାର ଅନ୍ତରାତ୍ମାକୁ ଅଧିକ ଅନୁସନ୍ଧାନ କରିବେ।"

ଏହାମଧ୍ୟ ପଢନ୍ତୁ...

ପ୍ରବାସୀ ଭାରତୀୟ ସାଉଁଟିବେ ଓଡ଼ିଶାର ପର୍ଯ୍ୟଟନର ଅନୁଭୂତି, ବୁଲିବେ ଚିଲିକା-ସାତପଡା

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ପୁରୀ, ଉତ୍ତମ ଆତିଥ୍ୟ ଉପରେ ଗୁରୁତ୍ବ

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟ ଦିବସ: ସାମିଲ ହେବେ ୧୪୦ ଦେଶର ପ୍ରତିନିଧି, ଗଡିବ ୫ ଡବଲ ଡେକର ବସ

ଉଠାଦୋକାନୀଙ୍କୁ ଉଠାଇବାକୁ ନେଇ ତାତିଲା କଂଗ୍ରେସ

ଅନ୍ୟପଟେ ପ୍ରବାସୀ ଭାରତୀୟ ଦିବସ ପାଇଁ ବେଆଇନ ଭାବେ ଉଠାଦୋକାନୀଙ୍କୁ ଉଠାଇଦେବାକୁ ବିରୋଧ କରିଛି କଂଗ୍ରେସ । ପ୍ରବାସୀ ଭାରତୀୟ ଦିବସ ନାଁରେ ଗରିବଙ୍କ ରୋଜଗାର ଏବଂ ପେଟକୁ ସରକାର ଲାତ ମାରିଛନ୍ତି ବୋଲି କହି କଟାକ୍ଷ କରିଛି କଂଗ୍ରେସ । ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ଥଇଥାନ କରିବାକୁ ଚେତାବନୀ ଦେଇଛି କଂଗ୍ରେସ ।

ଏନେଇ କଂଗ୍ରେସ ନେତା ୟାଶୀର ନୱାଜ କହିଛନ୍ତି," ପ୍ରବାସୀ ଭାରତୀୟ ଦିବସ ନାରେ ୭ ହଜାର ଉଠା ଦୋକାନ ସହ ୬୦ ହଜାରରୁ ଅଧିକ ଲୋକଙ୍କୁ ବେସାହାରା କରିଦେଇଛନ୍ତି ରାଜ୍ୟ ସରକାର । ହକି ବିଶ୍ୱକପ ସମୟରେ ୫ ହଜାର ଉଠା ଦୋକାନକୁ ଉଚ୍ଛେଦ କରାଯାଇଥିଲା, ଆଜି ପର୍ଯ୍ୟନ୍ତ ତାଙ୍କୁ ଥଇଥାନ କରାଯାଇନାହିଁ । ବିଏମ୍ସି ଓ ରାଜ୍ୟ ସରକାର ତାହା ନକରି ବଡବଡିଆଙ୍କୁ ମଧୁଚନ୍ଦ୍ରିକା ଦେଖାଇ ଛାଡ଼ି ଦେଉଥିବା ବେଳେ ଗରିବଙ୍କ ପେଟରେ ଲାତ ମାରୁଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.