ETV Bharat / state

ଭାଗ ହେବ କି ଓଡିଶା ? ନୂଆ ସରକାର ଆସୁ ଆସୁ ପୁଣି ତେଜିଲା କୋଶଳ ରାଜ୍ୟ ଦାବି - Kosal state movement

author img

By ETV Bharat Odisha Team

Published : 3 hours ago

Kosal state movement: ଓଡ଼ିଶା ରାଜ୍ୟ ହେବ ଭାଗ ! କୋଶଳ ରାଜ୍ୟ ନିଶ୍ଚିତ ହେବ ଗଠନ । ଏଭଳି କହିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡ଼ିଶା ପ୍ରତି ଅହେତୁକ ବୈମାତୃକ ମନୋଭାବ ଏହାର ମୁଖ୍ୟ କାରଣ ଏବଂ ଆଗକୁ ସିଧାସଳଖ ଲଢେଇ ହେବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ

Kosal state movement
Kosal state movement (ETV Bharat Odisha)

ବଲାଙ୍ଗୀର: ଭାଗ ଭାଗ ହେବ କି ଓଡ଼ିଶା ? କୋଶଳ ରାଜ୍ୟ ସୁନିଶ୍ଚିତ କି ? ପଶ୍ଚିମ ଓଡ଼ିଶାକୁ ବୈମାତୃକ ମନୋଭାବ, ଆଞ୍ଚଳିକ ବୈଷମ୍ୟ ଓ ଅହେତୁକ ଅବହେଳା ଅଭିଯୋଗ ଆଣି ପୁଣି ଅଲଗା କୋଶଳ ରାଜ୍ୟ ଦାବି ଧରିଲା ଜୋର । ଆଗ ଧାଡ଼ିର ନେତା ମଧ୍ୟ ଉଠାଇଲେ କୋଶଳ ରାଜ୍ୟ ଦାବି । ଅଲଗା କୋଶଳ ରାଜ୍ୟ ନେଇ ଆନ୍ଦୋଳନ ଦାବି ଦୀର୍ଘ ଦଶନ୍ଧିରୁ ହୋଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପୁଣି ଜୋର ଧରିଛି । ପୂର୍ବରୁ କେବଳ କୋଶଳ ସଂଗଠନ ମାନେ ଏହି ଦାବି କରି ଆସୁଥିବା ବେଳେ ଏବେ ବଲାଙ୍ଗୀରର ଆଗ ଧାଡ଼ିର ନେତା ମଧ୍ୟ ଏହି ଦାବି କରିଛନ୍ତି । ଏବଂ ଆଗକୁ ଏହା ପାଇଁ ଆନ୍ଦୋଳନ ତେଜ ହେବ ବୋଲି ଦେଇଛନ୍ତି ଚେତାବନୀ ।

ପୁଣି ଉଠିଲା ପଶ୍ଚିମ ଅବହେଳା ପ୍ରସଙ୍ଗ:

କୋଶଳ ରାଜ୍ୟ ଦାବି (ETV Bharat Odisha)

ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା, ବୈମାତୃକ ମନୋଭାବ ଓ ଆଞ୍ଚଳିକ ବୈଷମ୍ୟତା ଅଭିଯୋଗ ପୁଣି ଆସିଛି । ଓଡ଼ିଶାର ସବୁ ସରକାର ସବୁ ବେଳେ ଏ ଅଞ୍ଚଳକୁ ଅବହେଳା କରି ଆସୁଥିବା ବେଳେ ଏବେ ବି ଗରିବୀ, ଦାଦନ, ବେରୋଜଗାରୀ ଭଳି ସମସ୍ୟା ଏଠି ଗୁରୁତର ହୋଇଥିବାର ଆସିଛି ଅଭିଯୋଗ । ଓଡ଼ିଶାର ବଜେଟରେ ସିଂହଭାଗ ପୂର୍ବ ଓଡ଼ିଶା ପାଇ ଆସୁଥିବା ବେଳେ ଆଜି ବି ପଶ୍ଚିମ ଓଡ଼ିଶାର ଅଢେଇ କୋଟି ଲୋକ ବିକାଶ ଦେଖି ନ ଥିବାର ଅଭିଯୋଗ । ଜଳ ସେଚନ ସୁବିଧା, ରାସ୍ତା ଘାଟ ସମସ୍ୟା, କଳକାରଖାନା ବିହୀନ ଅଞ୍ଚଳ, ଶିକ୍ଷା ଓ ସ୍ବାସ୍ଥ୍ୟରେ ଅବହେଳା ଭଳି ମାଳ ମାଳ ଅଭିଯୋଗ ନେଇ ଦୀର୍ଘ ଦଶନ୍ଧିରୁ ଅଲଗା କୋଶଳ ରାଜ୍ୟ ଦାବି ହୋଇ ଆସୁଛି ।

ଏପଟେ ନୂଆ ବିଜେପି ସରକାର ଏସବୁ ଉପରେ ଧ୍ୟାନ ଦେବେ ବୋଲି ସମସ୍ତଙ୍କର ଆଶା ଥିବା ବେଳେ ଏବେ ତାହା ମଉଳି ଯାଇଛି ବୋଲି କହିଛନ୍ତି ଲୋକେ । ଏବେ ଏହି ଆନ୍ଦୋଳନରେ ଆଗ ଧାଡ଼ିର ନେତା ମଧ୍ୟ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି । ସେହିପରି ଏଥର ନିର୍ବାଚନରେ ମଧ୍ୟ ଏହାକୁ କଂଗ୍ରେସ ଦଳ ଏଠିକାର ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢିଥିଲା ଏବଂ ଏବେ ପୁଣି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ଓଡ଼ିଶା ଭାଗ ହେବ ବୋଲି କହିଛନ୍ତି । ପୁଣି ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଥିବାର ଅଭିଯୋଗ ଆଣି ସେ ଅଲଗା କୋଶଳ ରାଜ୍ୟ ନିଶ୍ଚିତ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ-High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ଏହା ବି ପଢନ୍ତୁ- High Court Bench: 'ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ', ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ କାହିଁକି ନୁହେଁ ପ୍ରଶ୍ନ କଲେ ପଶ୍ଚିମ ଓଡ଼ିଶା ବିଧାୟକ ? - No High Court Bench

କେବେଠୁ ହେଉଛି ଦାବି ?

ତେବେ ଭାରତ ସ୍ଵାଧୀନ ହେବା ପରେ ପାଟଣା ରାଜ୍ୟ ଓଡ଼ିଶାରେ ମିଶିଥିଲା ଏବଂ ସେହି ସମୟରେ ଏଠି ହାଇକୋର୍ଟ ଟ୍ରାନ୍ସପୋର୍ଟଠୁ ନେଇ ସବୁ ସୁବିଧା ଥିଲା । ତେବେ ଓଡ଼ିଶା ରାଜ୍ୟରେ ମିଶିବା ପରେ ତାହା ସବୁ ଏଠି ଉଠାଇ ନିଆଯାଇଥିଲା । ସେ ସମୟରେ ପାଟନା ରାଜ୍ୟ ମିଶ୍ରଣ ସମୟର ମର୍ଜର ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ଯାହା ସବୁ ସୁବିଧା ଏଠି ଥିଲା ତାହା ପରବର୍ତ୍ତୀ ସମୟରେ ମଧ୍ୟ ଏଠି ଯୋଗାଇ ଦିଆ ଯିବା କଥା । ହେଲେ ତାହା ଓଡ଼ିଶା ରାଜ୍ୟ ସରକାର ସବୁ ବେଳେ ଅଣଦେଖା କରି ଓ ପାଳନ କଲେ ନାହିଁ ବୋଲି ଅଭିଯୋଗ ରହିଛି । ଏପରିକି ଏଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି, କୃଷି ବିଶ୍ଵବିଦ୍ୟାଳୟ ଦାବି, କଳକାରଖାନା ଦାବି ଏଥର ନିର୍ବାଚନରେ ହୋଇଥିଲା । ହେଲେ ଏବେକାର ସରକାର ବିଧାନ ସଭାରେ ହାଇକୋର୍ଟ ବେଞ୍ଚ ନହେବା ନେଇ ଦେଇଥିବା ମନ୍ତବ୍ୟ ପୁଣି ଏହି ଆନ୍ଦୋଳନରେ ତେଲ ଦେଇଛି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା:

ତେବେ ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, "ପଶ୍ଚିମ ଓଡ଼ିଶାକୁ ଜାଣି ଶୁଣି ପୂର୍ବ ସରକାର ଅବହେଳା କରି ଆସୁଥିବା ବେଳେ ଏବେ ନୂଆ ସରକାର ମଧ୍ୟ ସମାନ ନୀତି ଧରିଛନ୍ତି । ଓଡ଼ିଶା ରାଜ୍ୟ ଗଠନ ହେବା ସମୟରେ ପାଟଣା ଗଡ ଜାତ ରାଜ୍ୟକୁ ଓଡ଼ିଶାରେ ମିଶା ଯାଇଥିଲା ଏବଂ ସେତେବେଳେ ଏକ ମର୍ଜର ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ମିଶ୍ରଣ ହୋଇଥିବା ରାଜ୍ୟକୁ ଆଗରୁ ଥିବା ସବୁ ସୁବିଧା ଯୋଗାଇ ଦିଆଯିବାର ଉଲ୍ଲେଖ ହୋଇଛି । ହେଲେ ଏଠିକାର ସରକାର ସେ ସବୁର ଖିଲାପି କରି ଆସୁଛନ୍ତି ଏବଂ ଅହେତୁକ ବୈମାତୃକ ମନୋଭାବ ଏ ଅଞ୍ଚଳ ପ୍ରତି ପୋଷଣ କରି ଆସୁଛନ୍ତି । ଏଭଳି କାରଣ ଯୋଗୁ ଛତିଶଗଡ ରାଜ୍ୟ ଗଠିତ ହୋଇଥିଲା ଏବଂ ଆଗକୁ ଏଠି ମଧ୍ୟ ହେବ ।

ପୁଣି ଉଠାଇଲେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ:

ନରସିଂହ ମିଶ୍ର ଆହୁରି କହିଛନ୍ତି, ‘ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ଦାବି ହୋଇ ଆସୁଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲା ଏକ ମାତ୍ର ଜିଲ୍ଲା ଭାବରେ ଏହାର ଯୋଗ୍ୟତା ରଖିଛି । ଯାହାକୁ ପୂର୍ବ ସରକାରଙ୍କ ପାଲ କମିଶନ ଓ ଜଶୱନ୍ତ ସିଂହ କମିଶନ ତାଙ୍କ ରିପୋର୍ଟରେ କହି ସାରିଛନ୍ତି । ସେହିପରି ବଲାଙ୍ଗୀରରେ ପୂର୍ବରୁ ହାଇକୋର୍ଟ ଥିଲା, ଏ ଅଞ୍ଚଳର ଲୋକେ ଏବେ ବି ଗରିବ ଥିବା ବେଳେ ଦୂରକୁ ଯାଇ ନ୍ୟାୟ ପାଇଁ ଯାଇ ହଇରାଣ ହେଉଛନ୍ତି । ଏବଂ ଅନ୍ୟ ସବୁ କାରଣ ଯୋଗୁଁ ବଲାଙ୍ଗୀରରେ ହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବା ଜରୁରୀ । ହେଲେ ପୂର୍ବ ସରକାର ଏହାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦି ଚୁପ୍ ବାସି ଥିଲେ । ଅନ୍ୟପଟେ ଏବେ ନୂଆ ସରକାର କଠୋର ମନୋଭାବ ଗ୍ରହଣ କରି ହାଇକୋର୍ଟ ବେଞ୍ଚ ଆବଶ୍ୟକ ନାହିଁ ବୋଲି ସଫା ମନା କରିବା ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି । ’

କୋଶଳ ରାଜ୍ୟ ନିଶ୍ଚିତ !

ସେ ଆହୁରି କହିଛନ୍ତି, ‘ଏ ଅଞ୍ଚଳର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଥିଲା । ହେଲେ ଏହା କେବଳ ଏକ ସାଇନ୍ ବୋର୍ଡରେ ସୀମିତ ରହିଛି । ତେବେ ଓଡ଼ିଶାର ମୋଟ ବଜେଟ 2 ଲକ୍ଷ 50 ହଜାର କୋଟି ଟଙ୍କା ଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମାତ୍ର 500 କୋଟି ଦେବା ସ୍ପଷ୍ଟ ପ୍ରମାଣ ଏ ଅଞ୍ଚଳକୁ ଅବହେଳା କରାଯାଉଛି । ଆଜି ବି ଏଠି କୌଣସି କଳକାରଖାନା ବସି ପାରିନାହିଁ । ଜଳସେଚନ ନାହିଁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଏହା ପାଇଁ ସବୁଠି ଏବେ ସ୍ୱର ମଜବୁତ୍ ହୋଇଛି ଏବଂ ଓଡ଼ିଶା ଭାଗ ହେବା ନିଶ୍ଚିତ । ସମାନ ଭାବରେ ଆଗକୁ ଏହା ପାଇଁ ଆନ୍ଦୋଳନ ତୀବ୍ରତର ହେବ ଓ କୋଶଳ ରାଜ୍ୟ ନିଶ୍ଚିତ ।"

ଏହା ବି ପଢନ୍ତୁ-ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ' - protest against utkal divas

ଏହା ବି ପଢନ୍ତୁ- କୋଶଳ ରାଜ୍ୟ ଦାବି ଆନ୍ଦୋଳ ଜୋରଦାର ହେବ: କୋଶଳବାଦୀ ନେତା ପ୍ରମୋଦ ମିଶ୍ର

‘ଅବହେଳା ବରଦାସ୍ତ କରିବୁନି’

ସେପଟେ କୋଶଳବାଦୀ ନେତା ପ୍ରମୋଦ ମିଶ୍ର କହିଛନ୍ତି, "ରାଜ୍ୟ ସରକାର ସବୁ ବେଳେ ଏ ଅଞ୍ଚଳକୁ ଅବହେଳା କରି ଆସୁଛନ୍ତି ଏବଂ ବେଆଇନ୍ ଭାବରେ ବନ୍ଦେ ଉତ୍କଳ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି । ତେବେ କୋଶଳ, କଳିଙ୍ଗ ଓ ଉତ୍କଳ ଅଞ୍ଚଳ ମିଶି ଓଡ଼ିଶା ଗଠନ ହୋଇଥିଲା। ଏବଂ ରାଜ୍ୟ ସରକାର ଜାଣି ଶୁଣି ଅନ ସାମ୍ବିଧାନିକ ଭାବରେ ଉତ୍କଳ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ କରିଛନ୍ତି । ଦେଶରେ ମାତ୍ର ଗୋଟିଏ ରାଷ୍ଟ୍ରୀୟ ସଙ୍ଗୀତ ଥିବା ବେଳେ ଝଣ୍ଡା ମଧ୍ୟ ଗୋଟିଏ ଅଟେ । ହେଲେ ରାଜ୍ୟ ସରକାର ଏହା ଜାଣି ମଧ୍ୟ ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତ କରିଛନ୍ତି । ଯାହା ଆମ ଅଞ୍ଚଳର ଲୋକଙ୍କ ପାଇଁ କେବେ ଗ୍ରହଣୀୟ ନୁହେଁ । ସେହିପରି ଏ କୋଶଳୀ ଆମ ଭାଷା କୋଶଳୀ ହୋଇଥିବା ବେଳେ ଆମକୁ ଅବହେଳା ଆମେ କେବେ ବରଦାସ୍ତ କରିବୁ ନାହିଁ । ଏବଂ ଆଗକୁ କୋଶଳ ଆନ୍ଦୋଳନ ଆହୁରି ତୀବ୍ର ହେବ ।"

‘ଆମେ ଅବହେଳିତ’

ସେପଟେ ସାଧାରଣ ଲୋକ ବୁଦ୍ଧିଜୀବୀ ମଧ୍ୟ ଏହି ଦାବିକୁ ସମର୍ଥନ କରିଛନ୍ତି । ଯେଉଁଥିରେ ଶ୍ରମିକ ନେତା ତଥା କୋଶଳ ବାଦି ନେତା ରବି ମିଶ୍ର କହିଛନ୍ତି, "ଦିନ ଆମ ନିଜ ରାଜ୍ୟ ଥିଲା ଆମେ ସବୁ ସୁବିଧା ଏଠି ପାଉଥିଲୁ । ହାଇକୋର୍ଟ ଠୁଁ ନେଇ ସବୁ ବ୍ୟବସ୍ଥା ଏଠି ଥିଲା । ହେଲେ ଓଡ଼ିଶା ରାଜ୍ୟରେ ମିଶିବା ପରେ ଏବେ ଆମେ ଅବହେଳିତ । ଏବଂ ଆମ ହକ ଦାବି ପାଇଁ ଆମେ ଲଢେଇ କରି ସୁଦ୍ଧା ଆଜି ଯାଏଁ ଆମକୁ ରାଜ୍ୟ ସରକାର ଶୁଣି ନାହାନ୍ତି । ତେଣୁ 26 ବର୍ଷରୁ ଚାଲି ଆସିଥିବା କୋଶଳ ରାଜ୍ୟ ଆନ୍ଦୋଳନ ନିଶ୍ଚିତ ହେବ ଓ ଏହାପାଇଁ ଆନ୍ଦୋଳନ ଆଗକୁ ଆହୁରି ଜୋର୍ ହେବ ।"

‘ଗରିବୀ କହିଲେ ପଶ୍ଚିମ ଓଡ଼ିଶା’

ଅନ୍ୟପଟେ ଏଠିକାର ରାଜା ପରିବାର ସଦସ୍ୟ ରଣରାଜ ସିଂହଦେଓ କହିଛନ୍ତି, "ପାଟନା ରାଜ୍ୟ ସମୟର ଏଠି ସବୁ ଥିଲା । ହେଲେ ଏବେ ଓଡ଼ିଶା ରାଜ୍ୟରେ ମିଶିବା ପରେ ଆଉ କିଛି ନାହିଁ । ତେବେ ମର୍ଜର ରାଜିନାମାରେ ସବୁ ସୁବିଧା ଦେବାର ଉଲ୍ଲେଖ ଥିବା ସତ୍ତ୍ବେ ରାଜ୍ୟ ସରକାର ତାକୁ ପାଳନ କରୁ ନାହାନ୍ତି ଏବଂ ଆମ ଅଞ୍ଚଳ ସବୁ କ୍ଷେତ୍ରରେ ଏବେ ଅବହେଳିତ ଅଛି । ବିକାଶ କହିଲେ କେବଳ ପୂର୍ବ ଓଡ଼ିଶା ଓ ଗରିବୀ କହିଲେ ପଶ୍ଚିମ ଓଡ଼ିଶା ଅଟେ ।"

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ 'ପ୍ରସ୍ତାବ ବିଚାରାଧୀନ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗୃହରେ ସ୍ପଷ୍ଟୀକରଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ବିଚାରାଧୀନ ରହିଛି । ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ବିଧାନସଭାରେ ଭିନ୍ନ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ବେଞ୍ଚର ଯଥାର୍ଥତା ନାହିଁ ବୋଲି କହିଥିଲେ । ଶୂନ୍ୟକାଳରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ପ୍ରସ୍ତାବ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗୃହରେ ଏହି ଉତ୍ତର ପରେ ତେଜିଥିଲା ରାଜନୀତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.