ETV Bharat / state

ଗଠନ ହେଲା ‘ଷଷ୍ଠ ରାଜ୍ୟ ଅର୍ଥ କମିଶନ’, ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ - 6TH STATE FINANCE COMMISSION

ପୂର୍ବତନ ବରିଷ୍ଠ ପ୍ରଶାସକ ଅରୁଣ ପଣ୍ଡା ଅଧ୍ୟକ୍ଷ । ଆୟୋଗରେ 3 ସଦସ୍ୟ ଓ ଜଣେ ସଦସ୍ୟ-ସଚିବ । ଅର୍ଥ ବିଭାଗରୁ ପ୍ରକାଶିତ ହେଲା ବିଜ୍ଞାପ୍ତି ।

ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ; ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ
ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ; ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 9:46 PM IST

ଭୁବନେଶ୍ବର: ଗଠନ ହେଲା ଷଷ୍ଠ ରାଜ୍ୟ ଅର୍ଥ କମିଶନ । ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି 5 ଜଣିଆ କମିଟି । କମିଟିରେ ଜଣେ ଅଧ୍ୟକ୍ଷ, 3 ଜଣ ସଦସ୍ୟ ଓ ଜଣେ ସଦସ୍ୟ-ସଚିବ ଅଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ କୁମାର ମିଶ୍ରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

  • ସଦସ୍ୟଙ୍କ ସମ୍ପର୍କରେ...

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ କୁମାର ମିଶ୍ରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ କମିଶନ ଆଜି ଗଠନ କରିଛନ୍ତି । ପୂର୍ବତନ ପ୍ରଶାସକ ଅରୁଣ କୁମାର ପଣ୍ଡା କମିଟିର ଅଧ୍ୟକ୍ଷ ରହିଛନ୍ତି । କମିଟି ଆଉ 3 ଜଣ ସଦସ୍ୟ ହେଉଛନ୍ତି ଜାଭିୟର ଇଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (XIMB)ର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୈତିକ ବିଭାଗର ପ୍ରଫେସର ଅମରେଶ ସାମନ୍ତରାୟ, TISSର ପ୍ରଫେସର ଡାକ୍ତର ବିଭୁ ପ୍ରସାଦ ନାୟକ । ସେହିପରି ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ.ସତ୍ୟପ୍ରିୟ ରଥ ସଦସ୍ୟ-ସଚିବ ଭାବେ କମିଶନରେ ସ୍ଥାନ ପାଇଛନ୍ତି ।

ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠିତ; ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ
ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠିତ; ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ (ETV Bharat Odisha)
ବିଜ୍ଞପ୍ତି ପ୍ରକାଶ ପାଇବାର 6 ମାସ ପର୍ଯ୍ୟନ୍ତ ଷଷ୍ଠ ରାଜ୍ୟ ଅର୍ଥ କମିଶନର ସଦସ୍ୟମାନେ କାର୍ଯ୍ୟରତ ରହିବେ । ସଦସ୍ୟ-ସଚିବଙ୍କୁ ଛାଡି ଦେଲେ କମିଶନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ କମିଶନ ପାଇଁ ପୂର୍ଣ୍ଣକାଳ କିମ୍ବା ଆଂଶିକ ଭାବେ କାର୍ଯ୍ୟ କରିବେ । ମାତ୍ର ସଦସ୍ୟ-ସଚିବ ତାଙ୍କ ନିଜସ୍ୱ ତଥା ମୂଳ କାର୍ଯ୍ୟଭାର ସହ କମିଶନରେ ପୂର୍ଣ୍ଣକାଳୀନ ସେବା ପ୍ରଦାନ କରିବେ ।

ଏହା ମଧ୍ୟ ପଢନ୍ତୁ:-

କ୍ୟାବିନେଟରେ 10 ପ୍ରସ୍ତାବକୁ ମୋହର, ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ମଞ୍ଜୁରୀ

BJD ର ନୂଆ ମୁଖିଆ କି’ଏ ? ଏମିତି କହିଲେ ବରିଷ୍ଠ ନେତା

  • ବର୍ଷେ ପୂର୍ବରୁ କେନ୍ଦ୍ର ଗଠନ କରିଥିଲା ଷୋଡ଼ଶ ଅର୍ଥ ଆୟୋଗ

କେନ୍ଦ୍ର ଷୋଡ଼ଶ ଅର୍ଥ କମିଶନ ଗଠନ ହେବାର ପ୍ରାୟ ଏକ ବର୍ଷ ପରେ ରାଜ୍ୟ ଷଷ୍ଠ ଅର୍ଥ ଆୟୋଗ ଗଠନ ହୋଇଛି । ଏହି ଆୟୋଗ ପଞ୍ଚାୟତିରାଜ ପ୍ରତିଷ୍ଠାନ (PRI) ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) କୁ ପାଣ୍ଠି ପ୍ରଦାନ ଏବଂ ହସ୍ତାନ୍ତର ପାଇଁ ନୀତିଗତ ସୁପାରିଶ କରିବେ । ଆୟୋଗ ଦ୍ବାରା ସୁପାରିଶ ପ୍ରସ୍ତାବ ପାଞ୍ଚ ବର୍ଷ ପାଇଁ ବୈଧ ହେବ । ୨୦୧୮ ମସିହାରେ, ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ‘ପଞ୍ଚମ ରାଜ୍ୟ ଅର୍ଥ କମିଶନ’ ଗଠନ କରିଥିଲେ । ଏହି ଆୟୋଗ ୨୦୧୯ ଅଗଷ୍ଟ ୨ ତାରିଖରେ ଏହାର ରିପୋର୍ଟ ଦାଖଲ କରିଥିଲା । ଯେତେବେଳେ ୨୦୨୦ ଫେବୃଆରୀ ୧୭ ତାରିଖରେ ଏହାକୁ ଆଧାର କରି ଆକ୍ସନ ଟେକେନ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

  • କେଉଁମାନେ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପ୍ରଥମ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଜଷ୍ଟିସ ଏସ.କେ ମହାନ୍ତି ଥିଲେ । ସେହିପରି ତ୍ରିଲୋଚନ କାନୁନଗୋ ଦ୍ୱିତୀୟ ଅର୍ଥ କମିଶନର ଅଧ୍ୟକ୍ଷ ଥିଲେ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ସୁଧାକର ପଣ୍ଡା ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଚିନ୍ମୟ ବସୁ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.