ETV Bharat / technology

ପୁରୁଣା ପ୍ଲାନରୁ ଖାସ ସୁବିଧା ହଟାଇଲା କି Airtel ? ଖବର ପ୍ରସାରଣ ପରେ ଆସିଲା ସ୍ପଷ୍ଟୀକରଣ - AIRTEL VOICE AND SMS ONLY PLANS

କଲିଂ ଓ ମେସେଜ ଲାଗି ପୁରୁଣା ପ୍ଲାନରୁ ଖାସ ସୁବିଧା ହଟାଇଲା କି ଏୟାରଟେଲ୍‌ ? ଖବର ପ୍ରସାରଣ ପରେ ଏମିତି ପ୍ରତିକ୍ରିୟା ରଖିଲା କମ୍ପାନୀ । ଅଧିକ ପଢନ୍ତୁ

Airtel
Airtel (File Photo)
author img

By ETV Bharat Tech Team

Published : Jan 22, 2025, 6:11 PM IST

ହାଇଦ୍ରାବାଦ: ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (TRAI) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ପାଳନ କରି ଭାରତୀୟ ଟେଲିକମ ସେବା ପ୍ରଦାନକାରୀ Bharat Airtel ଭଏସ ଓ SMS ଲାଗି ପ୍ରି-ପେଡ୍‌ ପ୍ଲାନ ଆରମ୍ଭ କରିବା ଚର୍ଚ୍ଚା ଉପରେ କମ୍ପାନୀ ସ୍ପଷ୍ଟୀକରଣ ରଖିଛି । କମ୍ପାନୀର ୱେବସାଇଟ୍‌ରେ ଆଜି (ବୁଧବାର) ସକାଳେ ଦୃଶ୍ୟମାନ ହୋଇଥିବା ନୂଆ ପ୍ରିପେଡ୍‌ ପ୍ଲାନକୁ କମ୍ପାନୀ 'ଯାନ୍ତ୍ରିକ ତ୍ରୁଟି' ବୋଲି କହିଛି । କମ୍ପାନୀ କୌଣସି ନୂଆ ପ୍ରିପେଡ୍‌ ପ୍ଲାନ ଆଣିନାହିଁ କି ପୁରୁଣା ପ୍ଲାନକୁ ସଂଶୋଧିତ କରିନାହିଁ ବୋଲି କହିଛି ।

ଆଜି ସକାଳେ 'ଇଟିଭି ଭାରତ' ଭାରତ ଏୟାରଟେଲର ଅଫିସିଆଲ ୱେବସାଇଟରେ ଟ୍ରାଇର ନିର୍ଦ୍ଦେଶ ମୁତାବକ କେବଳ ଭଏସ୍‌ ଓ SMS ଲାଗି ଦୁଇଟି ନୂଆ ପ୍ରିପେଡ୍‌ ପ୍ଲାନ ଆଣିଥିବା ଦେଖିବାକୁ ମିଳିଥିଲା । କୁହାଯାଇଥିଲା ଯେ କମ୍ପାନୀ ଏହାର ଦୁଇଟି ପ୍ରିପେଡ୍‌ ପ୍ଲାନ Rs 509 ଓ RS 1999କୁ ସଂଶୋଧିତ କରିଛି ଅର୍ଥାତ କମ୍ପାନୀ ସମାନ ଟଙ୍କା ରଖିଥିବା ବେଳେ ସେଥିରୁ ଡେଟା ସୁବିଧାକୁ ହଟାଇଥିଲା । ସମାନ ଟଙ୍କାରେ କମ ସୁବିଧା ମିଳିବା ନେଇ ଅନେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

'ଇଟିଭି ଭାରତ'କୁ କଣ କହିଲା କମ୍ପାନୀ ?

ଏହି ଖବର ପ୍ରସାରଣ ହେବା ପରେ 'ଇଟିଭି ଭାରତ' ଏୟାରଟେଲ ସହିତ ଯୋଗାଯୋଗ କରିଥିଲା । ମାତ୍ର ଏହି ଖବରକୁ କମ୍ପାନୀ ଖଣ୍ଡନ କରିଛି । କମ୍ପାନୀ କହିଛି, "ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁଇଟି ପ୍ଲାନ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରେ ଦୃଶ୍ୟମାନ ହୋଇଥିଲା । କମ୍ପାନୀ ନା ସେପରି କୌଣସି ସଂଶୋଧନ କରିଛି ନା ନୂଆ ପ୍ଲାନ ଆଣିଛି ।"

509 ଟଙ୍କାର ପ୍ରିପେଡ୍‌ ପ୍ଲାନ

ଏୟାରଟେଲ ନିଜର 509 ଟଙ୍କାର ପ୍ରିପେଡ୍‌ ପ୍ଲାନରେ ଅନଲିମିଟେଡ୍‌ ଭଏସ କଲ୍‌ ଓ 900 SMS ସୁବିଧା ପ୍ରଦାନ କରିଥାଏ । କମ୍ପାନୀ ଦ୍ବାରା ଏହି ପ୍ଲାନର ବୈଧତା 84ଦିନ ଲାଗି ରଖାଯାଇଛି । କିନ୍ତୁ ଆଜି ସକାଳରେ କମ୍ପାନୀର ଦୃଶ୍ୟମାନ ହୋଇଥିବା ଏହି ସଂଶୋଧିତ ପ୍ଲାନରେ 6GB ଡେଟା ସୁବିଧାକୁ ହଟାଯାଇଥିଲା । ସମାନ ଟଙ୍କାରେ କମ୍ପାନୀ ପୂର୍ବ ସୁବିଧା ପ୍ରଦାନ କରୁଥିବା ବେଳେ 6GB ଡେଟା ସୁବିଧାକୁ ହଟାଇଥିଲା । ଏହି ପ୍ଲାନରେ ଅତିରିକ୍ତ ସୁବିଧା ଭାବେ Airtel Xstream ଆପ୍‌ରେ ମାଗଣା କଣ୍ଟେଣ୍ଟ ଦେଖିବା, ଆପୋଲୋ 24/7 ସର୍କଲ ମେମ୍ବରସିପ୍‌ ଓ ମାଗଣା ହେଲୋ ଟ୍ୟୁନ ମିଳିଥାଏ । ଏବେ କେବଳ କମ୍ପାନୀ ଏହି ପ୍ରିପେଡ୍‌ ପ୍ଲାନକୁ ୱେବସାଇଟ୍‌ରୁ ହଟାଇଛି, କୌଣସି ସଂଶୋଧନ କରିନି ।

1999 ଟଙ୍କାର ପ୍ରିପେଡ୍‌ ପ୍ଲାନ

ସେହିପରି ଏୟାରଟେଲ୍‌ର 1999 ଟଙ୍କାର ପ୍ଲାନ ମଧ୍ୟ ସଂଶୋଧନ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । କମ୍ପାନୀ ଏହି ପ୍ଲାନରେ ଅନଲିମିଟେଡ୍‌ ଭଏସ କଲ୍‌ ଓ 3600 SMS ପଠାଇବାକୁ ଅନୁମତି ଦେଇଥାଏ । ଏହି ପ୍ଲାନର ବୈଧତା 1ବର୍ଷ ବା 365 ଦିନ ରହିଛି । ଏଥିରେ 24GB ଡେଟା ମଧ୍ୟ ମିଳିଥାଏ । ମାତ୍ର ଏହି ଡେଟାକୁ ହଟାଇଛି ବୋଲି ଖବର ପ୍ରକାଶ ପାଇଥିଲା । ଯାହାକୁ କମ୍ପାନୀ ଯାନ୍ତ୍ରିକ ତ୍ରୁଟି ବୋଲି କହିଛି । କମ୍ପାନୀ ୱେବସାଇଟରେ କୌଣସି ସଂଶୋଧନ କରିନି ବରଂ ପ୍ଲାନକୁ ସମ୍ପୂର୍ଣ୍ଣ ଭାବେ ହଟାଇଛି ।

କଣ TRAIର ନିୟମ ?

ଟ୍ରାଇ କିଛି ଦିନ ପୂର୍ବରୁ କହିଥିଲା ଯେ ଭାରତରେ ଏବେ ବି 150 ମିଲିୟନ ଲୋକ ଫିଚର ଫୋନର ବ୍ୟବହାର କରୁଛନ୍ତି । ସେମାନଙ୍କୁ ସର୍ବଦା ଇଣ୍ଟରନେଟ୍‌ ପ୍ୟାକ୍‌ର ଆବଶ୍ୟକତା ରହିନଥାଏ । ଏଥିଲାଗି ଦେଶର ଟେଲିକମ ସେବା ପ୍ରଦାନକାରୀ କମ୍ପାନୀକୁ କେବଳ କଲିଂ ଓ SMS ଲାଗି ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା । ଏପରିକି କେବଳ କଲିଂ ଓ SMS ପ୍ଲାନ ଆଣିବାକୁ ଟ୍ରାଇ ବାଧ୍ୟତାମୂଳକ କରିଛି । ଏବେ ଜିଓ, ଏଯାରଟେଲ, ଭୋଡାଫୋନ-ଆଇଡିଆ ପରି ପ୍ରମୁଖ କମ୍ପାନୀ କେବଳ କଲିଂ ଓ ଏସଏମଏସ ଲାଗି ପ୍ଲାନ ଆଣିବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ
  1. ଟାରିଫ୍‌ ନିୟମରେ ବଡ଼ ସଂଶୋଧନ; କେବଳ କଲ୍‌ ଓ SMS ରିଚାର୍ଜ ଭାଉଚର ଆଣିବାକୁ ନିର୍ଦ୍ଦେଶ
  2. ମାତ୍ର 20ଟଙ୍କା ରିଚାର୍ଜ କରି SIM ରଖନ୍ତୁ ଆକ୍ଟିଭ; କଣ ଏହାର ଅର୍ଥ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.