ଭୁବନେଶ୍ବର: ରାଜ୍ୟରେ ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । 2017 ମସିହାରେ ‘ଭୂସମ୍ପଦ (ନିୟାମକ ଓ ବିକାଶ) ଅଧିନିୟମ (RERA)’ ଅଧିନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ କିଣି ବିକାରେ କୌଣସି ପ୍ରତିବନ୍ଧକ ରହିବନାହିଁ । ନଗର ଉନ୍ନୟନ ବିଭାଗ ଏହି ପୂର୍ବ କଟକଣାକୁ ହଟାଇ ଦେଇଛି । ବିଭାଗ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବା ସହ ରାଜ୍ୟସ୍ବ ବିଭାଗକୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
- ‘ରେରା’ କାର୍ଯ୍ୟକାରୀ ପୂର୍ବରୁ ନିର୍ମାଣ ସରିଥିଲେ କିଣା ବିକା
ମନ୍ତ୍ରୀ ମହାପାତ୍ର କହିଛନ୍ତି,‘‘ରେରା ଆଇନ କାର୍ଯ୍ୟକାରିତାକୁ ଆସିବା ପୂର୍ବରୁ ତଥା ୨୦୧୭ ଫେବୃଆରୀ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ସେସବୁ ପଞ୍ଜିକରଣ ହୋଇପାରିବ । ଏନେଇ ନଗର ଉନ୍ନୟନ ବିଭାଗ ରାଜସ୍ବ ବିଭାଗକୁ ଅବଗତ କରାଇଛି । ସବ-ରେଜିଷ୍ଟ୍ରାରଙ୍କୁ ଏ ବାବଦରେ ରାଜସ୍ୱ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି । ଭୂସମ୍ପଦ (ନିୟାମକ ଓ ବିକାଶ) ଅଧିନିୟମ (RERA) ଆଇନ କାର୍ଯ୍ୟକାରୀ ଆସିବା ଆଗରୁ ଯେଉଁ ସବୁ ଆପାର୍ଟମେଣ୍ଟ ଚାଲିଥିଲା, ସେସବୁ ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି କାରଣ ନଥିଲା ।‘ରେରା’ ପରିଧି ଭିତରକୁ ହିଁ ଏ ସବୁ ଆପାର୍ଟମେଣ୍ଟକୁ ଆଣିବାର କୌଣସି ଯଥାର୍ଥତା ନଥିଲା । ଏହାଦ୍ବାରା ଉଭୟ କ୍ରେତା ଓ ବିକ୍ରେତା ହଇରାଣ ହେଉଥିଲେ । ବିଲଡର କ୍ଷତି ସହୁଥିଲେ। ସରକାରଙ୍କର ବି ରାଜସ୍ବ ହାନୀ ମଧ୍ୟ ହେଉଥିଲା ।"
- ପାର୍ଟ–ପ୍ଲଟ କିଣାବିକା ଉପରେ ଖୁବଶୀଘ୍ର ନିଷ୍ପତ୍ତି :
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପାର୍ଟ–ପ୍ଲଟ କିଣାବିକା ସମସ୍ୟାକୁ ବି ପୂର୍ବ ସରକାରର ଗୋଳିଆ କରି ରଖିଥିଲେ । ଜରୁରୀ ଆବଶ୍ୟକତା ବେଳେ କିଣା ବିକା ହୋଇପାରୁନଥିଲା । ଆଂଶିକ କିଣା ବିକା ଉପରୁ ଖୁବଶୀଘ୍ର ପ୍ରତିବନ୍ଧକ ହଟିବ । ନଗର ଉନ୍ନୟନ ସଚିବ ଏନେଇ ଡ୍ରାଫ୍ଟ ପ୍ରୋପୋଜାଲ ଦେଇସାରିଛନ୍ତି ।" ଦୀର୍ଘ ଦିନ ହେଲା ପାର୍ଟ–ପ୍ଲଟ କିଣାବିକା, ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ କଟକଣାରେ ଲୋକେ ସନ୍ତୁଳି ହେଉଥିଲେ । ପ୍ରଥମ ପର୍ଯ୍ୟାୟରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ କଟକଣା ହଟିଥିବା ବେଳେ ଏବେ ପାର୍ଟ-ପ୍ଲଟ ସମସ୍ୟାର ସରଳ ଓ ସହଜ ବାଟକୁ ସମସ୍ତଙ୍କର ଅପେକ୍ଷା ।
ଏହା ବି ପଢନ୍ତୁ...ରେରା ଆଇନ ପରିବର୍ତ୍ତନ ଲାଗି ତର୍ଜମା ପ୍ରକ୍ରିୟା ଆରମ୍ଭ: ରାଜସ୍ୱ ମନ୍ତ୍ରୀ ଏହା ବି ପଢନ୍ତୁ...ଜମି ବିକ୍ରି ଆଇନ ହେବ ସରଳ, ସଂଶୋଧନ କରିବେ ରାଜ୍ୟ ସରକାର |
- ୭ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ:
ମନ୍ତ୍ରୀଙ୍କ କହିବା ଅନୁସାରେ," ବର୍ତ୍ତମାନର ଅଧିନିୟମ ସତ୍ତ୍ବେ ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବ୍ରୁଆରୀ ୨୫ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟ ଗୁଡିକ ଓଡି଼ଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ତ୍ବେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ। ଏନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି । ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି-୧୯୮୨ କାର୍ଯ୍ୟକାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫୈସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।’’
ଇଟିଭି ଭାରତ, ଭୁବନେଶ୍ବର