ETV Bharat / state

ପଶ୍ଚିମା ଝଡ଼ ପ୍ରଭାବ: କମିବ ଶୀତ, ୩ ଜିଲ୍ଲାରେ ଘନ କୁହୁଡ଼ି ଆଲର୍ଟ - IMD ODISHA WEATHER PREDICTION

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢ଼ିବ । ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ପାଇବେ ରାଜ୍ୟବାସୀ । ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

Odisha Weather Latest Forecast
Odisha Weather Latest Forecast (ETV Bharat)
author img

By ETV Bharat Odisha Team

Published : Jan 22, 2025, 5:33 PM IST

ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ତାପମାତ୍ରା ବଢିବା ସହ ଶୀତର ପ୍ରକୋପ କମିବ । ସାରା ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ପାରଦର ସ୍ତର ବଢିବା ସହ ଶୀତରୁ ସାମାନ୍ୟ ଅଶ୍ବସ୍ତି ମିଳିବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସକ୍ରିୟ ପଶ୍ଚିମା ଝଡ଼କୁ ନେଇ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇ ହାଲୁକା ଶୀତ ଅନୁଭୂତ ହେଉଛି । ସେପଟେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି଼ ଦୃୃଶ୍ୟମାନ ହେବାକୁ ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather Latest Forecast (ETV Bharat Odisha)

ଘନ କୁହୁଡ଼ି ୱାର୍ଣ୍ଣିଂ:

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାପରେ ପରବର୍ତ୍ତୀ ୨ ଦିନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସେହିପରି ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏଥିପାଇଁ ୩ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଜି ଓ ଆସନ୍ତାକାଲି ଭୋର ସମୟରେ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୨୪ ତାରିଖରେ ମଧ୍ୟ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ହାଲୁକା କୁହୁଡ଼ି ଦୃଶ୍ୟମାନ ହେବ ।

Odisha Weather Latest Forecast
Odisha Weather Latest Forecast (IMD)

ଏହା ମଧ୍ୟ ପଢ଼ନ୍ତୁ...କମିବ ଶୀତ; କଲବଲ କରିବ ଘନକୁହୁଡ଼ି, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୩ ଦିନ ଘନ କୁହୁଡ଼ି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେଉଁଠି କେତେ ତାପମାତ୍ରା:

ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି । ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ବିନସିଟି ଭୁବନେଶ୍ବର ଓ କଟକରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଓ ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଭଦ୍ରକର ଚାନ୍ଦବାଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଦୃଶ୍ୟମାନରେ ଦୂରତା ୨୦୦ ମିଟର ରହିଥିଲା । ଏହି ସମୟରେ ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.