ETV Bharat / snippets

ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ

author img

By ETV Bharat Odisha Team

Published : Aug 9, 2024, 12:38 PM IST

ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ
ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରୁ ISIS ଆତଙ୍କବାଦୀ ଗିରଫ (ETV Bharat Odisha)

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର କେଇ ଦିନ ପୂର୍ବରୁ ଦିଲ୍ଲୀରୁ ଧରାପଡିଛି ଆଇଏସଆଇଏସ ଆତଙ୍କବାଦୀ । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ୱାଣ୍ଟେଡ ଆତଙ୍କବାଦୀକୁ ଗିରଫ କରିଛି । ତାର ନାଁ ରିଜୱାନ ଅଲ୍ଲୀ ଏବଂ ସେ ଦୀର୍ଘ ଦିନ ହେବ NIA ରାଡାରରେ ଥିଲା । ସେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପାଇଁ କାମ କରୁଥିଲା । ତା' ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କା ଘୋଷଣା କରିଥିଲା NIA । ରିଜୱାନର ଘର ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳରେ । ଆଉ ୬ ଦିନ ପରେ ସ୍ବାଧୀନତା ଦିବସ ଥିବାବେଳେ କାଲି ରାତିରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସ ଆତଙ୍କବାଦୀ ରିଜୱାନକୁ ଗିରଫ କରିଛି । ତା' ନିକଟରୁ ଗୋଟିଏ ପିସ୍ତଲ, ୩ଟି ଅଫୁଟା ଗୁଳି, ଦୁଇଟି ଫୋନ ଜବତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.