ହାଇଦ୍ରାବାଦ: ରେଟ୍ରୋ-ମଡର୍ଣ୍ଣ ମୋଟରସାଇକେଲ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ବର୍ଷ 2025ରେ ନିଜର ପ୍ରଥମ ପ୍ରଡକ୍ଟକୁ ଲଞ୍ଚ କରିଛି । କମ୍ପାନୀ ନୂଆ Royal Enfield Scram 440 ବାଇକ୍କୁ ବଜାରରେ ପ୍ରବେଶ କରାଇଛି । ଏହି ମୋଟରସାଇକେଲକୁ କମ୍ପାନୀ ଦୁଇଟି ଭାରିଏଣ୍ଟ Trail ଓ Force ପ୍ରଦାନ କରୁଛି । ଏହି ବାଇକ୍ରେ କମ୍ପାନୀ କଣ ନୂଆ ସୁବିଧା ଗ୍ରାହକଙ୍କ ଲାଗି ପ୍ରଦାନ କରୁଛି ଓ ଏହାର ଦାମ କେତେ ଜାଣନ୍ତୁ ।
- Royal Enfield Scram 440ର ପାୱାରଟ୍ରେନ
ସ୍କ୍ରାମ 440ରେ ଏୟାର/ଅଏଲ-କୁଲ୍ଡ, 433cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାକି 25bhp ପାୱାର ଓ 34nmରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ବଡ଼ ଇଞ୍ଜିନର ଆଇଡିଆ କମ୍ପାନୀର 411cc ଇଞ୍ଜିନରୁ ନିଆଯାଇଥିବା ବେଳେ ଏହାର ବୋର୍କୁ 3mm ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
- Royal Enfield Scram 440ର ହାର୍ଡୱେୟାର
ରୟାଲ ଏନଫିଲ୍ଡର Scram 440ର ଚେସିସ୍କୁ ବି ମଜଭୁତ କରାଯାଇଛି ଯାହାଦ୍ବାରା ଏବେ ମୋଟରସାଇକେଲର ପଛ ପାର୍ଶ୍ବରେ ଏକ ଟପ୍ ବକ୍ସ ଲଗାଯାଇପାରିବ । ଏହି ଟପ୍ ବକ୍ସ ସର୍ବାଧିକ କ୍ଷମତା 10 କିଲୋଗ୍ରାମ ରହିଛି । Scram 440ର ଦୁଇଟି ଭାରିଏଣ୍ଟରେ ସ୍ବିଚେବଲ୍ ABS ଓ ଏଲଇଡି ହେଡଲାଇଟ୍ ଷ୍ଟାଣ୍ଡାର୍ଡ ଭାବରେ ବ୍ୟବହାର କରାଯାଇଛି । ମୋଟରସାଇକେଲରେ 15 ଲିଟର ଫ୍ୟୁଲ ଟ୍ୟାଙ୍କ ମିଳୁଥିବା ବେଳେ ଏହାର ଓଜନ 197 କିଲୋଗ୍ରାମ ରହିଛି । ଯାହାକି Scram 411ଠାରୁ 2 କିଲୋଗ୍ରାମ ଅଧିକ ।
The New Scram 440. An ADV crossover tuned for play.
— Royal Enfield (@royalenfield) January 22, 2025
Now featuring a characterful Long Stroke 443cc Engine (LS 440) paired with a slick Six-Speed
Gearbox, tough Alloy Wheels with tubeless tires, LED Headlights and provision for a Top Box.#NewScram440 #TunedForPlay #RoyalEnfield pic.twitter.com/A42fkAb5t1
- ଦାମ କେତେ ?
ଏହି ବାଇକର ଦାମ 2.08 ଲକ୍ଷରୁ ଆରମ୍ଭ ହୋଇ 2.15 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ, ଚେନ୍ନାଇ) ରହିଛି । ଏହି ନୂଆ ବାଇକ୍ ବଜାରରେ ବିକ୍ରି ହେଉଥିବା Scram 411 ବାଇକ୍ଠାରୁ 2000-3000 ଟଙ୍କା ଅଧିକ ରହିଛି ।
ଭାରିଏଣ୍ଟ | କଲର ଅପସନ | ଦାମ (ଏକ୍ସ ଶୋ'ରୁମ, ଚେନ୍ନାଇ) |
Trail | Blue, Green | 2.08 ଲକ୍ଷ ଟଙ୍କା |
Force | Blue, Grey, Teal | 2.15 ଲକ୍ଷ ଟଙ୍କା |
- କଲର ଅପସନ କଣ ରହିଛି ?
କମ୍ପାନୀ ଏହି ମୋଟରସାଇକେଲର ଦୁଇଟି ଭାରିଏଣ୍ଟକୁ 5ଟି କଲର ଅପସନ ପ୍ରଦାନ କରିଛି । ଯେଉଁଥିରେ Trail ଭାରିଏଣ୍ଟ ଲାଗି ନୀଳ ଓ ସବୁଜ ରଙ୍ଗ ଏବଂ ଟପ୍ ଭାରିଏଣ୍ଟ Force ଲାଗି Blue, Teal ଓ Grey ରଙ୍ଗ ବିକଳ୍ପ ରହିଛି ।