ETV Bharat / state

ସ୍ବତନ୍ତ୍ରତା ସଂଗ୍ରାମର ଜନନାୟକ ନେତାଜୀ: 'ପରାକ୍ରମ ଦିବସ' ପାଳୁଛି ଜନ୍ମମାଟି - 128TH NETAJI BIRTH ANNIVERSARY

ନେତାଜୀ ସୁଭାଷ ବୋଷଙ୍କ ୧୨୮ତମ ଜନ୍ମଦିନକୁ ଜନ୍ମସ୍ଥାନ କଟକ ପାଳୁଛି ପରାକ୍ରମ ଦିବସ । କଟକ ଜାନକୀନାଥ ଭବନରୁ ଇଟିଭି ଭାରତ ପ୍ରତିନିଧି ନାରାୟଣ ସାହୁଙ୍କ ରିପୋର୍ଟ ।

Cuttack Netaji Museum
Cuttack Netaji Museum (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 4:11 PM IST

କଟକ: ୧୮୯୭ ଜାନୁଆରୀ ୨୩ ତାରିଖ । ଜାନକୀନାଥ ବୋଷ ଏବଂ ପ୍ରଭାବତୀ ବୋଷଙ୍କ ପରିବାରକୁ ଆସିଥିଲେ ନୂଆ ଅତିଥି । ଖୁସିରେ ଉଛୁଳିଥିଲା ଘର । ବାପା-ମାଆ ଏବଂ ପରିବାରରେ ସଂଚରିତ ହୋଇଥିଲା ନୂଆ ଆଲୋକ । ବୋଷ ପରିବାରରେ ଜନ୍ମ ନେଇଥିଲେ ଜଣେ ଯୋଗଜନ୍ମା । କିଏ ଏହି ଜନନାୟକ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ଏନ୍ତୁଡ଼ିଶାଳ କଟକଠାରୁ ଦେଶ ଏବଂ ବିଶ୍ବ, କେତେ ପରିଚିତ ଥିଲେ ଏହି ମହାମନିଷୀ ? ଆସନ୍ତୁ ଜାଣିବା ...

ଜାନକୀନାଥ ଭବନ ଚଳଚଞ୍ଚଳ:

କଟକ ଓଡ଼ିଆ ବଜାର ଜାନକୀନାଥ ଭବନ ଆଜି ବେଶ ଚଳଚଞ୍ଚଳ । ଜନ୍ମଦିନ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଜନ୍ମସ୍ଥାନଠାରୁ ସଂଗ୍ରହାଳୟ, ସବୁଠି ଚାଲିଛି ତୟାରି । ଏଥର ଜନ୍ମଦିନ ଭିନ୍ନ ଏବଂ ନିଆରା । ପରାକ୍ରମ ଦିବସ ପାଳୁଛି ଜନ୍ମମାଟି । ଆମେ କହୁଛୁ ଭାରତୀୟ ଜାତୀୟ ସଂଗ୍ରାମର ଅନ୍ୟତମ ସୁତ୍ରଧାର ନେତାଜୀଙ୍କ କଥା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା । କୋଲକତା ଏବଂ ଦିଲ୍ଲୀ ପରେ ଚଳିତ ବର୍ଷ କଟକରେ ତାଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ।

128th birth anniversary of Netaji Subhas Bose will be celebrated as Parakram Divas in Cuttack (ETV Bharat Odisha)

ପରାକ୍ରମ ଦିବସ:

ଜାନୁଆରୀ ୨୩ ତାରିଖ, ନେତାଜୀଙ୍କ ୧୨୮ତମ ଜୟନ୍ତୀ । ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସବୁ ପ୍ରସ୍ତୁତି କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ( ଏଏସଆଇ) କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ସତ୍ୟବ୍ରତ ଷ୍ଟାଡିୟମ ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା ଓ ତଦାରଖ କରିଛନ୍ତି । ଜନ୍ମ ଦିନ ଜାନୁଆରୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Cuttack Netaji Museum
Cuttack Netaji Museum (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଦେଶ ପାଳୁଛି ପରାକ୍ରମ ଦିବସ, ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ସୁଭାଷ ବୋଷ - ପରିକ୍ରମା ଦିବସ 2024

ବିସ୍ମୟ ବିଦ୍ରୋହୀର ଅନ୍ୟନାମ ନେତାଜୀ - ସୁଭାଷ ଚନ୍ଦ୍ର ବୋଷ

ଜନ୍ମସ୍ଥାନ ଓ ସଂଗ୍ରହାଳୟ ତୟାର :

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ ହୋଇଥିଲା । ତେଣୁ କଟକ ଓଡ଼ିଆ ବଜାର ସ୍ଥିତ ତାଙ୍କ ପୈତୃକ ବାସଭବନରେ ତିନି ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଦି ଦିନଗୁଡିକରେ ନେତାଜୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏଥିସହ ତାଙ୍କର ଜୀବନୀ, ଫଟୋ ଗ୍ୟାଲେରୀ, ସେ ବ୍ୟବହାର କରୁଥିବା ଜିନିଷପତ୍ର ସହ ନେତାଜୀଙ୍କ ସ୍ମାରକୀ ଏଠାରେ ସ୍ଥାନ ପାଇବ । ଏହାଛଡା ଆଇଏନଏ ଟ୍ରଷ୍ଟର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

୪୫ ମିନିଟ ପର୍ଯ୍ୟନ୍ତ ଲେଜର ଲାଇଟ ସୋ':
ନେତାଜୀ ଜୟନ୍ତୀରେ ବ୍ୟାଖ୍ୟାନ କେନ୍ଦ୍ରରେ ଥିବା ୱାଟର ଫାଉଣ୍ଟେନ୍ ଓ ଭିଡିଓ ସୋ' ସହ ପୋଖରୀରେ ହେବ ନେତାଜୀ ଲେଜର୍‌ ଓ ଲାଇଟ୍ ସୋ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ଶକମାନେ ଏହାକୁ ବସି ଦେଖିବା ପାଇଁ ୫୦ରୁ ଅଧିକ ସିଟ୍ ରହିଛି । ସେହିପରି ସାଉଣ୍ଡ ପାଇଁ ୮ଟି ବକ୍ଟ ବ୍ୟବସ୍ଥା ରହିଛି । ୪୫ ମିନିଟର ଲେଜର ଲାଇଟ୍‌ ସୋ' ଥିବା ଏହି ବ୍ୟବସ୍ଥାରେ ନେତାଜୀଙ୍କ ଜନ୍ମଠାରୁ ଆରମ୍ଭ କରି ଜନ୍ମସ୍ଥାନ ଜାନକୀନାଥ ଭବନ ଓ ଜନ୍ମ ତାରିଖ, ରେଭେନ୍ସା କଲେଜିଏଟ୍ ସ୍କୁଲରେ ପାଠପଢା, ସ୍ବାଧୀନତା ସଂଗ୍ରାମୀ ଖୁଦିରାମଙ୍କୁ ଫାଶୀ, ନେତାଜୀଙ୍କ ହେଲିକପ୍ଟର ଦୁର୍ଘଟଣା ଏବଂ ପାଣିରେ ଜୟହିନ୍ଦ ଲେଖା ଚିତ୍ରକୁ ଦର୍ଶକମାନେ ଉପଭୋଗ କରିପାରିବେ । ପ୍ରାୟ ୧୦ ବର୍ଷ ହେଲା ସଂଗ୍ରହାଳୟରେ ଥିବା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ବନ୍ଦ ହୋଇପଡିଥିବା ବେଳେ ଆସନ୍ତାକାଲିଠୁ(ଜାନୁଆରୀ ୨୩) ପୁଣି ଥରେ ତାହା କାର୍ଯ୍ୟକ୍ଷମ ହେବ ।

କାନଭାସରେ ନେତାଜୀ :
ନେତାଜୀ ଜୟନ୍ତୀ ପୂର୍ବରୁ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରମ୍ଭ ହୋଇଛି ଚିତ୍ରକଳା ଶିବିର । ଓଡ଼ିଶା ଲଳିତକଳା ଏକାଡେମୀର 20ରୁ ଅଧିକ ଚିତ୍ରଶିଳ୍ପୀ ନେତାଜୀଙ୍କ ଭିନ୍ନ ଭିନ୍ନ ଫଟୋଚିତ୍ର ଆଙ୍କିଛନ୍ତି । କିଏ ନେତାଜୀଙ୍କ ପିଲା ଦିନର ଚିତ୍ର ଆଙ୍କୁଛି ତ ଆଉ କେଉଁ ଚିତ୍ର ନେତାଜୀଙ୍କ ବୀରତ୍ବର ଗାଥା ବଖାଣୁଛି । ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ କାହାଣୀକୁ ନେଇ କାନ୍‌ଭାସ୍ ଚିତ୍ରକଳା ଶିବିର ଆୟୋଜନ କରାଯାଉଛି ।

ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଚିବ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ କହିଛନ୍ତି," ଚିତ୍ର ମାଧ୍ୟମରେ ନେତାଜୀଙ୍କ ଜୀବନ କାହାଣୀକୁ ସର୍ବସମ୍ମୁଖରେ ଉପସ୍ଥାପନା କରାଯିବ । ପୂର୍ବରୁ ଏହା ମାଟିରେ କରାଯାଉଥିଲା । ମାତ୍ର ଏଥର ନେତାଜୀଙ୍କ ଜୀବନ କାହାଣୀକୁ କାନ୍‌ଭାସ୍ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଏହା ଦ୍ବାରା ଯୁବ ଚିତ୍ରଶିଳ୍ପୀ ଉତ୍ସାହିତ ହେବେ ।

ପର୍ଯ୍ୟଟକ ଭାବନା ମଙ୍ଗଲ କହିଛନ୍ତି, "ମୁଁ ନେତାଜୀଙ୍କ ଇତିହାସ ପାଠ ପଢୁଛି । ନେତାଜୀଙ୍କୁ ନେଇ ଅନେକ ଅଜଣା କଥା ରହିଛି । ତାଙ୍କ ମୃତ୍ୟୁ ନେଇ ମଧ୍ୟ ଅନେକ ରହସ୍ୟ ରହିଛି । ସଂଗ୍ରହାଳୟକୁ ଆସି ତାଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଛି ।"

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟର ସହ ସଂଗ୍ରହାଳୟ ଅଧ୍ୟକ୍ଷ ଅରୁନ୍ଧତୀ ମିଶ୍ର କହିଛନ୍ତି,"ବହୁତ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ନେତାଜୀଙ୍କ ପିଲାଦିନଠୁ ନେଇ ତାଙ୍କ ପରିବାର ଓ ଅନ୍ୟାନ୍ୟ କାହାଣୀ ବିଷୟରେ ଏଠାରେ ଜାଣିବାକୁ ପାଇପାରିବେ । ନେତାଜୀ ବ୍ୟବହାର କରୁଛନ୍ତି ଅନେକ ସାମଗ୍ରୀ ଏଠାରେ ରହିଛି ।"

ଏହାମଧ୍ୟ ପଢନ୍ତୁ...

କଟକରେ ପାଳନ ହେବ ‘ପରାକ୍ରମ ଦିବସ’, ରାଷ୍ଟ୍ରପତି ହୋଇପାରନ୍ତି ମୁଖ୍ୟ ଅତିଥି - PARAKRAM DIVAS

କଟକ ବୁଲିଲେ ପ୍ରବାସୀ ଭାରତୀୟ, ଦହିବରା ଆଳୁଦମର କଲେ ପ୍ରଶଂସା

ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନେତାଜୀ ସଂଗ୍ରହାଳୟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ଶିବିରରେ ୨୦ ଜଣ ଯୁବ ଚିତ୍ରଶିଳ୍ପୀ ସାମିଲ ହୋଇଛନ୍ତି । ନେତାଜୀଙ୍କ ଜୀବନ କାହାଣୀର ସମସ୍ତ ତଥ୍ୟ ଫଟୋ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିବେ । ଚିତ୍ରଶିଳ୍ପୀ ସଂଯୁକ୍ତା ରାଣୀ ଦାସ କହିଛନ୍ତି, "୧୦ ବର୍ଷ ହେବ କାନ୍‌ଭାସ୍‌ରେ ଚିତ୍ର ଅଙ୍କନ କରୁଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ନେତାଜୀ ସଂଗ୍ରହାଳୟରେ ଚିତ୍ର ଆଙ୍କିବା ନେଇ ସୁଯୋଗ ମିଳିଛି । ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚିତ୍ର ଆଙ୍କିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.