ETV Bharat / state

କେତେ ଜରୁରୀ ଛାତ୍ର ସଂସଦ ନିର୍ବାଚନ ? ବନ୍ଦ କରିଥିଲେ ନବୀନ, ଏଥର କରିବେ ମୋହନ - COLLEGE UNION ELECTION

2018ରେ ବନ୍ଦ କରିଥିଲେ ପୂର୍ବତନ ନବୀନ ସରକାର । ଏଥର କ୍ୟାମ୍ପସ୍‌ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ଏମିତି କହିଲେ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ପାଇଁ କେତେ ଜରୁରୀ ଛାତ୍ର ସଂସଦ ନିର୍ବାଚନ, କ’ଣ କହୁଛନ୍ତି ବିଭିନ୍ନ ବର୍ଗ
ଛାତ୍ରଛାତ୍ରୀଙ୍କ ପାଇଁ କେତେ ଜରୁରୀ ଛାତ୍ର ସଂସଦ ନିର୍ବାଚନ, କ’ଣ କହୁଛନ୍ତି ବିଭିନ୍ନ ବର୍ଗ (ETV Bharat Odisha)
author img

By ETV Bharat Odisha Team

Published : Jan 4, 2025, 7:59 PM IST

କଟକ: ଚଳିତବର୍ଷରୁ ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଯଦିଓ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ମାତ୍ର କିଛି ଦିନ ପୂର୍ବରୁ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ମୌଖିକ ଭାବରେ ଘୋଷଣା କରିଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି । ବାସ୍ତବିକ ଏହି ଛାତ୍ର ସଂସଦ ନିର୍ବାଚନ କ’ଣ ? ଆମ ରାଜ୍ୟରେ କେବେ ଠାରୁ ଏହା ଆରମ୍ଭ ହୋଇଥିଲା ? ଏହାର ଉଦ୍ଦେଶ୍ୟ କ’ଣ ! କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କେତେ ଗୁରୁତ୍ୱ ବହନ କରେ ! ଶୈକ୍ଷିକ ବାତାବରଣ ଉପରେ ଏହା କେତେ ଓ କେମିତି ପ୍ରଭାବ ପକାଏ ! କେବେଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି ! ଛାତ୍ର ଜୀବନରେ ଏହାର ପ୍ରଭାବ ପକାଇଛି ! ଏନେଇ କ’ଣ କହୁଛନ୍ତି ରାଜନୀତି ସମୀକ୍ଷକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ପଢନ୍ତୁ ।

  • ଛାତ୍ରନେତାରୁ ଦେଶର ନେତୃତ୍ବ ନେଇଥିବା କିଛି ପ୍ରମୁଖ ଚେହେରା

ଅନେକ ଛାତ୍ର କଲେଜ ରାଜନୀତିରୁ ବଡ଼ ବଡ଼ ପଦବୀରେ ପହଞ୍ଚିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ବିଜୁ ପଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ତୁଙ୍ଗନେତାମାନେ ଛାତ୍ର ରାଜନୀତିରୁ ଆସି ସକ୍ରିୟ ରାଜନୀତିରେ ସଫଳ ହେବା ସହ ରାଜ୍ୟର ନେତୃତ୍ବ ନେଇଛନ୍ତି । ବର୍ତ୍ତମାନର ଅନେକ ନେତା, ମନ୍ତ୍ରୀ ଓ ବିଧାୟକ ବିଧାୟିକାମାନେ ମଧ୍ୟ ଏହି ଛାତ୍ର ରାଜନୀତିରୁ ସଫଳତା ପାଇଛନ୍ତି । ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା ବିଧାୟକ ଅରୁଣ ସାହୁ କିମ୍ବା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ହୁଅନ୍ତୁ, ଏହି ଭଳି ଅନେକ ନେତା ଏହି ଛାତ୍ର ସଂସଦ ନିର୍ବାଚନରୁ ହିଁ ଆଜି ଏହି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି ।

ବନ୍ଦ କରିଥିଲେ ନବୀନ, ଏଥର କରିବେ ମୋହନ: କେତେ ଜରୁରୀ ଛାତ୍ର ସଂସଦ ନିର୍ବାଚନ ! (ETV Bharat Odisha)
  • ଜଣେ ରିସର୍ଚ୍ଚ ସ୍କଲାରଙ୍କ ମତରେ...

ଛାତ୍ର ସଂସଦ ନିର୍ବାଚନକୁ ନେଇ ରିସର୍ଚ୍ଚ ସ୍କଲାର ବିପ୍ଳବ ସିଲାଦିତ୍ୟ କହିଛନ୍ତି, ‘‘ଛାତ୍ର ସଂସଦ ନିର୍ବାଚନ ଦାବିରେ ଅନେକ ଥର ଆନ୍ଦୋଳନ ହୋଇଥିଲା । ମାତ୍ର ୧୯୩୮/୩୯ ମସିହାରେ ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆନ୍ଦୋଳନ ହୋଇଥିଲା । ସେହି ସମୟରେ ପ୍ରାଣକୃଷ୍ଣ ପରିଜା ରେଭେନ୍ସାର ପ୍ରିନ୍ସିପାଲ ଥିଲେ । ଏହି ଆନ୍ଦୋଳନକୁ ଦେଖି ପ୍ରିନ୍ସିପାଲ , ଛାତ୍ରଛାତ୍ରୀଙ୍କ ମତାମତ ନେଇଥିଲେ । ଏବଂ ନିର୍ବାଚନ ସପକ୍ଷରେ ଅଧିକ ମତାମତ ଆସିବାରୁ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ରାଜ୍ୟର ପ୍ରଥମ କଲେଜ ରେଭେନ୍ସାରେ ହିଁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଥିଲା । ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଥିଲା । ୧୯୩୮ ମସିହାରେ ହିଁ ରାଜ୍ୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଥିଲା ।’’

  • 2006ରେ କ’ଣ ସଂସ୍କାର ଆଣିଥିଲେ ଲିଙ୍ଗଡୋ କମିଶନ

ଶିଳାଦିତ୍ୟ ଆହୁରି ମଧ୍ୟ କହିଛନ୍ତି,‘‘ ୨୦୦୬ ମସିହାରେ ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଲିଙ୍ଗଡୋ କମିଶନଙ୍କ ନିୟମ କାର୍ଯ୍ୟକାରୀ ହୋଇଥିଲା । ଏହି ନିୟମ ଅନୁସାରେ ଛାତ୍ର ସଂସଦ ନିର୍ବାଚନ କରାଯାଏ । ଏହି ନିୟମ ଅନୁସାରେ ନିର୍ବାଚନରେ କେଉଁମାନେ ଭାଗ ନେଇ ପାରିବେ, ନିର୍ବାଚନ କେମେତି କରାଯିବ, କେବେ ନିର୍ବାଚନ କରାଯିବ, କେଉଁ ବୟସର ଛାତ୍ରଛାତ୍ରୀ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ, ନିର୍ବାଚନରେ ସର୍ବାଧିକ କେତେ ଟଙ୍କା ଖର୍ଚ୍ଚ କରି ପାରିବେ ଆଦି ନିର୍ଦେଶନାମା ରହିଛି । ତେବେ ବିଜେଡି ସରକାର ଏହାକୁ ବନ୍ଦ କରିଦେଇଛନ୍ତି । ଯାହା ଉଚିତ ନୁହେଁ ।’’

  • ବିଶେଷଜ୍ଞଙ୍କ ମତରେ...

ରାଜନୀତି ବିଶେଷଜ୍ଞ ଡ଼.ଓମକାର ରାଉତ କହିଛନ୍ତି,‘‘ ଛାତ୍ର ସଂସଦ ନିର୍ବାଚନ ଶୈକ୍ଷିକ ବାତାବରଣର ଗୋଟିଏ ପ୍ରଥା । ଏହା ନିହାତି ଜଣେ ଛାତ୍ର ପାଇଁ ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ଉପରେ ଏହା ଏକ ସକରାତ୍ମକ ପ୍ରଭାବ ପକାଏ । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରାଏ ଓ ସମାୟନୁବର୍ତ୍ତିତା ଶିଖାଏ । ଡିସିସନ ମେକିଂର ପ୍ରୋସେସ ମଧ୍ୟ ଏହାଦ୍ୱାରା ଶିଖିବାକୁ ମିଳିଥାଏ । ସେହିପରି ସଙ୍ଗଠନ କେମିତି କରାଯାଏ, ଏହା କ୍ୟାମ୍ପସ ରାଜନୀତି ଦ୍ୱାରା ଶିକ୍ଷା ମିଳିଥାଏ । ବଡ଼ କଥା ହେଉଛି ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ନେତୃତ୍ୱ ନେବାର କୌଶଳ ଏହି ଛାତ୍ର ସଂସଦ ନିର୍ବାଚନରୁ ହିଁ ଶିକ୍ଷା ମିଳିଥାଏ । କଲେଜ ବା ବିଶ୍ୱବିଦ୍ୟାଳୟ ରାଜ୍ୟର ଗୋଟିଏ ଅଂଶ ।ଛାତ୍ରଛାତ୍ରୀ ନିଜ କଲେଜର ବିଭିନ୍ନ ସମସ୍ୟାକୁ ନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ସମାଧାନ କରିବା ଏହିଠାରୁ ହିଁ ତାଲିମ ନେଇଥାନ୍ତି । ’’

  • ଛାତ୍ରଛାତ୍ରୀଙ୍କ ଉପରେ କ୍ୟାମ୍ପସ୍‌ ନିର୍ବାଚନୀ ହିଂସାର ପ୍ରଭାବ

ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟର ପ୍ରାୟ ସମସ୍ତ କଲେଜରେ ନିର୍ବାଚନ ସମୟରେ ହିଂସା ଦେଖିବାକୁ ମିଳିଥାଏ।କେଉଁଠି ନିର୍ବାଚନର ପୂର୍ବରୁ ହିଂସା ଘଟିଥାଏ ତ ଆଉ କେଉଁଠି ନିର୍ବାଚନ ସମୟରେ ଏବଂ ପରେ ବି ହିଂସା ଘଟିଥାଏ । କୌଣସି ଏକ କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ କିମ୍ବା କଲେଜ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିଥାନ୍ତି । ସେହିପରି ଅନେକ ଛାତ୍ରଛାତ୍ରୀ ଗଣ୍ଡଗୋଳ କରି ପୋଲିସ ଦ୍ୱରା ଗିରଫ ମଧ୍ୟ ହୋଇଥାନ୍ତି ।ପରବର୍ତ୍ତୀ ସମୟରେ ସେମାନଙ୍କ କ୍ୟାରିଅର ଉପରେ ପ୍ରଭାବ ପକାଇ ଥାଏ । ବିଶେଷକରି ଜଣେ ଛାତ୍ର ଚାକିର ପାଇବା ପରେ ଏହି ଅପରାଧିକ ମାମଲା ବଡ଼ ସମସ୍ୟା ସୃଷ୍ଟି କରିଥାଏ । ତେବେ ଛାତ୍ର ସଂସଦ ନିର୍ବାଚନ ସମୟରେ ଯେଉଁ ହିଂସା ଘଟିଥାଏ ତାହାକୁ ନେଇ ନିର୍ବାଚନ ବାତିଲ କରିବାକୁ ନାପସନ୍ଦ କରିଛନ୍ତି ରାଜନୀତି ବିଶେଷଜ୍ଞ ଡ଼ଃ ରାଉତ । ତାଙ୍କ କହିବା ମୁତାବକ ସାଧାରଣ ନିର୍ବାଚନରେ ହିଂସା ଘଟିଥାଏ । ଏହି ହିଂସାକୁ ନେଇ ନିର୍ବାଚନ ବାତିଲ କରାଯାଏ ନାହିଁ । କିନ୍ତୁ କାହିଁକି କଲେଜ ନିର୍ବାଚନ ବାତିଲ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

  • ରାଜ୍ୟରେ କେବେଠୁ ବନ୍ଦ ରହିଛି କ୍ୟାମ୍ପସ ନିର୍ବାଚନ

୨୦୧୮ ମସିହାରୁ ରାଜ୍ୟରେ କଲେଜ ନିର୍ବାଚନ ବନ୍ଦ ରହିଛି । ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କୌଣସି କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ ବୋଲି ସେତେବେଳର ସରକାର ନିଷ୍ପତ୍ତି ନେଇଥିଲେ । ଛାତ୍ର ସଂସଦ ନିର୍ବାଚନ ଯୋଗୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସା ବଢ଼ାଉଛି ଏବଂ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଉଥିବା କାରଣ ଦର୍ଶାଇ ନିର୍ବାଚନ ବନ୍ଦ କରିଥିବା ନେଇ ତତ୍କାଳୀନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦,୨୦୨୧ ଏବଂ ୨୦୨୨ ରେ କୋଭିଡ କାରଣରୁ ଏହାର ନିଷ୍ପତ୍ତି ନିଆଯାଇନଥିଲା । ସେହିପରି ୨୦୨୩ରେ ମଧ୍ୟ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନଥିଲେ । ଫଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇରହିଛି । ତେବେ କିଛି ଦିନ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ତେବେ ଏହାକୁ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ମହଲରେ ସ୍ୱାଗତ କରାଯାଇଛି ।

  • ଛାତ୍ର ସଂସଦ ନିର୍ବାଚନରେ ରହୁଛି ଦଳୀୟ ନେତାଙ୍କ ପ୍ରଚ୍ଛନ୍ନ ହସ୍ତକ୍ଷେପ !

ଛାତ୍ର ସଂସଦ ନିର୍ବାଚନ ସମୟରେ ରାଜ୍ୟର ପ୍ରାୟ ସମସ୍ତ କଲେଜରେ ସ୍ଥାନୀୟ ରାଜନେତାଙ୍କ ହସ୍ତକ୍ଷେପ ରହିଥିବା ଦୃଷ୍ଟିଗୋଚର ହୁଏ । ବିଭିନ୍ନ ଦଳର ରାଜନେତା ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଛାତ୍ର ସଂସଦ ନିର୍ବାଚନରେ ପରୋକ୍ଷ ଭାବରେ ସାମିଲ ହୋଇଥାନ୍ତି । ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ଏହି ପ୍ରକ୍ରିୟାରେ ପରୋକ୍ଷରେ ସାମିଲ ହୋଇଥାନ୍ତି । ନିଜ ସମର୍ଥିତ ପାର୍ଥୀଙ୍କୁ ଜିତାଇବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିବାର ନଜିର ମଧ୍ୟ ରହିଛି । ଆଉ ନିର୍ବାଚନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦଳ ପକ୍ଷରୁ ରାଜ୍ୟରେ ନିଜର ସମର୍ଥିତ ପାର୍ଥୀଙ୍କର ବିଜୟ ହୋଇଥିବା ନେଇ ଘୋଷଣା କରିଥାଆନ୍ତି । କେଉଁ ଦଳ ପକ୍ଷରୁ କୁହାଯାଏ କି ଆମେ ୮୦ ପ୍ରତିଶତ କଲେଜରେ ବିଜୟ ହେଲୁ, ତ ଆଉ କେହି କୁହନ୍ତି ଆମେ ୯୦ ପ୍ରତିଶତ କଲେଜରେ ବିଜୟ ହୋଇଛୁ । ମାତ୍ର ଲିଙ୍ଗଡୋ କମିଶନଙ୍କ ନିୟମ ଅନୁସାରେ କୌଣସି ପାର୍ଥୀ ଦଳୀୟ ନାମ କିମ୍ବା ଚିହ୍ନ ବ୍ୟବହାର କରିପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ:-

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ

ମୋହନଙ୍କ ପ୍ରିୟ ମନୋଜ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ

ସୁନା ଦୋକାନରେ ଗୁଳିମାଡ କରି ଲୁଟ୍‌ ଉଦ୍ୟମ, ଜଣେ ମୃତ

  • କେଉଁ ସମୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ ?

ଛାତ୍ର ସଂସଦ ନିର୍ବାଚନ ବର୍ଷକୁ ଥରେ ହୋଇଥାଏ । ଏହା ପ୍ରାୟତଃ ଦୂର୍ଗାପୂଜା ପୂର୍ବ ପରେ ପରେ ହୋଇଥାଏ । ଅକ୍ଟୋବର ମାସରେ ଛାତ୍ର ସଂସଦ ନିର୍ବାଚନ ହେବାର ନିୟମ ରହିଛି । କାରଣ ଗ୍ରୀଷ୍ମ ଅବକାଶ ପରେ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ନୂଆ ଛାତ୍ରଛାତ୍ରୀ କଲେଜରେ ପାଠ ପଢିବା ପାଈଁ ଆଡ଼ମିଶନ କରିଥାନ୍ତି । ଏହି ପ୍ରକ୍ରିୟା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଥାଏ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ମେମ୍ବରସିପ୍‌ ଡ୍ରାଇଭ କରାଯାଇଥାଏ । ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ଆୟୋଜନ କରାଯାଏ ।ଠିକ ପୂଜା ଛୁଟିର ଦିନକ ପୂର୍ବରୁ ନିର୍ବାଚିତ ପ୍ରତିନିଧୀମାନଙ୍କର ଶପଥ ଗ୍ରହଣ ଉତ୍ସବ ଆୟୋଜନ କରି କଲେଜ ଛୁଟି ଘୋଷଣା କରାଯାଏ ।

  • ନିର୍ବାଚନ ପ୍ରକ୍ରିୟା ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କ କଣ ସମସ୍ୟା ସୃଷ୍ଟି ହେଉଛି ?

ରାଜନିତୀ ବିଶାରଦ ଡ଼ଃ ରାଉତ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ବନ୍ଦ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗଠନତ୍ମକ ସମ୍ପର୍କ ରହୁନାହିଁ । ଫଳରେ ଛାତ୍ରମାନଙ୍କ ସଂଗଠନ ଧୀରେ ଧୀରେ ଦୁର୍ବଳ ହୋଇଯାଉଛି । ନିର୍ବାଚନ ହେଲେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କୁ କଲେଜ ବାନ୍ଧି ରଖିଥାଏ । ମାତ୍ର ନିର୍ବାଚନ ବନ୍ଦ ହେବା ପରେ ଏହି ସମନ୍ୱୟର ଅଭାବ ଦେଖା ଦେଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ବିଭେଦ ଦେଖା ଦେଇଛି । ଏହାର ପ୍ରଭାବ ଏବେ ସେହି ମାତ୍ରାରେ ନପଡିଲେ ବି, ନିକଟ ଭବିଷ୍ୟତରେ ପଡିପାରେ ବୋଲି ଡ଼ଃ ରାଉତ ଆକଳନ କରିଛନ୍ତି ।

  • ଛାତ୍ରଶକ୍ତିର ସ୍ବର କ୍ଷୀଣ ହେଉଛି !

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ କୁମାର ସୁନା କହିଛନ୍ତି,‘‘ ନିର୍ବାଚନ ବନ୍ଦ ହେବା ପରେ ଛାତ୍ରଛାତ୍ରୀଙ୍କ ସ୍ୱର ନରମି ଯାଇଛି । ବିଶେଷକରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକର ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଛାତ୍ରନେତାମାନେ ହିଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରିଥାନ୍ତି । ମାତ୍ର କଲେଜ ଏବଂ ଛାତ୍ରଛାତ୍ରୀଙ୍କର ସମସ୍ୟା ଗୁଡିକ ବର୍ତ୍ତମାନ ସମାଧାନ ହୋଇ ପାରୁନାହିଁ । ସେହିପରି ଛାତ୍ରଛାତ୍ରୀଙ୍କ ସମସ୍ୟା କେବଳ ଜଣେ ଛାତ୍ର ପ୍ରତିନିଧି ହିଁ ଜାଣିପାରେ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହାର ସମାଧାନ କରିପାରେ । ମାତ୍ର ନିର୍ବାଚନ ବନ୍ଦ ହେବା ପରେ ସେମାନଙ୍କ ସମସ୍ୟା,ନାଁ କଲେଜ କର୍ତ୍ତୃପକ୍ଷ ନାଁ ସରକାର, କେହି ମଧ୍ୟ ସମାଧାନ କରୁନାହାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.