ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ: ଆପରୁ କୈଳାଶ ଗଲେ, ଅନିଲ ଆସିଲେ - PARTY SWITCHING POLITICS

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ଜାରି । ମନ୍ତ୍ରୀ ପଦ ସହ ଆପରୁ କୈଳାଶ ଗେହଲଟଙ୍କ ଇସ୍ତଫା । ସେପଟେ ଆପରେ ଯୋଗ ଦେଲେ ବିଜେପି ନେତା ଅନିଲ ଝା ।

Party switching Politics
Party switching Politics (ETV Bharat, AAP(Twitter))
author img

By ETV Bharat Odisha Team

Published : Nov 17, 2024, 8:59 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଗଲାଣି । ଦଳ ଛାଡିଲେ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା କୈଳାଶ ଗେହଲଟ । ମନ୍ତ୍ରୀ ପଦ ସହ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି କୈଳାଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ସେପଟେ ବିଜେପି ନେତା ଅନିଲ ଝା ଆପରେ ଯୋଗ ଦେଇଛନ୍ତି ।

ଇସ୍ତଫା ପତ୍ରରେ କ'ଣ ଉଲ୍ଲେଖ ରହିଛି?

କୈଳାଶ ଗେହଲଟ ନିଜ ଇସ୍ତଫା ପତ୍ରରେ ଯମୁନା ସଫେଇ ପ୍ରସଙ୍ଗ ଓ କାଚର ମହଲ ନିର୍ମାଣ ଆଦି ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଆମ ଆଦମୀ ପାର୍ଟି କେନ୍ଦ୍ର ସହ ବିବାଦ କରିବା ଦିଗରେ ନିଜର ସବୁ ସମୟ ଅତିବାହିତ କରୁଛନ୍ତି । ଫଳରେ ଜନହିତକାର କାର୍ଯ୍ୟ ଦିଗରେ ବାଧା ଉପୁଜୁଛି । କେନ୍ଦ୍ର ସରକାରଙ୍କ ସହ ତାଳମେଳ ରହିପାରୁନଥିବାରୁ ଜନହିତକର କାମ ହୋଇପାରୁନାହିଁ । ଜନତାଙ୍କୁ ଯେଉଁ ସବୁ ସୁବିଧା ମିଳିବା ଆବଶ୍ୟକ ତାହା ମଧ୍ୟ ମିଳିପାରୁନାହିଁ ।

ଭାଜପାକୁ ଆପର ଟାର୍ଗେଟ୍:

ଏହାକୁ ନେଇ ଭାଜପାକୁ ଟାର୍ଗେଟ୍ କରିଛି ଆମ ଆଦମୀ ପାର୍ଟି । ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, "କୈଳାଶ ଗେହଲଟ ଇସ୍ତଫା ଦେବା ପଛରେ ବିଜେପିର ହୀନ ଚକ୍ରାନ୍ତ ରହିଛି । ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୋଦିଙ୍କ ୱାସିଂ ମେସିନ ସକ୍ରିୟ ହୋଇଛି । ଏବେ କେତେ ଜଣ ନେତା ଏହି ୱାସିଂ ମେସିନ ଜରିଆରେ ବିଜେପିରେ ସାମିଲ ହେବେ ।"

ଆପକୁ ବିଜେପିର କାଉଣ୍ଟର:

ଆପର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେପି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି, "କୈଳାଶ ଗେହଲଟଙ୍କ ଇସ୍ତଫାକୁ ଆମେ ସ୍ବାଗତ କରୁଛୁ । ସେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ମଧ୍ୟ ଖୁବ ଗୁରୁତ୍ବପୂର୍ଣ୍ଣ । କାରଣ ଯମୁନା ଦିଲ୍ଲୀବାସୀଙ୍କ ପାଇଁ ମା' ସମାନ । ଯିଏ ଦିଲ୍ଲୀକୁ ହୃଦୟରୁ ଭଲ ପାଉଥିବ ସେ ଆମ ଆଦମୀ ଦଳରେ ରହିବ ନାହିଁ ।"

ଆପରେ ସାମିଲ ବିଜେପି ନେତା:

ସେପଟେ ଆପରେ ସାମିଲ ହୋଇଛନ୍ତି ବିଜେପି ନେତା ତଥା ଦୁଇ ଥର ବିଧାୟକ ରହିଆସିଥିବା ଅନିଲ ଝା । ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଅନିଲ କହିଛନ୍ତି, "୩୨ ବର୍ଷ ଧରି ଅନ୍ୟ ଦଳରେ କାମ କରୁଥିଲି । ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆପରେ ଯୋଗ ଦେଇଛି ।"

ଏହା ବି ପଢନ୍ତୁ... ମିଶିଲାନି କି ମନ ? ମେଣ୍ଟକୁ ନା, ହରିୟାଣାରେ ଏକା ଲଢିବ ଆପ୍‌ - Haryana Assembly Election

ଏହା ବି ପଢନ୍ତୁ... କଂଗ୍ରେସ-AAP ମୁହାଁମୁହିଁ, ମୁମ୍ବାଇ INDIA ମେଣ୍ଟ ବୈଠକ ବର୍ଜନ କରିବେ କେଜ୍ରିଓ୍ବାଲ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.