ETV Bharat / bharat

ପୁଷ୍ପକରୁ ଡେଇଁଲେ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୩କୁ ବଢ଼ିଲା ମୃତ୍ୟୁସଂଖ୍ୟା - TRAIN ACCIDENT

ମହାରାଷ୍ଟ୍ରରେ ଜଲଗାଁଓ ଷ୍ଟେସନ ନିକଟରେ ବଡ ଟ୍ରେନ ଦୁର୍ଘଟଣା । ୧୩ ଛୁଇଁଲା ମୃତ୍ୟୁ ସଂଖ୍ୟା ।

ନିଆଁ ଗୁଜବରେ ଟ୍ରେନରୁ ଡେଇଁପଡିଲେ, ମାଡିଗଲା ଆଉ ଏକ ଟ୍ରେନ, 10ରୁ ଅଧିକ ମୃତ
ନିଆଁ ଗୁଜବରେ ଟ୍ରେନରୁ ଡେଇଁପଡିଲେ, ମାଡିଗଲା ଆଉ ଏକ ଟ୍ରେନ, 10ରୁ ଅଧିକ ମୃତ (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 6:27 PM IST

Updated : Jan 23, 2025, 10:04 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଅଘଟଣ । ନିଆଁ ଲାଗିଥିବା ଗୁଜବରେ ‘ପୁଷ୍ପକ ଏକ୍ସପ୍ରେସ’ରୁ ଭୟରେ ଡେଇଁ ପଡିଥିବା ଯାତ୍ରୀଙ୍କ ଉପରେ ମାଡିଯାଇଛି ‘କର୍ଣ୍ଣାଟକ ଏକ୍ସପ୍ରେସ’ । ଫଳରେ 13 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ବିଳମ୍ବିତ ଅପରାହ୍ନରେ ଜଲଗାଁଓ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଏଥିରେ ଏକାଧିକ ଯାତ୍ରା ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ରେଳବାଇ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

  • ନିଆଁ ଗୁଜବରେ ଡେଇଁ ପଡିଲେ

ପ୍ରାଥମିକ ସୂଚନା ଅନୁସାରେ, ଜଲଗାଓଁର ପାଚୋରା ରେଳ ଷ୍ଟେସନ ନିକଟରେ ‘ପୁଷ୍ପକ ଏକ୍ସପ୍ରେସ’ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଥିଲା । ଏହି ଖବର ପ୍ରସାରିତ ହେବା ମାତ୍ରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନର ଚେନ୍‌ ପୁଲିଂ ଟ୍ରେନରୁ ଡେଇଁ ପଡିଥିଲେ । ସେହି ସମୟରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ‘କର୍ଣ୍ଣାଟକ ଏକ୍ସପ୍ରେସ’ ସେମାନଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଏବେ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ଅଧିକାରୀ ସ୍ପଷ୍ଟ କରିଛନ୍ତି । ମୃତକଙ୍କ ମଧ୍ୟରେ ନେପାଳର ନାଗରିକ ମଧ୍ୟ ଅଛନ୍ତି ।

ନିଆଁ ଗୁଜବରେ ଟ୍ରେନରୁ ଡେଇଁଲେ, ମାଡିଗଲା ଆଉ ଏକ ଟ୍ରେନ, 10ରୁ ଅଧିକ ମୃତ
ନିଆଁ ଗୁଜବରେ ଟ୍ରେନରୁ ଡେଇଁଲେ, ମାଡିଗଲା ଆଉ ଏକ ଟ୍ରେନ, 10ରୁ ଅଧିକ ମୃତ (ETV Bharat Odisha)
  • କଣ କହିଲେ ମହାରାଷ୍ଟ୍ର ମନ୍ତ୍ରୀ

ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଏକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, 10ରୁ 12 ଜଣଙ୍କ ଜୀବନ ଯାଇଛି । ଗତକାଲି ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ 10ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । କିଛି ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି ।

ଏହା ବି ପଢନ୍ତୁ...

ମାଲବାହୀ ଟ୍ରେନକୁ ପିଟିଲା ବାଗମତି ଏକ୍ସପ୍ରେସ୍ ଟ୍ରେନ, ଜଳିଗଲା ଦୁଇ ପାସେଞ୍ଜର ବଗି

ଭାରତୀୟ ରେଳବାଇ ସୁରକ୍ଷା ପଦକ୍ଷେପ, ୧୦ ବର୍ଷରେ କମିଛି ଟ୍ରେନ ଦୁର୍ଘଟଣା

ଟ୍ରେନରୁ ଖସିପଡିଲେ ଯାତ୍ରୀ, ବଞ୍ଚାଇବାକୁ ପଛକୁ ଗଡିଲା ଟ୍ରେନ

  • ନିଆଁ ଲାଗିବା ଗୁଜବ ଥିଲା: ରେଳବାଇ ଅଧିକାରୀ

ପାଚୋରା ନିକଟ ପାରଧାଡେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏନେଇ ସେଣ୍ଟ୍ରାଲ ରେଲୱେ ଅଧିକାରୀ ସ୍ବପ୍ନିଲ ନୀଲା କହିଛନ୍ତି," ସନ୍ଧ୍ୟା ପ୍ରାୟ 5ଟା ସମୟରେ ‘ପୁଷ୍ପକ ଏକ୍ସପ୍ରେସ’ରେ ନିଆଁ ଲାଗିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା । ତେଣୁ କେତେକ ଯାତ୍ରୀ ଭୟଭୀତ ହୋଇ ଚେନ୍ ଟାଣିଥିଲେ । ଏହାପରେ ସେମାନେ ଟ୍ରେନରୁ ବାହାରିବା ପାଇଁ ଡେଇଁ ପଡିଥିଲେ । ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡିଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2025, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.