ETV Bharat / entertainment

ଅଟୋ ଡ୍ରାଇଭରକୁ ଭେଟି ଧନ୍ୟବାଦ ଜଣାଇଲେ ସୈଫ ଅଲି ଖାନ, କହିଲେ 'ଜୀବନରେ ଯେତେବେଳେ ବି ମୋର ଆବଶ୍ୟକ..' - SAIF ALI KHAN MET RICKSHAW DRIVER

ସୈଫ ଅଲି ଖାନ ତାଙ୍କୁ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟିଛନ୍ତି । ସୈଫ ତାଙ୍କ ସହ ଏକ ଫଟୋ ଉଠାଇବା ସହ ଅଟୋ ଡ୍ରାଇଭରଙ୍କ ସହ ମଧ୍ୟ କଥା ହୋଇଥିଲେ ।

Saif Ali Khan met rickshaw driver
Saif Ali Khan met rickshaw driver (IANS)
author img

By ETV Bharat Entertainment Team

Published : Jan 22, 2025, 3:42 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି । ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା । ସୈଫ୍ ହସ୍ପିଟାଲରୁ ଘରକୁ ପହଞ୍ଚିବା ପରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଥିଲେ । ପାପାରାଜିଙ୍କ ପାଇଁ ପୋଜ୍ ଦେବା ସହ ଅଭିବାଦନ ଜଣାଇଥିଲେ । ବର୍ତ୍ତମାନ ସୈଫ ଅଲି ଖାନ ତାଙ୍କୁ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟିଛନ୍ତି ।ଯାହାର ଫଟୋ ସାମ୍ନାକୁ ଆସିଛି ।

ଅଟୋ ଡ୍ରାଇଭରଙ୍କୁ ଭେଟିଲେ ସୈଫ ଅଲି ଖାନ

ଅଟୋ ଡ୍ରାଇଭର ଭଜନ ସିଂ ରାଣାଙ୍କ ସହ ସୈଫଙ୍କ ସାକ୍ଷାତକାରର ଫଟୋ ଭାଇରାଲ ହୋଇଛି । ଫଟୋରୁ ସ୍ପଷ୍ଟ ହୋଇଛି ଯେ ସୈଫ୍ ମଙ୍ଗଳବାର ଦିନ ହସ୍ପିଟାଲରେ ଅଟୋ ଡ୍ରାଇଭରଙ୍କୁ ଭେଟିଥିଲେ । ଫଟୋରେ ସୈଫ ହ୍ୱାଇଟ୍ ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାର ଦେଖାଯାଉଛି । ସେ ମଧ୍ୟ କଳା ଚଷମା ପିନ୍ଧିଛନ୍ତି । ସୈଫ ଡ୍ରାଇଭରଙ୍କ କାନ୍ଧରେ ହାତ ରଖି ଏକାଠି ବସି ଏକ ଫଟୋ ମଧ୍ୟ ଉଠାଇଥିଲେ । ଏଥିସହ ସୈଫ ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ମଧ୍ୟ ଜଣାଇଥିଲେ । ସୈଫ ଡ୍ରାଇଭରଙ୍କ କାମକୁ ପ୍ରଶଂସା କରିଥିଲେ । ସୈଫ କହିଥିଲେ, ''ସମସ୍ତଙ୍କୁ ଏହିପରି ସାହାଯ୍ୟ କରିଚାଲ । ତୁମେ ସେହି ଦିନ ଭଡା ଦେଇନି ପାଇଁ ଚିନ୍ତା କରନାହିଁ ତେବେ ତାହା ତୁମକୁ ମିଳିବ । ଯଦି ତୁମକୁ ଜୀବନରେ କୌଣସି ପ୍ରକାରର ସାହାଯ୍ୟର ଆବଶ୍ୟକତା ଅଛି, ତେବେ ମୋତେ ମନେ ରଖ ।'' ଏହି ସମୟରେ ସୈଫ ଅଲି ଖାନଙ୍କ ମାଆ ଶର୍ମିଲା ଟାଗୋର ଏବଂ ପତ୍ନୀ କରୀନା କପୁର ମଧ୍ୟ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଯେତେବେଳେ ଭଜନ ସିଂ ରାଣାଙ୍କୁ ପଚରାଗଲା ଯେ ସେ ହସ୍ପିଟାଲରେ କିପରି ପହଞ୍ଚିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ସେଠାରେ ଉପସ୍ଥିତ ଥିଲେ । ଏନେଇ ସେ କହିଲେ ଯେ ସେ ଏକ ମାସ୍କ ପିନ୍ଧି ହସ୍ପିଟାଲରେ ପ୍ରବେଶ କରିଥିଲେ । ସୈଫଙ୍କ ପକ୍ଷରୁ ତାଙ୍କ ଜଣେ ସହାୟକ ମୋତେ କଲ୍ କରିଥିଲେ । ମୁଁ ତାଙ୍କୁ ଦେକା କରିବାକୁ ମେଡିକାଲ ପହଞ୍ଚିଥିଲି । ମୁଁ ପ୍ରାର୍ଥନା କରୁଛି ସୈଫ ଅଲି କାନ ଶୀଗ୍ର ସୁସ୍ଥ ହୋଇଯାଆନ୍ତୁ ।

ଏହା ମଧ୍ୟ ପଢନ୍ତୁ: ମାନବିକତା ଦେଖାଇଥିଲେ ଅଟୋ ଡ୍ରାଇଭର; ସୈଫଙ୍କୁ ସମୟରେ ପହଞ୍ଚାଇଥିଲେ ହସ୍ପିଟାଲ, ପାଇଲେ ପୁରସ୍କାର ରାଶି

ସୈଫଙ୍କୁ ଡାକ୍ତରଖାନା ନେବା ପାଇଁ ଡ୍ରାଇଭର ନେଇନଥିଲେ ଟଙ୍କା

କହିରଖୁଛୁ କି, ନିଜ ଘରେ ଆକ୍ରମଣର ଶିକାର ହୋଇଥିବା ସୈଫଙ୍କୁ ଜଣେ ଅଟୋରେ ଡାକ୍ତରଖାନା ନିଆଯାଇଥିଲା । ସେହି ସମୟରେ କୌଣସି କାର୍ ଡ୍ରାଇଭର ମିଳିନଥିବାରୁ ଅଟୋରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଭଜନ ସିଂ ତାଙ୍କୁ ଗୁରୁତର ଅବସ୍ଥାରେ ଠିକ ସମୟରେ ହସ୍ପିଟାଲ ପହଞ୍ଚାଇଥିଲେ । ସେହି ରାତିରେ ସୈଫଙ୍କୁ ହସ୍ପିଟାଲ ନେବା ପରେ ସେ ଅଭିନେତା କିମ୍ବା ତାଙ୍କ ସହ ଥିବା ଲୋକଙ୍କଠାରୁ ଭଡା ନେଇ ନଥିଲେ । ଡ୍ରାଇଭରଙ୍କୁ ଏହି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.