ETV Bharat / state

ସଚିବସ୍ତରୀୟ ବୈଠକ, ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନକୁ ଗୁରୁତ୍ୱ - SECRETARY LEVEL MEETING

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ସଚିବସ୍ତରୀୟ ବୈଠକ । ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଆଲୋଚନା ।

Secretary Level Meeting
Secretary Level Meeting (ETV Bharat Odisha)
author img

By ETV Bharat Odisha Team

Published : Feb 2, 2025, 12:03 PM IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗତକାଲି (ଶନିବାର) ଅନୁଷ୍ଠିତ ଏହି ବୈଠକରେ ଗତ ଡିସେମ୍ବର ମାସରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ମୁତାବକ କେଉଁ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ସମୀକ୍ଷା ହୋଇଛି । ଗତ ଡିସେମ୍ବର ମାସରେ ଅନୁଷ୍ଠିତ ୪ର୍ଥ ମୁଖ୍ୟ ଶାସନ ସଚିବସ୍ତରୀୟ ଜାତୀୟ ସମ୍ମିଳନୀରେ ଆୟୋଜିତ ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ମାର୍ଚ୍ଚରେ ପରବର୍ତ୍ତୀ ବୈଠକ:

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି । ରଥଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ମାର୍ଚ୍ଚ ମାସରେ ବୈଠକ କରାଯିବ । ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଚିଠା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତାବ ଉପସ୍ଥାପନା ସମ୍ପର୍କରେ ଆଲୋଚନା ହୋଇଛି । ଟିପିସିଓଡିଏଲ ତରଫରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଶେଷ ପଏଣ୍ଟ ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର କାର୍ଯ୍ୟ ଯାଞ୍ଚ ଓ ତଦାରଖ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ଉଠା ଜଳସେଚନ ପଏଣ୍ଟ କ୍ଷେତ୍ରରେ ଲାଗୁ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଗତ ବିଜ୍ଞପ୍ତି ଅନୁସାରେ ରହିଥିବା ସେବାଗୁଡିକ ଜନସାଧାରଣଙ୍କୁ ଯେପରି ଅନଲାଇନ ମୋଡରେ ନିର୍ଦ୍ଧାରିତ ସମୟ ଭିତରେ ମିଳିପାରିବ । ସେଥିପ୍ରତି ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସମୀକ୍ଷା କରି ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।

Secretary Level Meeting
Secretary Level Meeting (ETV Bharat Odisha)

ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ:

ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଛି । ମୁଖ୍ୟ ଶାସନ ସଚିବ ଏନେଇ ବୈଠକରେ ଅବଗତ କରିଛନ୍ତି । ଏହାର ଆୟୋଜନରେ ସହଯୋଗ କରିଥିବା ସମସ୍ତ ବିଭାଗ ତଥା ସହଯୋଗୀ ଅନୁଷ୍ଠାନମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ କାର୍ଯ୍ୟ ସମ୍ପାଦନବେଳେ ଏଆଇର ଆବଶ୍ୟକତା ଓ ପ୍ରୟାଗ ବୃଦ୍ଧି ପାଇଥିବାରୁ ଏ ସମ୍ପର୍କରେ ଏକ ଗବେଷଣାଭିତ୍ତିକ ଇକୋ ସିଷ୍ଟମ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି କରିବାକୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗକୁ ପରାମର୍ଶ ଦିଆଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଫେବୃଆରୀ 15କୁ ବଢିଲା e-KYC ଡେଡଲାଇନ୍‌
ଏହା ବି ପଢନ୍ତୁ...୩୨ ହଜାର କୋଟିର ୮ ପ୍ରକଳ୍ପକୁ ମଞ୍ଜୁରୀ, ଓଡ଼ିଶାରେ ୧୮ ହଜାର ନିଯୁକ୍ତି ସମ୍ଭାବନା

ପୂର୍ଣ୍ଣ ବିବରଣୀ ପାଇଁ ନିର୍ଦ୍ଦେଶ:

ଆସନ୍ତା ୧୫ ତାରିଖ ସୁଦ୍ଧା ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନର ସ୍ଥିତି ସମ୍ପର୍କରେ ପୂର୍ଣ୍ଣ ବିବରଣୀ ଜଣାଇବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭସ ତରଫରୁ ସଚିବସ୍ତରୀୟ ବୈଠକରେ ହେଉଥିବା ନିଷ୍ପତ୍ତି କାର୍ଯ୍ୟକାରିତା ବିଷୟରେ ଅନୁଧ୍ୟାନ ତଥା ତଦାରଖ ପାଇଁ ଏକ ପୋର୍ଟାଲ ମିଟିଂ ଡିସିସନ ମନିଟରିଂ ସିଷ୍ଟମ ବ୍ୟବହାର ସମ୍ପର୍କରେ ଏକ ପ୍ରଦର୍ଶନ କରାଯାଇଛି । ଯାହାଦ୍ୱାରା କି ସଚିବମାନେ ଏହାକୁ ବ୍ୟବହାର କରିବା ଦ୍ବାରା ନିଜ ନିଜ ବିଭାଗ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ନେବାରେ ସହଜ ହୋଇପାରିବ । ଏଥି ସହିତ କୃଷି ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସମବାୟ ବିଭାଗକୁ ଏଥିରେ ରହିଥିବା ବ୍ୟବସ୍ଥାର ତର୍ଜମା କରି ଆବଶ୍ୟକ ପ୍ରସ୍ତାବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.