ETV Bharat / state

ଅଙ୍ଗଦାନ କରି ଅମର ଲତା, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ - ORGAN DONATION

କେନ୍ଦୁଝର ଯମୁନାପୋଷିର ଲତା ମହାନ୍ତ, ଅଙ୍ଗଦାନ କରି ଅମର ହୋଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

Organ Donor Lata Mahanta
Organ Donor Lata Mahanta (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 9:30 PM IST

କେନ୍ଦୁଝର: ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ । ଜଣକ ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ । ଏହି ମହତ ଉଦ୍ଦେଶ୍ୟକୁ ବୁଝିଥିଲେ କେନ୍ଦୁଝର ଲତା ମହାନ୍ତ । ସେଥିପାଇଁ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ତାଙ୍କର ଶେଷ ଇଚ୍ଛା ଥିଲା । ଅସୁସ୍ଥତା କାରଣରୁ ଲତାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିଛନ୍ତି ପରିବାର ଲୋକ । ଫଳରେ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ଲତା ।

  • ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପରିବାର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ ଅନ୍ତର୍ଗତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତ ଅସୁସ୍ଥତା କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ସମସ୍ତ ଚିକିତ୍ସା କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ଗତକାଲି ରାତିରେ ତାଙ୍କର ଦେହାନ୍ତ ପରେ ପରିବାର ସଦସ୍ୟ ତାଙ୍କ ପୂର୍ବ ଇଚ୍ଛା ଅନୁସାରେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ହୋଇଥିଲେ । ପରିଜନଙ୍କ ସହମତିକ୍ରମେ ଲତାଙ୍କ ଯକୃତ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି । ମୃତ୍ୟୁ ପରେ ମଧ୍ୟ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ଲତା ମହାନ୍ତ ଅମରତ୍ୱ ପ୍ରାପ୍ତି କରିବା ସହ ସମାଜରେ ଏକ ଉଦାହରଣ ପାଲଟିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଙ୍ଗଦାନ କରି ଅମର ହୋଇଗଲେ ଶିବୁନ, ଶ୍ମଶାନରେ ଗାର୍ଡ ଅଫ୍ ଅନର୍‌ ଦିଆଯାଇ ଶେଷକୃତ୍ୟ ସଂପନ୍ନ - Immortalizing Life

ଏହା ମଧ୍ୟ ପଢ଼ନ୍ତୁ...ଅଙ୍ଗଦାନ କରି ଅମର ହୋଇଗଲେ ନରେଶ ! ଗାର୍ଡ ଅଫ୍ ଅନର ଦେଲେ ଉଭୟ ଓଡିଶା ଓ ଆନ୍ଧ୍ର ପୋଲିସ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ :

Organ Donor Lata Mahanta
Organ Donor Lata Mahanta (ETV Bharat Odisha)

ଆଜି ଲତାଙ୍କ ମରଶରୀରକୁ ଆତ୍ମୀୟସ୍ଵଜନଙ୍କ ଶେଷଦର୍ଶନ ପାଇଁ କୋଡ଼ଖମଣ ସ୍ଥିତ ବାସଭବନକୁ ଅଣାଯିବା ପରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତ୍ୟାଗକୁ ସମ୍ମାନ ଓ ସ୍ୱୀକୃତି ଦେବା ସହ ଅଙ୍ଗଦାନ ପାଇଁ ସାମାଜିକ ସ୍ତରରେ ସଚେତନତା ବୃଦ୍ଧି ପାଇଁ ପ୍ରଚଳିତ ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଆରକ୍ଷୀ ବାହିନୀଙ୍କ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇଥିଲା ।

  • ଶେଷକୃତ୍ୟରେ ସାମିଲ ହେଲେ ଅତିରିକ୍ତ ଜିଲ୍ଲାପାଳ

କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଶ୍ମଶାନରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ତରଫରୁ ଶେଷ ସମ୍ମାନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ । ଲତାଙ୍କ ପୁଅ ପୁରୁଷୋତ୍ତମ ମହାନ୍ତ ମୁଖାଗ୍ନି ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.