ETV Bharat / bharat

କାଲି ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବ୍ଯବସ୍ଥା ପାଇଁ ଯୋଗୀଙ୍କ ନିର୍ଦ୍ଦେଶ - BASANT PANCHAMI AMRIT SNAN

ବସନ୍ତ ପଞ୍ଚମୀ ଅମୃତ ସ୍ନାନକୁ ‘ଜିରୋ ଏରର’ କରିବାକୁ ଯୋଗୀଙ୍କ କଡା ନିର୍ଦ୍ଦେଶ । ସବୁ ସ୍ତରରେ ବ୍ୟାପକ ବ୍ୟବସ୍ଥା, ବନ୍ଦ ରହିବ ଭିଆଇପି ପ୍ରୋଟୋକଲ ।

କାଲି ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ତ୍ରୁଟିଶୂନ୍ୟ ବ୍ଯବସ୍ଥା ପାଇଁ ଯୋଗୀଙ୍କ ନିର୍ଦ୍ଦେଶ
କାଲି ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ତ୍ରୁଟିଶୂନ୍ୟ ବ୍ଯବସ୍ଥା ପାଇଁ ଯୋଗୀଙ୍କ ନିର୍ଦ୍ଦେଶ (ETV Bharat Odisha)
author img

By ETV Bharat Odisha Team

Published : Feb 2, 2025, 1:44 PM IST

ପ୍ରୟାଗରାଜ (ୟୁପି): ଆସନ୍ତାକାଲି (ସୋମବାର) ମହାକୁମ୍ଭରେ ହେବାକୁ ଯାଉଛି ବସନ୍ତ ପଞ୍ଚମୀ ଅମୃତ ସ୍ନାନ । କୋଟି କୋଟି ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁ ଏହି ମାହାର୍ଘ୍ୟ ମୁହୂର୍ତ୍ତରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ । ତେବେ 29 ତାରିଖ ମୌନି ଅମାବାସ୍ୟାରେ ଘଟିଥିବା ଅଘଟଣର ପୁନରାବୃତ୍ତି ନହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପ୍ରସ୍ତୁତି ସମୀକ୍ଷା କରିବା ସହ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

  • ପ୍ରସ୍ତୁତି ସମୀକ୍ଷା କଲେ ଯୋଗୀ

ଗତକାଲି (ଶନିବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସମ୍ଭାବିତ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ଉପରେ ଭିନ୍ନ ଭିନ୍ନ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଅମୃତ ସ୍ନାନ ପାଇଁ ଆଖାଡାଗୁଡିକର ଶୋଭାଯାତ୍ର ଯଥା ସମୟରେ ଓ ପାରମ୍ପରିକ ଭାବେ ଶେଷ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି ।

  • ଅମୃତ ସ୍ନାନ ତିଥିରେ ବନ୍ଦ ରହିବ ଭିଆଇପି ପ୍ରୋଟୋକଲ

ସେହିପରି ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସ୍ଥାନ ଫାଙ୍କା ରଖିବାକୁ କୁହାଯାଇଛି । ଏହି ଅମୃତସ୍ନାନ ସମୟରେ କୁମ୍ଭ ନଗରୀର ଭିଆଇପି ପ୍ରୋଟୋକଲ ମଧ୍ୟ ବନ୍ଦ ରଖାଯିବ । ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ୍‌ ଫୋର୍ସ, ସ୍ବେଚ୍ଛାସେବୀ, ମେଡିକାଲ ଟିମ୍‌, ରାପିଡ ଆକ୍ସନ ଟିମ୍‌ ପ୍ରମୁଖ ମୁତୟନ ରହିବେ । ମୌନି ଅମାବାସ୍ୟା ପରି ସ୍ଥିତି ସୃଷ୍ଟି ନହେବା ପାଇଁ ସବୁସ୍ତରରେ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବା ଓ ଏଥିରେ ସାମାନ୍ୟ ଅବହେଳା ନହେବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-

ମହାକୁମ୍ଭ ମେଳାରେ ନିଖୋଜ 1200ରୁ ଅଧିକ ଶ୍ରଦ୍ଧାଳୁ

ସାମ୍ନାକୁ ଆସିଲା ମହାକୁମ୍ଭ ଦଳାଚକଟାର କାରଣ: 30 ମୃତ, 60ରୁ ଊର୍ଦ୍ଧ୍ବ ଆହତ

  • ଯାଇଥିଲା 30 ଶ୍ରଦ୍ଧାଳୁଙ୍କ ଜୀବନ

ମୌନି ଆମାବାସ୍ୟାରେ ଅମୃତ ସ୍ନାନ ତିଥି ଥିବା କାରଣରୁ ସଙ୍ଗମରେ ପ୍ରାୟ 5 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାତ୍ରାଧିକ ଭିଡ କାରଣରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଦଳାଚକଟାରେ 30 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏକାଧିକ ଗୁରୁତରଙ୍କ ସହ 60ରୁ ଅଧିକ ଆହତ ହୋଇଥିଲେ । ଅନେକ ଶ୍ରଦ୍ଧାଳୁ ସେମାନଙ୍କ ପରିଜନଙ୍କଠାରୁ ମଧ୍ୟ ଅଲଗା ହୋଇଯାଇଥିଲେ । ମହାକୁମ୍ଭ ପରି ମହାଆଧ୍ୟାତ୍ମିକ ସଙ୍ଗମରେ ଏପରି ଦୁଖଃଦ ଘଟଣା ପୁରା ଦେଶକୁ ସ୍ତବ୍ଦ କରିଦେଇଥିଲା ।

  • ଚାଲିଛି ନ୍ୟାୟିକ ତଦନ୍ତ

ଅଘଟଣରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରମୁଖ ଘଟଣାରେ ଶୋକ ବ୍ୟକ୍ତ କରିଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ 25 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ ଉତ୍ତର ପ୍ରଦେଶ ସରକାର । ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ତେବେ ଆସନ୍ତାକାଲି (ସୋମବାର) ବସନ୍ତ ପଞ୍ଚମୀ ଅବସରରେ ଅମୃତ ସ୍ନାନ ପାଇଁ ତିଥି ଅଛି । ପୂର୍ବ ଅଘଟଣର ଅନୁଶୀଳନ ପରେ ଯୋଗୀ ସରକାର ସମସ୍ତ ପୂର୍ବ ପ୍ରସ୍ତୁତି ନିଶ୍ଚିତ କରିବାରେ ଲାଗିଛି ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.