ETV Bharat / sports

ସମ୍ବଲପୁରରେ ଆରମ୍ଭ ହେଲା 'ଖେଲୋ ଇଣ୍ଡିଆ' ସନ୍ତରଣ ପ୍ରତିଯୋଗୀତା - Khelo India Swimming League

author img

By ETV Bharat Sports Team

Published : 3 hours ago

Khelo India Swimming League at Sambalpur : ସମ୍ବଲପୁରରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଜାତୀୟ ଜୁନିୟର ମହିଳା ସନ୍ତରଣ ପ୍ରତଯୋଗୀତା । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ଅନୁଷ୍ଠିତ ହୋଇଛି ଖେଲୋ ଇଣ୍ଡିଆ ପ୍ରତିଯୋଗିତା । ଅଧିକ ପଢ଼ନ୍ତୁ

National Swimming League at Sambalpur
National Swimming League at Sambalpur (ETV Bharat Odisha)

ସମ୍ବଲପୁର : ଆଜିଠୁ ସମ୍ବଲପୁରର ଝସକେତନ ସାହୁ ସନ୍ତରଣାଗାରରେ ଆରମ୍ଭ ହୋଇଛି 2 ଦିନିଆ ଜାତୀୟ ଜୁନିୟର ମହିଳା ସନ୍ତରଣ ପ୍ରତଯୋଗୀତା । ଏହା ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରାଳୟର SAI (Sports Authority Of India)ର ଆନୁକୂଲ୍ୟରେ ଆୟୋଜିତ ହେଉଥିବାବେଳେ ରାଜ୍ୟ ସନ୍ତରଣ ସଂଘ (Odisha State Swimming Association) ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହାର ଆୟୋଜନ କରିଛନ୍ତି । ଏହିଭଳି 'ଖେଲୋ ଇଣ୍ଡିଆ'ର ଜୋନାଲ ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଜ୍ୟରେ ଭୁବନେଶ୍ୱର ବାହାରେ ଅନୁଷ୍ଠିତ ହୋଇଛି ।

ଭାଗ ନେଇଛନ୍ତି 3 ରାଜ୍ୟର 84 ପ୍ରତିଯୋଗୀ :-

ଏହି ପ୍ରତିଯୋଗିତା 28 (ଶନିବାର) ଓ 29 (ରବିବାର) ସେପ୍ଟେମ୍ବର 2 ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି 10ଟି ଇଭେଣ୍ଟ ସରିଛି । ଆସନ୍ତାକାଲି (ରବିବାର) ଆଉ 10ଟି ଇଭେଣ୍ଟ ହେବାକୁ ଯାଉଛି । ଏଥିରେ 3ଟି ରାଜ୍ୟର 84 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ମୁଖ୍ୟତଃ 15ରୁ କମ ଓ 18ରୁ କମ ବୟସ ବର୍ଗର ମହିଳାଙ୍କ ପାଇଁ ଫ୍ରି-ଷ୍ଟାଇଲ, ବ୍ୟାକ୍‌-ଷ୍ଟ୍ରୋକ ଓ ବଟର-ଫ୍ଲାଇ ଇଭେଣ୍ଟରେ 100, 200 ଓ 400 ମିଟରର ଇଭେଣ୍ଟ ହେଉଛି । ଏହି ପ୍ରତିଯୋଗିତା ଗୁଡିକରେ ପ୍ରଥମରୁ 5ମ ସ୍ଥାନ ପର୍ଯ୍ୟନ୍ତ ଆର୍ଥିକ ରାଶି ପୁରସ୍କାର ରହିଛି । ଏଥିରେ ଓଡିଶାର 63, ଝାଡ଼ଖଣ୍ଡରୁ 7 ଓ ଛତିଶଗଡ଼ରୁ 14 ପ୍ରତିଯୋଗୀ ଭାଗ ନେଇଛନ୍ତି ।

ପ୍ରଥମ ଥର ପାଇଁ ଭୁବନେଶ୍ବର ବାହାରେ :-

'ଖେଲୋ ଇଣ୍ଡିଆ'ର ଏହି ପ୍ରତିଯୋଗୀତା ପ୍ରଥମ ଥର ପାଇଁ ରାଜ୍ୟରେ ଭୁବନେଶ୍ବର ବାହାରେ ସମ୍ବଲପୁର ପରି ସ୍ଥାନରେ ଆୟୋଜିତ ହୋଇଛି । ଏନେଇ ଓଡ଼ିଶା ସନ୍ତରଣ ସଂଘର ସଭାପତି କହିଛନ୍ତି, "ଏହା ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରାଳୟର SAI (Sports Authority Of India) ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ସେମାନେ Swimming Federation of India (SFI)ର ରାଜ୍ୟ ପରିଚାଳକ, ଓଡ଼ିଶା ସନ୍ତରଣ ସଂଘକୁ ସନ୍ତରଣ ଇଭେଣ୍ଟ ଦେଇଛନ୍ତି । ଆମେ ସମ୍ବଲପୁରରେ ଏହାକୁ ଆୟୋଜନ କରିଛୁ । ଏଥିପାଇଁ ସମସ୍ତ ଆର୍ଥିକ ଖର୍ଚ୍ଚ ଭାରତ ସରକାରଙ୍କ 'ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ' ବହନ କରିବ ।" ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହାକୁ ଆୟୋଜନ କରିବାରେ ସହଯୋଗ କରିଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଆଜି ଏହି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.