ETV Bharat / sports

ନେଦରଲାଣ୍ଡ୍ସକୁ ହରାଇଲା ଭାରତୀୟ ମହିଳା ଟିମ, ଇଂଲଣ୍ଡକୁ ହରାଇ ପ୍ରତିଶୋଧ ନେଲା ପୁରୁଷ ଦଳ - FIH PRO LEAGUE 2025

FIH ପ୍ରୋ ଲିଗ୍ 2025ରେ ଭାରତୀୟ ଟିମର କମବ୍ୟାକ । ନେଦରଲାଣ୍ଡ୍ସ ହରାଇଲା ମହିଳା ଟିମ । ଇଂଲଣ୍ଡକୁ ପରାସ୍ତ କଲା ଇଣ୍ଡିଆ ।

FIH Pro League 2025
FIH Pro League 2025 (ETV Bharat Odisha)
author img

By ETV Bharat Odisha Team

Published : Feb 26, 2025, 3:53 PM IST

ଭୁବନେଶ୍ୱର: ବିଶ୍ୱର ଏକ ନମ୍ବର ମହିଳା ହକି ଟିମ ନେଦରଲାଣ୍ଡ୍ସକୁ ହରାଇଲା ଭାରତ । ଭୁବନେଶ୍ୱରରେ ଆୟୋଜିତ ଏଫଆଇଏଚ ପ୍ରୋ ଲିଗରେ ଦ୍ୱିତୀୟ ଚରଣ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟରେ ଭାରତ ୨-୧ରେ ନେଦରଲାଣ୍ଡ୍ସକୁ ହରାଇଛନ୍ତି । ସେପଟେ ଘରୋଇ ପୁରୁଷ ଟିମ ମଧ୍ୟ ଇଂଲଣ୍ଡକୁ ହରାଇ ପୂର୍ବ ମ୍ୟାଚର ପ୍ରତିଶୋଧ ନେଇଛି ।

ନେଦରଲାଣ୍ଡ୍ସକୁ ହରାଇଲା ଭାରତୀୟ ମହିଳା ଟିମ୍:

ଏଫଆଇଏଚ ମହିଳା ପ୍ରୋ ଲିଗରେ ମଙ୍ଗଳବାର ଭାରତ- ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱର ଏକ ନମ୍ବର ମହିଳା ହକି ଟିମ ନେଦରଲାଣ୍ଡ୍ସକୁ ହରାଇଛି ଭାରତ । ସୁଟଆଉଟରେ ନେଦରଲାଣ୍ଡ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା ଟିମ । ମ୍ୟାଚର ପ୍ରଥମ ଚରଣରେ ଡ଼ଚ ଟିମ ଡୋମିନେଟ କରିବା ସହ ପ୍ରଥମ ଚରଣ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା । ମ୍ୟାଚର ଦ୍ଵିତୀୟ ହାଲ୍ଫରେ ଭାରତୀୟ ଦଳ କମବ୍ୟାକ କରି ଉଭୟ ଗୋଲ ପରିଶୋଧ କରିବା ସହ ମ୍ୟାଚକୁ ୨-୨ରେ ବରାବର ରଖିଥିଲା । ପରବର୍ତ୍ତୀ ସମୟରେ ସୁଟ ଆଉଟରେ ଗୋଲକିପର ସବିତା ପୁନିଆଙ୍କ ଭଲ ପ୍ରଦର୍ଶନ ବଳରେ ମ୍ୟାଚକୁ ଜିତି ନେଇଛି ଭାରତ ।

FIH Pro League 2025
FIH Pro League 2025 (ETV Bharat Odisha)
FIH Pro League 2025
FIH Pro League 2025 (ETV Bharat Odisha)

ଖେଳାଳିଙ୍କ ଉପରେ ପୁରସ୍କାର ବର୍ଷା:
ବିଶ୍ୱର ଏକ ନମ୍ବର ମହିଳା ମାନ୍ୟତାରେ ଥିବା ନେଦରଲାଣ୍ଡ୍ସକୁ ହରାଇବା ପରେ ଭାରତୀୟ ମହିଳା ହକି ଦଳ ଉପରେ ହୋଇଛି ପୁରସ୍କାର ବର୍ଷା ।ହକି ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ 1 ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ 50 ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି ।

FIH Pro League 2025
FIH Pro League 2025 (ETV Bharat Odisha)

ଇଂଲଣ୍ଡକୁ ହରାଇ ପ୍ରତିଶୋଦ ନେଲା ଇଣ୍ଡିଆ:

ସେପଟେ ପୁରୁଷ ବର୍ଗରେ ମଧ୍ୟ ଘରୋଇ ଟିମର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡକୁ ହରାଇ ଗତ ମ୍ୟାଚର ପ୍ରତିଶୋଧ ନେଇ ଭାରତୀୟ ପୁରୁଷ ହକି ଟିମ୍ । ପୂର୍ବରୁ ପେନାଲଟି କର୍ନରର ସୁଯୋଗ ହାତଛଡ଼ା କରୁଥିବା ଭାରତ ଏହି ମ୍ୟାଚରେ ଉଭୟ ଗୋଲ ପେନାଲଟି କର୍ନରରୁ କରିଥିଲେ ଏହି ମ୍ୟାଚରେ ଇଂଲଣ୍ଡକୁ 2-1 ଗୋଲରେ ହରାଇଛି ଭାରତ ।

FIH Pro League 2025
FIH Pro League 2025 (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

FIH ହକି ପ୍ରୋ ଲିଗ୍: ଉଭୟ ପୁରୁଷ-ମହିଳା ବର୍ଗରେ ହାରିଲା ଭାରତ

FIH ହକି ପ୍ରୋ ଲିଗ୍: ଭାରତୀୟ ପୁରୁଷ ଦଳକୁ ମାତ ଦେଲା ଇଂଲଣ୍ଡ, ନେଦରଲାଣ୍ଡଠୁ ପରାଜିତ ହେଲା ମହିଳା ଟିମ୍

FIH ହକି ପ୍ରୋ ଲିଗ୍ : ଭାରତୀୟ ପୁରୁଷ ଦଳର କମବ୍ୟାକ, ଇଂଲଣ୍ଡଠୁ ହାରିଲା ମହିଳା ଟିମ

FIH Pro League 2025
FIH Pro League 2025 (ETV Bharat Odisha)

FIH ପ୍ରୋ ଲିଗ:

FIH Pro League 2025
FIH Pro League 2025 (ETV Bharat Odisha)

ଏହି ବିଜୟ ସହ କଳିଙ୍ଗ ଷ୍ଟାଡିଅମରେ ସମାପ୍ତ ହୋଇଛି ଏଫଆଇଏଚ ପ୍ରୋ ଲିଗ । ଆଗକୁ ଭାରତୀୟ ଦଳର ବେଙ୍ଗାଲୁରୁରେ କ୍ୟାମ୍ପ ହେବା ସହ ଜୁନ ମାସରେ ଏହି ପ୍ରୋ ଲିଗ ଖେଳିବାକୁ ୟୁରୋପ ଯିବ ଦଳ । ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ମିଡଫିଲଡ଼ର ବିବେକ ସାଗର ପ୍ରସାଦଙ୍କ ଜନ୍ମଦିନ ସେଲିବ୍ରେସନ କରାଯିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛି ଟିମର ସମସ୍ତ ସଦସ୍ୟ ।

FIH Pro League 2025
FIH Pro League 2025 (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.