ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟି ନୁହେଁ ବରଂ ମହନ୍ତଙ୍କ ପାଖକୁ ଫେରିବ ମଠର ପରିଚାଳନାଗତ କ୍ଷମତା । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଭିନ୍ନ ମଠ ମହନ୍ତମାନେ ଆଜି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମଠଗୁଡିକୁ ସେମାନଙ୍କୁ ସେମାନଙ୍କର ପରିଚାଳନା କ୍ଷମତା ପ୍ରଦାନ ନେଇ ନିଜେ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାକୁ ମଠାଧୀଶମାନେ ସ୍ବାଗତ କରିଛନ୍ତି ।
- ପୂର୍ବ ସରକାର ମଠ ସଂସ୍କୃତିକୁ ଅପମାନିତ କରିଛନ୍ତି: ଆଇନମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି,‘‘ପୂର୍ଵ ସରକାର ମଠଗୁଡିକର ଏକ ଅପମାନିତ ସ୍ଥିତିରେ ରଖିଥିଲା । 24 ବର୍ଷରେ ଗତ ସରକାର ସେମାନଙ୍କ ଅଭିଯୋଗ ଶୁଣି ନଥିଲେ । ମଠ ସଂସ୍କୃତି ବଞ୍ଚାଇ ରଖିବା ଏବଂ ତାକୁ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା । ମଠର ଅଧିକାର ଏବଂ ନୀତିନିୟମ ଯେମିତି ଥିଲା, ସେମିତି ରହିବ । ବୈଠକରେ ଦେବତ୍ତୋର କମିଶନ, ଆଇନ ସଚିବ ମଧ୍ୟ ଉପସ୍ଥିତ ଥିଲେ । 30 ବର୍ଷ ହେବ ମଠ ବିଜେ ସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଦେବତ୍ତୋର ନିୟମ ଏବଂ ମନ୍ଦିର ପାଇଁ ଅଲଗା ଅଧିନିୟମ ଅଛି । ତେଣୁ ଶୀଘ୍ର ମଠ ପରିଚାଳନା ମଠକୁ ଫେରାଇବାକୁ ଦାବି କରିଛନ୍ତି ମହନ୍ତ । ଏହା ଉପରେ ବହୁତ ଶୀଘ୍ର ସରକାର ନିଷ୍ପତ୍ତି ନେବେ ।’’
ଏହା ମଧ୍ୟ ପଢନ୍ତୁ:- ମୋହନଙ୍କ ପ୍ରିୟ ମନୋଜ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ ପୁରୀରେ ୬୦ ହଜାର ହେକ୍ଟର ଫସଲ କ୍ଷତି, ଚରମ ନିଷ୍ପତ୍ତି ଚେତାବନୀ ଦେଲେ ଚାଷୀ |
- ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡି ଦର୍ଶନ:-
ମନ୍ତ୍ରୀ କହିଛନ୍ତି,‘‘ଶ୍ରୀମନ୍ଦିରର ଧାଡ଼ି ବ୍ୟବସ୍ଥାରେ ଦର୍ଶନ ଶୃଙ୍ଖଳିତ ହେବ । ଭକ୍ତମାନଙ୍କୁ ଦର୍ଶନ କରିବାରେ ପୂର୍ବାପେକ୍ଷା ଅଧିକ ସୁବିଧା ହେବ । ଦର୍ଶନ କଲା ବେଳେ କୌଣସି ବଧାଭିଗ୍ନ ରହିବନାହିଁ । ସେହିଭଳି ଆଧାରରେ ଧାଡି ବ୍ୟବସ୍ଥା କରାଯାଉଛି । RAMP ବ୍ୟବସ୍ଥାରେ ଧାଡ଼ିରେ ଚଢି ଦର୍ଶନ କଲେ କୌଣସି ଭକ୍ତ ଦର୍ଶନ ନକରି ଫେରିବେ ନାହିଁ ।’’
କ’ଣ କହିଲେ ମଠାଧୀଶ:
ପୁରୀ ଉତ୍ତରପାର୍ଶ୍ବ ମଠର ମହନ୍ତ ନାରାୟଣ ରାମାନୁଜ ଦାସ ମନ୍ତ୍ରୀଙ୍କ ଏହି ଆଲୋଚନାକୁ ସକରାତ୍ମକ ଦୃଷ୍ଟିରେ ଦେଖିଛନ୍ତି । କହିଛନ୍ତି,‘‘ ପୂର୍ବରୁ ମଠର ପରିଚାଳନା ସମ୍ପର୍କିତ ଅଧିକାର ଶ୍ରୀମନ୍ଦିର ପରିଚାଳନା କମିଟି ହାତକୁ ଚାଲିଯାଇଛି । ଶ୍ରୀମନ୍ଦିର ସହ ବିଭିନ୍ନ ମଠର ନୀତିକାନ୍ତି ସମ୍ପର୍କ ନିଶ୍ଚିତ ଅଛି, ମାତ୍ର ପରିଚାଳନାଗତ ଅଧିକାର ମଠ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିବା ଉଚିତ୍ । ଆଜି ଆଇନମନ୍ତ୍ରୀ ଓ ଦେବୋତ୍ତର କମିଶନରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ହେଲା । ସେମାନେ ଏନେଇ ସହମତି ପ୍ରକାଶ କରିଛନ୍ତି ।’’
ଇଟିଭି ଭାରତ, ଭୁବନେଶ୍ବର