ETV Bharat / technology

ଲଞ୍ଚ ହେବା ପୂର୍ବରୁ ଲିକ୍‌ ହେଲା Samsung Galaxy S25 Series ଫଟୋ; ଜାଣନ୍ତୁ କଣ ମିଳିବ ଫିଚର - SAMSUNG GALAXY S25 SERIES PICTURES

ଆଜି ଭାରତୀୟ ସମୟ ରାତି 11ଟା 30ରେ ସାମସଙ୍ଗ ଗାଲାକ୍ସି ଅନପ୍ୟାକଡ୍‌ ଇଭେଣ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ଗାଲାକ୍ସି S25 ସିରିଜର ଫଟୋ ଲିକ୍‌ ହୋଇଛି । ଅଧିକ ପଢନ୍ତୁ

Samsung Galaxy S25 Series Pictures leaked
Samsung Galaxy S25 Series Pictures leaked (Image Credit- X/@TechHome100)
author img

By ETV Bharat Tech Team

Published : Jan 22, 2025, 7:33 PM IST

ହାଇଦ୍ରାବାଦ: ଆଜି (22 ଜାନୁଆରୀ) ଭାରତୀୟ ସମୟ 11:30ରେ ସାମସଙ୍ଗ ଗାଲାକ୍ସି ଅନପ୍ୟାକଡ୍‌ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏହି ଇଭେଣ୍ଟରେ କମ୍ପାନୀ କିଛି ନୂଆ ଫ୍ଲାଗସିପ୍‌ ଫୋନକୁ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ ହେଉଛି Samsung Galaxy S25, Samsung Galaxy S25 Plus ଓ Samsung Galaxy S25 Ultra । କିନ୍ତୁ ଏହା ପୂର୍ବରୁ S25 ସିରିଜର ଫଟୋଗୁଡ଼ିକ ଲିକ୍‌ ହୋଇଛି ।

Samsung Galaxy S25 ସିରିଜ ଲିକ୍‌ ଫିଚର

ଏହି ସିରିଜ ଲଞ୍ଚ ହେବା ପୂର୍ବରୁ ଅନେକ ତଥ୍ୟ ଲିକ୍ ହୋଇସାରିଛି ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ୟୁଜରଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଲିକ୍‌ ତଥ୍ୟ ଯୋଗୁଁ ଏହି ଫୋନରେ ମିଳିବାକୁ ଥିବା କିଛି ଫିଚର ସମ୍ପର୍କରେ ମଧ୍ୟ ଜଣାପଡ଼ିଛି । ଅପକମିଂ ସ୍ମାର୍ଟଫୋନ ସମ୍ପର୍କରେ ସୂଚନା ଦେଉଥିବା ଟିପଷ୍ଟର ଟେକ୍‌ ହୋମ୍‌ ସାମସଙ୍ଗ ଗାଲାକ୍ସି ଏସ 25 ସିରିଜର କିଛି ଫଟୋ ଲଞ୍ଚ ହେବା ପୂର୍ବରୁ ଲିକ୍‌ କରିଛି । ଏହି ଫଟୋରୁ ଏସ25 ସିରିଜର ଡିଜାଇନ ଓ ଫିଚର ସମ୍ପର୍କରେ ଜଣାପଡ଼ିଛି ।

ଟିପଷ୍ଟର ଜଣକ ନିଜ ପୋଷ୍ଟରେ ଦାବି କରିଛନ୍ତି ଯେ ଫଟୋଗୁଡ଼ିକ Samsung Galaxy S25, Samsung Galaxy S25+ ଓ Samsung Galaxy S25 Ultra ଲାଇଭ ଇମେଜ୍‌ । ଏହି ପୋଷ୍ଟରେ ତିନୋଟି ଫଟୋ ଅଛି । ଏହି ଫଟୋରେ ଫୋନର ନାଁ ଲେଖା ହୋଇଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ସାମସଙ୍ଗ ଗାଲାକ୍ସି S25 Ultra ପଛ ପାର୍ଶ୍ବ ଦୃଶ୍ୟମାନ ହେଉଛି । ଆଉ ଏକ ଫଟୋରେ Galaxy S25 ଓ Galaxy S25 Plusର ପଛ ପଟ ଦେଖିବାକୁ ମିଳିଛି ।

ଟିପଷ୍ଟରଙ୍କ କହିବାନୁସାରେ, Samsung Galaxy S25 Ultra ସ୍ମାର୍ଟଫୋନର ବେଜେଲ୍ସ ପୂର୍ବଠାରୁ ଅଧିକ ପତଳା ହୋଇଛି ଓ ସ୍କ୍ରିନ ସ୍ପେଶ୍‌ ବଡ଼ ରହିଛି । ଟିପଷ୍ଟରଙ୍କ ପୋଷ୍ଟରେ ମୋଟ 4ଟି ଫଟୋ ଅଛି । ଏଥିରେ ସାମସଙ୍ଗ ଗାଲାକ୍ସି ଏସ25 ସିରିଜରେ ମିଳିବାକୁ ଥିବା ସ୍ପେଶିଫିକେସନ ଓ ଫିଚର ସମ୍ପର୍କରେ ମଧ୍ୟ ଜଣାପଡ଼ିଛି । ଗୋଟିଏ ଫଟୋରେ ସାମସଙ୍ଗ S25 ଓ S25+ର ଫଟୋ ଦେଖିବାକୁ ମିଳିଛି ।

ଅନ୍ୟ ଏକ ଫଟୋରେ ସାମସଙ୍ଗ ଫୋନରେ ଆସିବାକୁ ଥିବା ଏଆଇ-ଆଧାରିତ ଫିଚର ଯେପରିକି ଇନସାଇଟ୍ସ, ନାଇଟ୍‌ ମୋଡ୍‌, ଅଡିଓ ଇରେଜର, ସେଲ୍ଫି କ୍ୟାପଚର, ଡିଜିଟାଲ ୱଲେଟ୍‌ ଆଦି ଦେଖିବାକୁ ମିଳିଛି । ଏହାବ୍ୟତୀତ ଫଟୋରେ ସାମସଙ୍ଗର ତିନୋଟ ଅପକମିଂ ଫୋନର ସ୍କ୍ରିନ ସାଇଜ୍‌, ମ୍ୟାକ୍ସିମମ କ୍ୟାମେରା ରିଜୋଲ୍ୟୁସନ, ବ୍ୟାଟେରୀ ସାଇଜ୍‌ ଓ ବିଲ୍ଟ-ଇନ S Pen ଡିଟେଲ ଦେଖିବାକୁ ମିଳୁଛି । ଏହାବ୍ୟତୀତ ତିନୋଟି ଫୋନର କଲର ଅପସନ ମଧ୍ୟ ଦେଖିବାକୁ ମିଳିଛି ।

ଫ୍ଲାଗସିପ୍‌ ଫୋନର ସମ୍ଭବତଃ ସ୍ପେଶିଫିକେସନ

  • ଲିକ୍‌ ତଥ୍ୟ ଅନୁସାରେ Samsung Galaxy S25ରେ 6.2 ଇଞ୍ଚର ସ୍କ୍ରିନ, 50MP ମେନ୍‌ କ୍ୟାମେରା ଓ 4000mAh ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ବିଲ୍ଟ-ଇନ୍‌ S Pen ମିଳିବ ନାହିଁ ।
  • Samsung Galaxy S25 Plusରେ 6.7 ଇଞ୍ଚର ସ୍କ୍ରିନ, 50MP ମେନ୍‌ କ୍ୟାମେରା ଓ 4900mAh ବ୍ୟାଟେରୀ ଦିଆଯାଇଛି । ଏଥିରେ ବି ବିଲ୍ଟ-ଇନ୍‌ S Pen ମିଳିବ ନାହିଁ ।
  • Samsung Galaxy S25 Ultraରେ 6.9 ଇଞ୍ଚର ସ୍କ୍ରିନ, 200MP ମେନ୍‌ କ୍ୟାମେରା ଓ 5000mAh ବ୍ୟାଟେରୀ ମିଳିପାରେ । ଏହି ଫୋନରେ ବିଲ୍ଟ-ଇନ୍‌ S Pen ମିଳିବ ।
ଏହା ବି ପଢନ୍ତୁ
  1. ଆଜି Samsung ଗାଲାକ୍ସି ଅନପ୍ୟାକଡ୍‌ ଇଭେଣ୍ଟ; କେମିତି ଦେଖିବେ ଲାଇଭ, କଣ କଣ ଲଞ୍ଚ ହେବ ଜାଣନ୍ତୁ
  2. ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହ ଆସୁଛି Samsung Galaxy S25 ସିରିଜ; ଲିକ୍‌ ହେଲା ତଥ୍ୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.