ETV Bharat / health

କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ? ହୋଇପାରେ ଏହି ରୋଗ - Dangerous Symptoms - DANGEROUS SYMPTOMS

Dangerous symptoms of bad health: କିଛି ବାଟ ଚାଲିଲେ କିମ୍ବା କୌଣସି ଛୋଟ କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ? ହୋଇଯାଆନ୍ତୁ ସାବଧାନ ? ଏସବୁ ଲକ୍ଷଣ ହୋଇପାରେ ଏହି ରୋଗର କାରଣ । ପଢନ୍ତୁ ପୁରା ଖବର

କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ରହୁଛି କି ? ହୋଇପାରେ ଏହି ରୋଗ
କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ରହୁଛି କି ? ହୋଇପାରେ ଏହି ରୋଗ (Getty Images ETV Bharat)
author img

By ETV Bharat Health Team

Published : Sep 21, 2024, 1:27 PM IST

Dangerous Symptoms: ବେଳେବେଳେ ଆମେ ଅଳ୍ପ କିଛି ବାଟ ଚାଲିବା ପରେ ଥକ୍କାପଣ ଅନୁଭବ ହୁଏ । ଛୋଟ ଛୋଟ କାମ କଲେ ବି ଜଲ୍‌ଦି ଧଇଁସଇଁ ହୋଇପଡୁ । ଯଦି ଆପଣଙ୍କଠାରେ ବି ଏମିତି ଲକ୍ଷଣ ଦେଖାଯାଉଛି, ତାହେଲେ ହୋଇଯାଆନ୍ତୁ ସତର୍କ ! କାରଣ ଏହା ଶରୀର ଭିତରେ ଅନେକ ରୋଗର ଚେତାବନୀ ହୋଇପାରେ । ଆୟୁର୍ବେଦିକ ଡାକ୍ତର ଅମିତ କୁମାର ଏସବୁ କୋଲେଷ୍ଟ୍ରଲର ଲକ୍ଷଣ ବୋଲି କୁହନ୍ତି । ଶରୀରରେ କୋଲେଷ୍ଟ୍ରଲ ବଢିଲେ ଏହା ଅନେକ ରୋଗକୁ ଡାକି ଆଣେ । ବିଶେଷକରି ହାର୍ଟଆଟାକ୍ ଓ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ବଢିଯାଏ ।

ଆୟୁର୍ବେଦିକ ଡାକ୍ତର କୁହନ୍ତି ଯେ, ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ରହିଥାଏ, ଭଲ କୋଲେଷ୍ଟ୍ରଲ ଓ ଖରାପ କୋଲେଷ୍ଟ୍ରଲ । ଭଲ କୋଲେଷ୍ଟ୍ରଲ ଆମ ଶରୀର ପାଇଁ ଲାଭଦାୟକ, ହେଲେ ଖରାପ କୋଲେଷ୍ଟ୍ରଲ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଯଦି କୌଣସି ଛୋଟ କାମ କଲେ ବି ଆପଣଙ୍କୁ ଶୀଘ୍ର ଥକ୍କା ଲାଗୁଛି, ହାତଗୋଡରେ କରେଣ୍ଟ ଭଳି ଅନୁଭବ ହେଉଛି, ହୃଦସ୍ପନ୍ଦନ ଅସ୍ବାଭାବିକ ରହୁଛି ଏବଂ ଓଜନ ବୃଦ୍ଧି ପାଉଛି, ତାହେଲେ ବୁଝିଯାଆନ୍ତୁ ଶରୀରରେ କୋଲେଷ୍ଟ୍ରଲ ସ୍ତରରେ ଗଡବଡ ଅଛି ।

କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ?
କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ? (Getty Images)

ତାଙ୍କର କହିବା କଥା, ଆମ ରକ୍ତରେ କୋଲେଷ୍ଟ୍ରଲ ସ୍ତର ବଢିଲେ, ଶରୀରରେ ଥିବା ରକ୍ତବାହୀରେ ବାଧା ସୃଷ୍ଟି ହୁଏ ଓ ଏହା ବ୍ଲକ ହେବାରେ ଲାଗେ । ଏହି କାରଣରୁ ଅନେକ ସମୟରେ ଶରୀରରେ କରେଣ୍ଟ ଲାଗିବା ଭଳି ଏକ ଝିମଝିମ୍ ଅନୁଭବ ହୁଏ । କିଛି ଲୋକ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥାନ୍ତି କିମ୍ବା ଚାଲିବା ଓ ସିଡି ଚଢିବା ଓହ୍ଲାଇବା ବେଳେ ଥକ୍କା ଅନୁଭବ ହୋଇଥାଏ । ଏପରି ଲକ୍ଷଣ ସବୁ ଦେଖାଗଲେ ନିଜର କୋଲେଷ୍ଟ୍ରଲ ପରୀକ୍ଷା କରାଇନେବା ଉଚିତ୍ । କାରଣ କୋଲେଷ୍ଟ୍ରଲ ବଢିଲେ ଏସବୁ ଲକ୍ଷଣ ଦେଖାଯାଇପାରେ ।

କିଛି ବାଟ ଚାଲିଲେ କିମ୍ବା କୌଣସି କାମ କଲେ ଏସବୁ ଲକ୍ଷଣ ଦେଖାଯାଉଛି କି ? (ETV Bharat)

ଏହା ମଧ୍ୟ ପଢନ୍ତୁ: କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହି ପରିବା - Bitter Gourd Health Benefits

ଏହା ମଧ୍ୟ ପଢନ୍ତୁ: କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ - Best Time For Dinner

ଏହା ମଧ୍ୟ ପଢନ୍ତୁ: କାହିଁକି ପାଳନ ହୁଏ ବିଶ୍ବ ଅଲଜାଇମର ଦିବସ; କ'ଣ ଏହି ରୋଗ, କାହାକୁ ଅଧିକ ହୁଏ ? - World Alzheimers Day

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ । ଏହାର ପାଳନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.