ETV Bharat / health

କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ... - BLOOD CANCER

ଦୁନିଆର କୋଣ ଅନୁକୋଣରେ ବଢି ଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା । ଜାଣନ୍ଚୁ ବ୍ଲଡ କ୍ୟାନସର କାରଣ ଏବଂ ଲକ୍ଷଣ ।

BLOOD CANCER
BLOOD CANCER (ETV Bharat)
author img

By ETV Bharat Odisha Team

Published : Jan 22, 2025, 4:20 PM IST

ହାଇଦ୍ରାବାଦ: ରକ୍ତ କର୍କଟ(Blood cancer), ଯାହାକୁ ହେମାଟୋଲୋଜିକ୍ କ୍ୟାନସର ବୋଲି ମଧ୍ୟ କୁହାଯାଏ । ଏହି କ୍ୟାନସର ରକ୍ତ କଣିକାଗୁଡିକୁ ପ୍ରଭାବିତ କରିଥାଏ । କେତେକ ସମୟରେ ରକ୍ତ କୋଶ ଗୁଡିକ ଅସ୍ବାଭାବିକ ଭାବେ ବଢିବାରେ ଲାଗିଥାନ୍ତି । ଫଳରେ ସେଗୁଡିକ ଠିକ ଭାବେ କାମ କରନ୍ତି ନାହିଁ । ସେହି ସମୟରେ ବ୍ୟକ୍ତି ରକ୍ତ କର୍କଟ ରୋଗର ଶିକାର ହୋଇଥାଏ । ଏହି ରୋଗ ରକ୍ତ କୋଶରୁ ଆରମ୍ଭ କରି ଅସ୍ଥି ଶଲ୍ୟ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ।

ବ୍ଲଡ କ୍ୟାନସର କେତେ ପ୍ରକାର?

କେତେକ ରୋଗୀଙ୍କ କ୍ଷେତ୍ରରେ ଶ୍ବେତ ରକ୍ତ କଣିକା( White Blood Cells) ପ୍ରଭାବିତ ହୋଇଥାଏ । ସେହିପରି ଆଉ କେତେକ ରୋଗୀଙ୍କ କ୍ଷେତ୍ରରେ ଲିମ୍ଫୋମା( Lymphatic System) ପ୍ରଭାବିତ ହୋଇଥାଏ । ଅନେକକଙ୍କ କ୍ଷେତ୍ରରେ ମାୟଲୋମା(Plasma Cells) ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳେ ।

ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ରହିଛି କି ? ହୋଇପାରେ ଗର୍ଭାଶୟ କର୍କଟ... - CERVICAL CANCER SYMPTOMS

ବାର୍ଦ୍ଧକ୍ୟ ଏବଂ ମଧୁମେହ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଧିକ ବିପଜ୍ଜନକ କ୍ୟାନସର: IISର ଗବେଷଣାରେ ଖୁଲାସା - IISC RESEARCH ON CAN

ଲ୍ୟୁକୋମିୟା: ରକ୍ତ ସହ ଅସ୍ଥିଶଲ୍ୟ (Bone Marrow) ପ୍ରଭାବିତ ହେଉଥିଲେ ଏହାକୁ ଲ୍ୟୁକୋମିୟା କ୍ୟାନସର ବୋଲି କୁହାଯାଏ । ଏହାଦ୍ବାରା ଶରୀରରେ ଶ୍ବେତ ରକ୍ତ କଣିକା ଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥାଏ । ଏହି କ୍ୟାନସର ସୁସ୍ଥ ରକ୍ତକୋଶଗୁଡିକୁ କ୍ଷତି ପହଞ୍ଚାଇଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ।

ଲିମ୍ଫୋମା: ପ୍ରଥମେ ଏହା ଟ୍ୟୁମର ରୂପରେ ସୃଷ୍ଟି ହୋଇଥାଏ । ଆଉ ଧୀରେ ଧୀରେ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ କାୟା ବିସ୍ତାର କରିଥାଏ । ଏହି ରୋଗରେ ହାଡରେ ପ୍ରବଳ କଷ୍ଟ ଅନୁଭୂତ ହୋଇଥାଏ ।

ମାୟଲୋମା: ଏହା ପ୍ଲାଜମା କୋଶରୁ ଉତ୍ପନ୍ନ ହୋଇଥାଏ । ଏହା ହେଉଛି ଏପରି ଏକ ଶ୍ବେତ ରକ୍ତ କଣିକା, ଯାହାକି ଆଣ୍ଟିବଡି ଉତ୍ପାଦନ କରିଥାଏ । ଆଉ ଏହି WBC ଗୁଡିକ ଅସ୍ଥି ମଜାରେୋ ଜମା ହୋଇଯାଏ । ଏସବୁ ଅନ୍ୟ ରକ୍ତକୋଶ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ।

କଞ୍ଚା ଅମୃତଭଣ୍ଡା କମାଏ କ୍ୟାନ୍ସର ବିପଦ, ଅଧ୍ୟୟନରେ ଖୁଲାସା - RAW PAPAYA HEALTH BENEFITS

ଲକ୍ଷଣ: ଲଗାତାର ଥକ୍କାପଣ ଅନୁଭୂତ ହେବା, ଓଜନ ହ୍ରାସ ହେବା, ଛୋଟ କ୍ଷତରୁ ପ୍ରବଳ ରକ୍ତ ବାହାରିବା ଏବଂ ରାତିରେ ଝାଳ ବାହାରିବା । ଏହାସହ ବ୍ଲଡ କ୍ୟାନସରର ଅନ୍ୟ ଲକ୍ଷମ ଗୁଡିକ ହେଉଛି ହାଡରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା କିମ୍ବା ପୋଟ ପୂରିଲା ଭଳି ସବୁବେଳେ ଲାଗିବା ।

ଏହା ମଧ୍ୟ ପଢ଼ନ୍ତୁ-

ଅନୁସନ୍ଧାନ: ରକ୍ତ କର୍କଟର କାରଣ ସାଜିପାରେ ହେପାଟାଇଟିସ B ଓ C ଭାଇରସ୍‌ - ହେପାଟାଇଟିସ୍ B ଏବଂ C ଜୀବାଣୁ

Blood Cancer Awareness Month: କେତେ ପ୍ରକାରର ଥାଏ ବ୍ଲଡ କ୍ୟାନ୍ସର, ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ - ରକ୍ତ କର୍କଟ

(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ ଏବଂ ଡାକ୍ତରଙ୍କ ପରାମର୍ଶ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.