ETV Bharat / state

ଋଣ ପାଇଁ ଚାପରେ ଥିଲେ କେନ୍ଦ୍ରାପଡାର ଚାଷୀ, ନେଲେ ଚରମ ନିଷ୍ପତ୍ତି - FARMER DIES BY SUICIDE

ପରିବାରର ଅଭିଯୋଗ, 6 ଲକ୍ଷ ଟଙ୍କା ଋଣ କରିଥିଲେ । ୨୫ ତାରିଖ ବର୍ଷା ପରଠାରୁ ଅବସାଦରେ ଥିଲେ । କାଲି ରାତିରେ ନେଇଛନ୍ତି ଚରମ ନଷ୍ପତ୍ତି ।

କେନ୍ଦ୍ରାପଡାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
କେନ୍ଦ୍ରାପଡାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ (ETV Bharat odisha)
author img

By ETV Bharat Odisha Team

Published : Jan 4, 2025, 11:01 PM IST

କେନ୍ଦ୍ରାପଡା: ଜିଲ୍ଲାରେ ପୁଣି ଜଣେ ଚାଷୀ ଉଜୁଡା କ୍ଷେତକୁ ଦେଖି ପ୍ରାଣ ହାରିଥିବା ଅଭିଯୋଗ ହୋଇଛି । ଗତମାସ (ଡିସେମ୍ବର) ୨୨ ଓ ୨୫ ତାରିଖରେ ଜିଲ୍ଲାର ଡେରାବିଶ୍ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଓ କୋଶିଦା ଗାଁର ଦୁଇ ଚାଷୀଙ୍କ ମୃତ୍ୟୁର ଅଭିଯୋଗ ଆସିଥିବା ବେଳେ ଏବେ ଆଳି ଅଞ୍ଚଳରୁ ଆସିଛି ସମାନ ଅଭିଯୋଗ । କୋଳଡିହ ପଞ୍ଚାୟତର ଚାଷୀ କୈଳାସ ଚନ୍ଦ୍ର ଧଳ ଅଦିନିଆ ବର୍ଷା କ୍ଷୟକ୍ଷତି କାରଣରୁ ଜୀବନ ହାରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

  • ଜୀବନ ହାରିଲେ ଚାଷୀ

ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, କରଜ ଟଙ୍କା ସୁଝିବା ଚିନ୍ତାରେ ଥିଲେ । ଆଜି ସକାଳୁ ପରିବାର ଲୋକ କୈଳାସଙ୍କୁ ଡାକିବାରୁ କୈଳାସ ଶୁଣିନଥିଲେ । କବାଟ ଭାଙ୍ଗିବାରୁ କୈଳାସ ନିସ୍ତେଜ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ନିକଟରେ ବିଷ ବୋତଲ ଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଆଳି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ କୈଳାସଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଷୀଙ୍କ ପୁତୁରା କୁମାର ସେନ ଧଳ ଆଳି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ (ETV Bharat odisha)
  • 6 ଲକ୍ଷ ଟଙ୍କା ଋଣ କରି ଚାଷ କରିଥିଲେ: ମୃତକଙ୍କ ଭାଇ

ପରିବାର ଓ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କୈଳାସ ବିଭିନ୍ନ ସ୍ଥାନରୁ ଧାର,କରଜ ଓ ସ୍ଥାନୀୟ ସମବାୟ ସମିତିରୁ ଋଣ କରି ପ୍ରାୟ 8 ଏକର ଜମିରେ ଚାଷ କରିଥିଲେ । ନିଜର 5 ଏକର ଜମି ସହିତ ଭାଗରେ 3 ଏକର ଜମିରେ ଚାଷ କରିଥିଲେ । ଅଦିନିଆ ବର୍ଷାରେ ଧାନ ଫସଲ ଗଜା ହୋଇ ଯାଇଥିଲା । ଉଜୁଡା କ୍ଷେତକୁ ଦେଖି 20 ତାରିଖରୁ କୈଳାସ ଚିନ୍ତାରେ ରହୁଥିଲେ ବୋଲି ପରିବାର ଲୋକ କହିଛନ୍ତି ।

କେନ୍ଦ୍ରାପଡାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
କେନ୍ଦ୍ରାପଡାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ (ETV Bharat odisha)
  • କଣ କହିଲେ ମୃତ ଚାଷୀଙ୍କ ଭାଇ

କୈଳାସଙ୍କ ଭାଇ ବୀରେନ୍ଦ୍ର ଧଳ କହିଛନ୍ତି," 25 ତାରିଖରେ ଯେଉଁ ବର୍ଷା ହୋଇଥିଲା ସେଥିରେ ସବୁ ଧାନ କ୍ଷତି ହୋଇଥିଲା । ସେ ବିଲକୁ ପ୍ରତିଦିନ ଯିବା ଆସିବା କରୁଥିଲେ । ଘର ଲୋକେ ବହୁତ ବୁଝାବୁଝି କରିଥିଲେ ମଧ୍ୟ ତାଙ୍କର ବହୁତ ବିବ୍ରତ ରହୁଥିଲା । ସେ ଉପର ଘରେ ରୁହନ୍ତି ଆମେ ତଳେ ରହୁ, କାଲି ସନ୍ଧ୍ୟା ବେଳେ ଖାଇପିଇ ଉପରେ ଶୋଇଥିଲେ । ଆଜି ସକାଳେ ତାଙ୍କର ମୃତଦେହ ମିଳିଛି । ଯେହେତୁ ସେ ମୋ ଭାଇ ସେ ସୋସାଇଟିରୁ 3 ଲକ୍ଷ ଟଙ୍କା ଓ ହାତ ଉଧାର କରି 3 ଲକ୍ଷ ଟଙ୍କା ଆଣିଥିବା କହୁଥିଲେ । 25 ତାରିଖ ପରେ ଯେଉଁ ବର୍ଷା ହେଲା ତାପରେ ସେ ବହୁତ ବିବ୍ରତ ହୋଇପଡିଥିଲେ ।’’

ଏହା ମଧ୍ୟ ପଢନ୍ତୁ: -

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’, ତେଜିଲା ରାଜନୀତି

ଉଜୁଡା କ୍ଷେତକୁ ଦେଖି ଧାନ ଜମିରେ ଟଳିପଡିଲେ ଚାଷୀ

ଫସଲ କ୍ଷୟକ୍ଷତି ପାଇଁ ପୁଣି ଗଲା ଚାଷୀଙ୍କ ଜୀବନ, SRCଙ୍କୁ ଚିଠି ଲେଖିଲେ ବିଧାୟକ

ସେହିପରି ସ୍ଥାନୀୟ ସରପଞ୍ଚ ହେମନ୍ତ ଧଳ କହିଛନ୍ତି,‘‘ଧାନ ଚାଷ ପାଇଁ କରିଥିବା କରଜ ଟଙ୍କା ଓ ଧାନ ଅମଳ କରି ବିକ୍ରି କରିବା ପାଇଁ ବେପାରୀଙ୍କ ନିକଟରୁ ଆଣିଥିବା ଟଙ୍କା କେମିତି ସୁଝିବେ ଚିନ୍ତାରେ ଥିଲେ । କରଜ ଆଣିଥିବା ଧାନ ବେପାରୀ ଆସି ଟଙ୍କା ମାଗୁଥିଲେ । ଯାହାକୁ ନେଇ କୈଳାସ ଚିନ୍ତାରେ ଥିଲେ ।"

  • ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ତହସିଲଦାର

ଏହି ଚାଷୀ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର କହିଛନ୍ତି," ମୁଁ ଆଜି କୋଳିଡିହ ପଞ୍ଚାୟତରେ ଅଭିଯୋଗ ପାଇଛି । ସକାଳେ ତାଙ୍କ ପରିବାର ଲୋକ ମୋ ପାଖରେ ଆସି ଲିଖିତ ଅଭିଯୋଗ କରିଛନ୍ତି । ମୁଁ, ଆଇଆଇସି ଓ ମେଡିକାଲ ଅଫିସର ସାଙ୍ଗରେ ସକାଳେ ମିଟିିଂ କରିଥିଲି । ଏବେ ମୃତଦେହ ବ୍ୟବଚ୍ଛେଦ ସହ ତଦନ୍ତ ଜାରି ରହିଛି । ରିପୋର୍ଟ ଆସିଲା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ।’’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.