ETV Bharat / politics

ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି' - naveen targets mohan majhi govt

author img

By ETV Bharat Odisha Team

Published : 2 hours ago

Naveen Patnaik Targets Mohan Majhi: ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ମୋହନ ସରକାଙ୍କୁ ଘେରିଲେ ନବୀନ । ମୋହନ ସରକାରଙ୍କ ବିଫଳତା ଓ ବିଜେପିର ମିଛ ବାବଦରେ ସଚେତନ କରିବ ବିଜେଡି । ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଲେ । ଅଧିକ ପଢନ୍ତୁ

BJD party meeting
BJD party meeting (ETV BHARAT ODISHA)

ଭୁବନେଶ୍ବର: ନବୀନଙ୍କ ଟାର୍ଗେଟରେ ମୋହନ ସରକାର । ବିଜେପିର କାର୍ଯ୍ୟ ଦକ୍ଷତାକୁ ନେଇ ପୁଣି ମୋହନ ସରକାରଙ୍କୁ ଘେରିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାରରେ ମହିଳା ଅସୁରକ୍ଷିତ, ସରକାରୀ କର୍ମଚାରୀ ବି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ମୋହନ ସରକାରଙ୍କ ଅପାରଗତା ଯୋଗୁଁ ପୁଞ୍ଜି ଫେରି ଯାଉଛି ବୋଲି ଦଳର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକରେ କହିଛନ୍ତି ନବୀନ । ବିଜେପିର ମିଛ ପ୍ରତିଶ୍ରୁତି ଏବଂ ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହ ଦଳର ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ବିଜେପି ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି:

BJD party meeting (ETV BHARAT ODISHA)

ଶୁକ୍ରବାର ଶଙ୍ଖ ଭବନରେ ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ ନବୀନ । ସେଠାରେ କହିଥିଲେ, "ଦରଦାମ ବୃଦ୍ଧିରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।"

ମିଛ କହି ନିର୍ବାଚନ ଜିତା ଯାଇପାରେ, ଲୋକଙ୍କ ହୃଦୟ ନୁହେଁ:

BJD party meeting
BJD party meeting (ETV BHARAT ODISHA)

ନବୀନ ଆହୁରି ମଧ୍ୟ କହିଛନ୍ତି, ''ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି । ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି । ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟଙ୍କ ଠାରୁ କମ ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ବରିଷ୍ଠ ନେତାଙ୍କୁ ଗୁରୁତ୍ବ: ଗଠନ ହେଲା ଉପଦେଷ୍ଟା-ସଭ୍ୟ ସଂଗ୍ରହ-କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି - BJD New Committee

ଏହା ମଧ୍ୟ ପଢନ୍ତୁ-ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

ଏହା ମଧ୍ୟ ପଢନ୍ତୁ-ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD

ଅକ୍ଟୋବରରୁ ବିଜେଡିର ପଦଯାତ୍ରା:

BJD party meeting
BJD party meeting (ETV BHARAT ODISHA)

ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ କହିଛନ୍ତି, "ଦଳର ପଦଯାତ୍ରା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୬ ତାରିଖ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ୧୫ ଦିନିଆ ପଦଯାତ୍ରା ହେବ । ସେହିପରି ଗୋପବନ୍ଧୁ ଜୟନ୍ତୀରେ ଦୁଇମାସ ଧରି ଚାଲିବ ସଦସ୍ୟ ସଂଗ୍ରହ ଅଭିଯାନ ।"

ନୂଆ ସରକାର ଲୋକଙ୍କ ଆଶା ଧୂଳିସାତ କରିଛନ୍ତି:

BJD party meeting
BJD party meeting (ETV BHARAT ODISHA)

ବିଜେଡିର ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ନୂଆ ସରକାରରେ କିଏ ପୂର୍ବକୁ ଯାଉଛି ତ କିଏ ପଶ୍ଚିମକୁ ଯାଉଛି । କିଏ ଉତ୍ତରକୁ ଯାଉଛି ତ ଆଉ କିଏ ଦକ୍ଷିଣକୁ ଯାଉଛି । ସକାଳୁ ଗୋଟେ ନିଷ୍ପତ୍ତି ହେଉଛି, ସନ୍ଧ୍ୟାରେ ତାହା ବଦଳି ଯାଉଛି । ନୂଆ ସରକାର ଲୋକଙ୍କ ଆଶା ଧୂଳିସାତ କରିଛନ୍ତି ।" ସେହିପରି ବିଜେଡିର କାର୍ଯ୍ୟନ୍ଵୟନ କମିଟିର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ''ରାଜ୍ୟରେ ଆଇଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ମହିଳା ମାନଙ୍କ ପ୍ରତି ଅସଦାଚରଣ ବଢି ଚାଲିଛି । ଓଡ଼ିଶାର ପରିଚୟ ସଙ୍କଟ ଦେଖା ଯାଇଛି । ଓଡ଼ିଶାରୁ ବହୁ ଶିଳ୍ପ ଫେରିଯିବାକୁ ବସିଲେଣି ।"

BJD party meeting
BJD party meeting (ETV BHARAT ODISHA)
ବିଜେଡି ସଭ୍ୟ ସଂଗ୍ରହ କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,''ଅକ୍ଟୋବର ୯ରୁ ଗୋପବନ୍ଧୁ ଜୟନ୍ତୀ ଅବସରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଦୁଇ ମାସ ଧରି ଚାଲିବ । ପୂର୍ବ ବର୍ଷ ତୁଳନାରେ ଅଧିକ ସଭ୍ୟ ସଂଗ୍ରହ ହେବ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.