ETV Bharat / state

ଅକ୍ଟୋବର ୪ରୁ ଲେଉଟିବ ବର୍ଷା ! ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ - Odisha Weather Latest Update

author img

By ETV Bharat Odisha Team

Published : 3 hours ago

IMD Odisha Weather Update: ଅକ୍ଟୋବର ୪ରୁ ଲେଉଟିପାରେ ବର୍ଷା । ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ୯ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଆଲର୍ଟ ଜାରି । ଅଧିକ ପଢ଼ନ୍ତୁ

IMD Odisha Weather Update
IMD Odisha Weather Update (Getty)

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷାର ପରିମାଣ । ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୪ ଦିନ ଯାଏଁ ଅର୍ଥାତ ୩ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୪ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସାରଣ କରିବା ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ଫିରୋଜପୁର, ସୀଷରା, ଚୁରୁ, ଅଜମେର, ଦିଶା, ଜୁନାଗଡ ଓ ମାଉଣ୍ଟ ଆବୁରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।

ଅନୁଭୂତ ହେଉଛି ଗରମ ସହ ଗୁଳୁଗୁଳି:

IMD Odisha Weather Update (ETV Bharat Odisha)

ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୨୯.୮ ଡିଗ୍ରୀ ସେଲସିୟସ ଓ କଟକରେ ୩୦.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀରେ ସର୍ବନିମ୍ନ ୨୧.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ:

Odisha Weather Latest Update
Odisha Weather Latest Update (IMD)

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ଦିଆଯାଇନଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ କରାଯାଇଛି । ବିଜୁଳି ଘଡ଼ଘଡ଼ି ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ । ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହି ଯାଗାରେ ସର୍ବାଧିକ ବର୍ଷା:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ପାଟଣାଗଡ଼ରେ ସର୍ବାଧିକ ୩୭.୦ ମିମି ବର୍ଷା ରେକର୍ଡ ହୋଇଛି । ବାଲେଶ୍ବର ଜିଲ୍ଲା ବାହନଗାରେ ୩୫.୦ ମିମି, କଳାହାଣ୍ଡି ଭବାନୀପାଟଣାରେ ୩୪.୬ ମିମି, ନୂଆପଡ଼ାରେ ୩୦.୦ ମିମି ଯାଜପୁରରେ ୩୦.୦ ମିମି ଓ ପୁରୀରେ ୨୭.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର 1ରୁ ବଢ଼ିବ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ IMDର ସତର୍କତା - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...ଆଜିବି ବର୍ଷାରୁ ନିସ୍ତାର ନାହିଁ; ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ, 21 ଜିଲ୍ଲାକୁ ଆଲର୍ଟ - HEAVY RAIN FORECASTED BY IMD

ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ଦିନ ଖେଳ ଧୋଇଦେଲା ବର୍ଷା; ଷ୍ଟାଡିୟମରୁ ହୋଟେଲ ଫେରିଗଲେ ଖେଳାଳି - IND vs BAN Test

ନିଅଣ୍ଟିଆ ବର୍ଷା:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୯୦.୪ ମିମି ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୩୮.୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.