ETV Bharat / state

3 ଦିନ ଯାଏଁ ଲାଗି ରହିବ ବର୍ଷା, ଏହି ଜିଲ୍ଲାରେ ହେବ କୁଆପଥର ମାଡ - ODISHA WEATHER UPDATE

ଆସନ୍ତା 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ସମ୍ଭାବନା । ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

ODISHA WEATHER UPDATE
ODISHA WEATHER UPDATE (ETV BHARAT ODISHA)
author img

By ETV Bharat Odisha Team

Published : Feb 22, 2025, 7:26 PM IST

ଭୁବନେଶ୍ବର: ରାଜ୍ଯରେ ଲଗାତାର 2 ଦିନ ହେବ କିଛି ସ୍ଥାନରେ ବର୍ଷା ହୋଇଛି । ଟ୍ରପ ଲାଇନ ପ୍ରଭାବରେ ଆସନ୍ତା 25 ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । 9 ଜିଲ୍ଲାରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ODISHA WEATHER UPDATE (ETV BHARAT ODISHA)

ଏହି ଜିଲ୍ଲାରେ ହେବ କୁଆ ପଥର ବର୍ଷା:

ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରରେ କୁଆ ପଥରବର୍ଷା ସହ ଝଡ ତୋଫାନ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ସମୟରେ 50 ରୁ 60 କିମି ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି 9 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି 13 ଜିଲ୍ଲା ହୋଇଛି । ସମ୍ବଲପୁର, ଦେଓଗଡ, ଅନୁଗୋଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାକୁ 40ରୁ 50 କିମି ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

weather update
weather update (ETV BHARAT ODISHA)

ଆସନ୍ତାକାଲି ପାଇଁ 4 ଜିଲ୍ଲାକୁ ଆଲର୍ଟ:

ଆସନ୍ତାକାଲି 4 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ କୁଆପଥର ବର୍ଷା ସହ ଝଡି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । 24 ଯାଏଁ ଏଭଳି ସ୍ଥିତି ରହିବା ସହ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

weather update
weather update (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆହୁରି ୪ ଦିନ ଛେଚିବ: ଝଡବର୍ଷା ସହ କୁଆପଥର ମାଡ଼ ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER UPDATE

ଏହା ବି ପଢନ୍ତୁ...୫ ଦିନ ଯାଏଁ ବିଜୁଳି ଘଡ଼ଘଡି଼ ସହ ବର୍ଷା ! କୁଆପଥର ମାଡ, ବହିବ ପବନ

ଏହା ବି ପଢନ୍ତୁ...୫ ଦିନ ଯାଏଁ ଛେଚିବ, ୩ ଜିଲ୍ଲାରେ କୁଆପଥର ବର୍ଷା ସହ ୪୦-୫୦ କିମି ପବନ !

ରାୟଗଡାରେ ସର୍ବାଧିକ ବର୍ଷା ରେକର୍ଡ:

ଅନ୍ୟପଟେ ଗତ 24 ଘଣ୍ଟାରେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ରାୟଗଡାରେ ସର୍ବାଧିକ ବର୍ଷା 27.8 ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଆଗାମୀ 4 ରୁ 5 ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଗତକାଲି ଭବାନୀପାଟଣାରେ 35.5 ଡିଗ୍ରୀ ଓ ସର୍ବନିମ୍ନ ଜି ଉଦୟଗିରିରେ 14.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

thunderstorm and rain alert
thunderstorm and rain alert (ETV BHARAT ODISHA)

3 ଦିନ ପର୍ଯ୍ୟନ୍ତ ବର୍ଷା:

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି, ''ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ କୁଆ ପଛର ବର୍ଷା ସହ ଘଡଘଡି ବିଜୁଳି ମଧ୍ୟ ହୋଇଛି । 3 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । 24 ଘଣ୍ଟା ମଧ୍ୟରେ କୁଆ ପଥର ବର୍ଷା ନେଇ 9 ଜିଲ୍ଲାକୁ ଅରେଞ୍ଜ ଓ 13 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.