ଭୁବନେଶ୍ବର: ଚଳିତମାସ (ଫେବୃଆରୀ) 8 ତାରିଖରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ କିସ୍ତି ରାଶି । ଏହା ପୂର୍ବରୁ ଯେଉଁମାନେ ଇ-କେଓ୍ବାଇସି ଆଉ ‘NPCI’ କରିନାହାନ୍ତି ସେମାନେ କରାଇନିଅନ୍ତୁ ବୋଲି ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
- NPCI ଅପଡେଟ୍ କଲେ ଏହି ପର୍ଯ୍ୟାୟରେ ଟଙ୍କା ପାଇବେ: ଉପ-ମୁଖ୍ୟମନ୍ତ୍ରୀ
ଉପ-ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ବାକିଥିବା ଇ-କେଓ୍ବାଇସି ଆଉ ‘NPCI’ରୁ ପାଖାପାଖି 25 ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ NPCI ଏବଂ ଇ-କେ୍ୱାସି କରାଯିବାକୁ ବାକି ଅଛି । ଆଠ ତାରିଖ ପୂର୍ବରୁ ଏହା କରାଇନେବକୁ ଅପିଲ କରୁଛୁ । ବ୍ୟାଙ୍କକୁ ଯାଇ ବାଇଓମେଟ୍ରିକ୍ ସହ NPCI କରିନିଅନ୍ତୁ । ଯେଉଁମାନେ 8 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ପ୍ରଥମ କିସ୍ତି ରାଶି ମିଳିବ ।’’
- ଫେବୃଆରୀରେ ନମିଳିଲେ, ମାର୍ଚ୍ଚରେ ଦୁଇଟି କିସ୍ତି
ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ସେମାନେ ପାରାମିଟରରେ ଆସୁଛନ୍ତି, କେବଳ ବ୍ୟାଙ୍କ ଲିଙ୍କ୍ ଅସୁବିଧା ଅଛି । ସେମାନଙ୍କୁ NPCI କରାଇବାକୁ ଅପିଲ କରୁଛୁ । ବ୍ୟାଙ୍କ 3 ତାରିଖ ଏବଂ 4 ତାରିଖ ସୁଭଦ୍ରା ହିତାଧିକାରୀଙ୍କ ଲାଗି ସ୍ୱତନ୍ତ୍ର ଧ୍ୟାନ ଦେବ । ସେଦିନ ଯାଇ NPCI କରାଇ ନିଅନ୍ତୁ । ସବୁଠୁ ଅଧିକ NPCI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବାକି ଅଛି । ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ଯାଇ କରାଇ ନିଅନ୍ତୁ । ଫେବୁଆରୀ 8ରୁ ମାର୍ଚ୍ଚ 8 ଭିତରେ । ଯେଉଁମାନେ ଫେବୃଆରୀ 8 ତାରିଖରେ ନପାଇବେ, ସେମାନେ ଆବେଦନ କଲେ ମାର୍ଚ୍ଚରେ ସେମାନଙ୍କୁ ଦୁଇଟି କିସ୍ତି ମିଳିବ ।’’
ଏହା ମଧ୍ୟ ପଢନ୍ତୁ:- ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା, ଭୁଲରେ ଟଙ୍କା ନେଇଥିଲେ... ମହିଳାଙ୍କ ସହଭାଗିତାରେ କେନ୍ଦୁଝର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ |
- ବ୍ୟାଙ୍କମାନଙ୍କ ସହ ଆଲୋଚନା ହୋଇଛି:-
ପ୍ରଭାତୀ କହିଛନ୍ତି, ବ୍ୟାଙ୍କକୁ ଗଲେ ହିଁ ହିତାଧିକାରୀ ପାଇବେ ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯେଉଁଠି ଅଛି ସେହି ବ୍ରାଞ୍ଚକୁ ଯାଇ NPCI ରି-ଆକ୍ଟିଭେଟ୍ କରନ୍ତୁ । ଯେଉଁମାନଙ୍କ ପାଖକୁ ଫୋନ ବା ମେସେଜ ଆସିଛି, ସେମାନେ ବ୍ୟାଙ୍କକୁ ଯାଆନ୍ତୁ । ସମସ୍ତ ବ୍ୟାଙ୍କ ସହ ଆଲୋଚନା ହୋଇଛି । NPCI ଫେଲ ହେବା ଯୋଗୁଁ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ ସେମାନଙ୍କ ପାଇଁ ସ୍ପେଶାଲ ଡ୍ରାଇଭ୍ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର