ପ୍ରତିଶ୍ରୁତି ପୂରଣରେ କେତେ ସଫଳ ନେତା ? ଭୋଟ୍ ପୂର୍ବରୁ ପ୍ରଶ୍ନ କରିବାକୁ ସଜାଗ ଅଞ୍ଚଳବାସୀ - Locals Discussing Over Election
Published : Mar 17, 2024, 10:44 PM IST
2024 Election: ନୂଆପଡ଼ା: ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ସରଗରମ ରହିଛି । ନିର୍ବାଚନରେ କିଏ ଜିତିବ କିଏ ହାରିବ ସେନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନ ପାଣିପାଗର ତାଜା ଚିତ୍ର ପରଖିବା ପାଇଁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଦେଓବାହାଲ ଗାଁରେ ଇଟିଭି ଭାରତ ଟିମ ପହଞ୍ଚିଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନାବେଳେ ସେମାନେ କହିଛନ୍ତି, "ନିର୍ବାଚନ ପୂର୍ବରୁ ଗାଁକୁ ନେତାଙ୍କ ସୁଅ ଛୁଟିଥିଲା । ଭୋଟ ହାତେଇବା ପାଇଁ ଏକାଧିକ ପ୍ରତିଶୃତି ଦେଇଥିଲେ ନେତା । ପ୍ରତିଶ୍ରୁତି ପୂରଣ ଦୂରର କଥା, ନିର୍ବାଚନ ଶେଷ ହେବାପରେ ଦେଓବାହାଲ ଗାଁରେ ନେତାଙ୍କ ଦେଖାନାହିଁ ।"
ଏହା ମଧ୍ୟ ପଢନ୍ତୁ...ଢେଙ୍କାନାଳରେ ନିର୍ବାଚନୀ ପ୍ରସ୍ତୁତି, ମେ' ୨୫ରେ ଭୋଟ
ନିଜ ଗାଁର ସମସ୍ୟା ଜଣାଇବା ପାଇଁ ନେତାଙ୍କୁ ଖୋଜୁଥିବା ଲୋକେ କହିଛନ୍ତି । ଏପରକି ମୌଳିକ ସୁବିଧା ପହଞ୍ଚି ନଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଏଥର 2024 ସାଧାରଣ ନିର୍ବାଚନରେ ନେତା ଗାଁକୁ ଆସିଲେ ପ୍ରତିଶ୍ରୁତି ପୂରଣ ନେଇ ଲୋକେ ପ୍ରଶ୍ନ କରିବେ ବୋଲି କହିଛନ୍ତି । ଶୁଣନ୍ତୁ ଆଉ କଣ କହୁଛନ୍ତି ଭୋଟର...
ଇଟିଭି ଭାରତ, ନୂଆପଡ଼ା