କଟକ: ବଡ ମେଡିକାଲ (SCB) ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡିକାଲ ସମ୍ମୁଖରେ ଖୋଲିଥିବା ବେଆଇନ ହୋଟେଲ ଉପରେ CMC ସ୍ଵାସ୍ଥ୍ୟ ବିଭାଗର ଅତର୍କିତ ଚଢ଼ାଉ । ସିଲ୍ ହେଲା ଭେଣ୍ଡିଂ ଜୋନରେ ଥିବା ଦୋକାନ । ଶୁଖିଲା ଖାଦ୍ୟ ବିକ୍ରି କରିବା ପାଇଁ ନିୟମ ରହିଥିଲା ବେଳେ ରନ୍ଧା ଖାଦ୍ୟ ବିକ୍ରି ଅଭିଯୋଗ ରହିଥିଲା । ଲାଇସେନ୍ସ ନଥିବାରୁ ଗୋଟିଏ ଦୋକାନ ସିଲ୍ ହେବା ସହ ଆଉ ଏକ ଦୋକାନରୁ ଫାଇନ ଆଦାୟ କରିଛି ‘ସିଏମସି’ ।
- ରୋଗ କିଣୁଛନ୍ତି ରୋଗୀ :
ରୋଗ କିଣୁଛନ୍ତି ରୋଗୀ । ଚିକିତ୍ସା ପାଇଁ ଆସି ଯେଉଁ ଖାଦ୍ୟ ଖାଉଛନ୍ତି ରୋଗୀ ଓ ରୋଗୀଙ୍କ ସମର୍କୀୟ ତାହା ବେଶ ନିମ୍ନମାନର । ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଲାଭ କରିଥିବା ଏସସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଆଗରେ ଲାଗିଛି ବେଆଇନ ହୋଟେଲ । ସିଏମସି ପକ୍ଷରୁ ଭେଣ୍ଡିଂ ଯୋନରେ ଶୁଖିଲା ଖାଦ୍ୟ ବିକ୍ରି କରିବା ପାଇଁ ନିୟମ ରହିଥିଲା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରି ବାସି ଖାଦ୍ୟ ବିକ୍ରି କରିବା ଓ ବିନା ଲାଇସେନ୍ସରେ ହୋଟେଲ ଚଳାଇଛନ୍ତି ଦୋକାନୀ । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ଫାଟକ ସମ୍ନାରେ ଏଭଳି ହୋଟେଲ ରହିଛି । ଯାହାର ଖାଦ୍ୟ ବେଶ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର । ମେଡିକାଲକୁ ରୋଗୀ ନେଇ ଆସିବା ଓ ପାଖରେ ଭଲ ହୋଟେଲ ନମିଳିବାରୁ ଏହି ବାସି ଖାଦ୍ୟ ଖାଇବା ପାଇଁ ପଡୁଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହାସହ ଦୋକାନୀ ମଧ୍ୟ ଏହି ଚଢ଼ାଉ ଗ୍ରହଣ ନକରିବା ଓ ପାଖରେ ଲାଇସେନ୍ସ ଥିବା ନେଇ କହିଛନ୍ତି ।
- ଦୋକାନ ଉପରେ ଚଢ଼ାଉ:
ପୂର୍ବରୁ ଅନେକ ଅଭିଯୋଗ ଆସିବା ପରେ ଭେଣ୍ଡିଂ ଜୋନରେ ଥିବା ୪ରୁ ଊର୍ଦ୍ଧ୍ବ ଦୋକାନ ସିଲ କରିଛି ‘ସିଏମସି’ । କିନ୍ତୁ ବାରମ୍ବାର ନୋଟିସ୍ ଓ ନିର୍ଦ୍ଦେଶ ସତ୍ତ୍ୱେ ଏଭଳି ଦୃଶ୍ୟ ସମ୍ନାକୁ ଆସୁଛି । ଆଜି ‘ସିଏମସି’ର ଉକ୍ତ ଦୋକାନ ଓ ହୋଟେଲ୍ ଉପରେ ଅତର୍କିତ ଚଢ଼ାଉ ପରେ ଗୋଟିଏ ଦୋକାନ ସିଲ କରାଯାଇଥିଲା ବେଳେ ଅନ୍ୟ ଏକ ଜଳଖିଆ ଦୋକାନକୁ ଫାଇନ ପକାଇ ଛାଡି ଦେଇଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ କମିଟି ।
ଏହା ମଧ୍ୟ ପଢ଼ନ୍ତୁ...'ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ' ପ୍ରହସନ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ - Poor Quality Midday Meal ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରାରେ ବାସିଖାଦ୍ୟ ବିକ୍ରି, CMCର ଚଢ଼ାଉ |
- ଅପମିଶ୍ରିତ ଖାଦ୍ୟ ପାଇଁ ଦୋକାନ ସିଲ୍:
‘ସିଏମସି’ ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି,"ଯେହେତୁ ଏଠାରେ ରୋଗୀଙ୍କ ସମ୍ପର୍କୀୟମାନେ ଖାଉଛନ୍ତି ତେଣୁ ଏହା ଏକ ସେମ୍ବେଦନଶୀଳ ସ୍ଥାନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ହୋଟେଲଗୁଡିକରେ ହେଉଥିବା ଖାଦ୍ୟର ମାନ ନିର୍ଦ୍ଧାରଣ, ହୋଟେଲର ପରିଷ୍କାର ପରିଚ୍ଛନତା ଓ ସାର୍ଟିଫିକେସନ୍ ପାଇଁ ଆଜି ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଗୋଟିଏ ଦୋକାନ କୌଣସି ସଠିକ୍ ଡକ୍ୟୁମେଣ୍ଟ ଦେଖାଇପାରିଲା ନାହିଁ, ଖାଦ୍ୟରେ ଅପମିଶ୍ରିତ କୃତିମ ରଙ୍ଗ ମିଶାଯାଉଥିବାର ସାମ୍ପୁଲ ପାଇଲୁ, ପାଖାପାଖି ୬ଟି ଫୁଡ୍କଲର ଡବା ଜବତ କରାଯାଇଛି । ଅସ୍ବାସ୍ଥ୍ୟକର ପରିବେଶ ଥିଲା । ତେଣୁ ସେ ଦୋକାନକୁ ଆଜି ସିଲ୍ କରାଗଲା । ଗୋଟିଏ ଦୋକାନ ସିଲ ହେବା ସହ ଅନ୍ୟ ଏକ ଦୋକାନ ଉପରେ ଫାଇନ୍ କରାଯାଇଛି ।"
ଇଟିଭି ଭାରତ, କଟକ