ହାଇଦ୍ରାବାଦ: ଭାରତରେ ଅଧିକାଂଶ ୟୁଜର ଦୁଇଟି SIM କାର୍ଡ ବ୍ୟବହାର କରନ୍ତି । ଗୋଟିଏ ସିମକାର୍ଡକୁ ପ୍ରତିଦିନ କଲିଂ ଓ ଡେଟା ଲାଗି ବ୍ୟବହାର କରୁଥିବା ବେଳେ ଅନ୍ୟ ସିମ୍କୁ ଜରୁରୀ ସମୟରେ ବ୍ୟାକଅପ୍ ଭାବେ ରଖନ୍ତି । ଏହାର ଅର୍ଥ ଦ୍ବିତୀୟ ସିମକାର୍ଡକୁ ଆମେ କମ ବ୍ୟବହାର କରିଥାଉ । କିନ୍ତୁ ଏହି ସିମକାର୍ଡକୁ ୟୁଜର ଆକ୍ଟିଭ ରଖିବାକୁ ଚାହିଁଥାନ୍ତି । ଗତବର୍ଷ ଜୁଲାଇରେ ମୋବାଇଲ ରିଚାର୍ଜ ମହଙ୍ଗା ହେବା ପରେ ଦ୍ବିତୀୟ ସିମକାର୍ଡ ଅନେକ ୟୁଜରଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।
କଣ କୁହେ TRAI ନିୟମ ?
କିନ୍ତୁ ଏବେ ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (TRAI)ର ନିୟମ ଦ୍ବିତୀୟ ସିମକାର୍ଡ ଆକ୍ଟିଭ ରଖିବା ପ୍ରକ୍ରିୟାକୁ ସହଜ କରିଛି । ଟ୍ରାଇର ନିୟମ ଅନୁସାରେ ଯଦି ଆପଣ 90ଦିନ ପର୍ଯ୍ୟନ୍ତ ଆପଣଙ୍କ ସିମରେ ଭଏସ, ଡେଟା, SMS କିମ୍ବା ଅନ୍ୟ କୌଣସି ସେବା ବ୍ୟବହାର କରୁନାହାନ୍ତି ଓ ଆପଣଙ୍କ ନିକଟରେ କୌଣସି ଆକ୍ଟିଭ ରିଚାର୍ଜ ପ୍ଲାନ ନାହିଁ ତେବେ ଆପଣଙ୍କ SIMକୁ ବନ୍ଦ କରାଯିବ । ଏହା ଫଳରେ ଟେଲିକମ ଅପରେଟର ଆପଣଙ୍କ ନମ୍ବରଙ୍କୁ ଆପଣଙ୍କ ନାଁ ହଟାଇ ଆଉ କୌଣସି ଗ୍ରାହକଙ୍କୁ ପ୍ରଦାନ କରିବ ।
କେମିତି ଆକ୍ଟିଭ୍ ରଖିବେ SIM ?
ଯଦି ଆପଣଙ୍କ ସିମକାର୍ଡଟି 90ଦିନ ପର୍ଯ୍ୟନ୍ତ ଇନଆକ୍ଟିଭ୍ ରହିଛି, ଏହାପରେ ମଧ୍ୟ ଏହାକୁ ଆକ୍ଟିଭ କରିବା ଲାଗି 20 ଟଙ୍କାର ପ୍ରି-ପେଡ୍ ରିଚାର୍ଜ ପ୍ଲାନ ରହିଛି । ଏହାକୁ ଆପଣ 90 ଦିନ ପୂର୍ବରୁ କରିପାରିବେ । ଯଦି ଆପଣ ଭୁଲିଯାଇଛନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ ଓ 30 ଦିନ ଲାଗି ଆପଣଙ୍କ ସିମ୍କୁ ଆକ୍ଟିଭ ରଖିବ । ଏହି ପ୍ରକ୍ରିୟା ସେତେ ପର୍ଯ୍ୟନ୍ତ ରିପିଟ୍ ହେବ ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ତେବେ ଆପଣଙ୍କ ସିମ୍ଟି ଡିଆକ୍ଟିଭେଟ୍ ହୋଇଯିବ । ଏହାପରେ ଆପଣଙ୍କ ନମ୍ବରକୁ କୌଣସି କଲ୍ ଆସିବ ନାହିଁ ।
90ଦିନ ପରେ କଣ ହେବ ?
ଟ୍ରାଇର ନିୟମ ଅନୁସାରେ 90 ଦିନ ପରେ ଆପଣଙ୍କୁ ଟେଲିକମ କମ୍ପାନୀଗୁଡ଼ିକ ପକ୍ଷରୁ ସର୍ବନିମ୍ନ 15ଦିନ ଲାଗି ଗ୍ରେସ୍ ପିରିଅଡ ସମୟ ଦିଆଯାଇଛି । ଯଦି ଏହି 15 ଦିନ ମଧ୍ୟରେ ବି ୟୁଜର ରିଚାର୍ଜ କରୁନାହାନ୍ତି ତେବେ ଟେଲିକମ ଅପରେଟର ଆପଣଙ୍କ ସିମକୁ ଡିଆକ୍ଟିଭେଟ୍ କରିବ । ଆଉ ଏକ ଧ୍ୟାନ ଦେବା କଥା ହେଉଛି TRAIର ଏହି ନିୟମ କେବଳ ଆପଣଙ୍କ ସିମକାର୍ଡର ବୈଧତା ପ୍ରତି ମାସ ପିଛା 20ଟଙ୍କା ରଖିବା ଲାଗି ଲାଗୁ ହୋଇଛି । ଅର୍ଥାତ ଆପଣଙ୍କ ନାଁରେ ନମ୍ବରଟି ରେଜିଷ୍ଟର ରହିବ । ହେଲେ ଇନକମିଂ ଓ ଆଡଗୋଇଙ୍ଗ ସେବା ଲାଗି କୌଣସି ସ୍ପଷ୍ଟ କରାଯାଇନାହିଁ । ଏହା ଟେଲିକମ ଅପରେଟରଙ୍କ ବିବେକ ଉପରେ ନିର୍ଭର କରେ ।