ETV Bharat / snippets

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ, 24 ଘଣ୍ଟାରେ 3ୟ ଗୁଳି ବିନିମୟ

author img

By ETV Bharat Odisha Team

Published : Jul 24, 2024, 10:00 AM IST

Updated : Jul 24, 2024, 12:44 PM IST

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ (ETV Bharat Odisha)

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନାର ଏନକାଉଣ୍ଟରରେ ନିପାତ ହେଲା ଜଣେ ଆତଙ୍କବାଦୀ ।ଗତକାଲି (ମଙ୍ଗଳବାର) ରାତି ସାରା ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି । ସେହିପରି ଏଥିରେ ଜଣେ ଯବାନ ଆହତ ହୋଇଥିବାର ମଧ୍ୟ ଜଣାପଡିଛି । କୁପୱାରା ଜିଲ୍ଲାର ଲୋରାବ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ଖବର ପାଇ ମଙ୍ଗଳବାର ସୁରକ୍ଷାବଳ ଆଣ୍ଟି-ଟେରର୍ ଅପରେସନ ଆରମ୍ଭ କରିଥିଲା । ଏତିକି ବେଳେ ଆତଙ୍କୀବାଦୀ ସୁରକ୍ଷାବାହିନୀ ଉପରକୁ ଗୁଳିମାଡ କରିବାରୁ ସେମାନେ ପାଲଟା ଜବାବ ଦେଇଥିଲେ । କାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଅପରେସନରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ଜଣେ ଯବାନ ଆହତ ହୋଇଥିବା ସେନାର ଚିନାର କର୍ପସ ପକ୍ଷରୁ ସୂଚନା ଦିଆଯାଇଛି ।

Last Updated : Jul 24, 2024, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.