ଓଡିଶା

odisha

By ETV Bharat Odisha Team

Published : Mar 26, 2024, 12:44 PM IST

ETV Bharat / videos

ଫଗୁ ରଙ୍ଗରେ ରଙ୍ଗୀନ ବାଲେଶ୍ୱର, ହର୍ବାଲ ହୋଲି ଖେଳିଲେ ଯୁବକ - Holi 2024

Holi Celebration in Balasore  ବାଲେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଗାଁ ଠାରୁ ସହର ସବୁଆଡେ ଖୁସିର ମାହୋଲ । ହୋଲିର ରଙ୍ଗରେ ରଙ୍ଗୀନ ହୋଇଯାଉଛନ୍ତି ସମସ୍ତେ । ସେହିପରି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ହୋଲି ଖେଳର ମାହୋଲ ଜମୁଥିବା ଦେଖିବାକୁ ମିଳିଛି । କେଉଁଠି ନାଚଗୀତର ଆସର ତ ପୁଣି କେଉଁଠି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବଣ୍ଟା ଚାଲିଛି । ରାଧାକୃଷ୍ଣଙ୍କ ଭକ୍ତି ଭାବରେ ଗୋପାଳମାନେ ମଧ୍ୟ ସେମାନଙ୍କ ଦୋଳ ପୂର୍ଣ୍ଣିମା ପରେ ଆଜି ହୋଲି ଖେଳର ମଜା ନେଇଛନ୍ତି । ବାଲେଶ୍ଵର ଜିଲ୍ଲାର ଖଇରା ବ୍ଲକ ବୁଢ଼ାଗଡ଼ିଆ ବଜାରରେ ପିଲାଠାରୁ ବୟସ୍କ ଯାଏ ସଭିଏଁ ହୋଲି ଖେଳର ମଜା ଉଠାଇଛନ୍ତି । ରଙ୍ଗର ଏହି ପର୍ବକୁ ସବୁ ମହଲରେ ପାଳନ କରାଯାଉଥିବା ବେଳେ ବୁଢ଼ାଗଡ଼ିଆରେ ଯୁବକମାନେ ହର୍ବାଲ ହୋଲି ଖେଳରେ ମସଗୁଲ ହୋଇଛନ୍ତି । କେମିକାଲ ରଙ୍ଗ ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି କେବଳ ଅବିରରେ ହୋଲି ଖେଳ ଚାଲିଛି । ସବୁଠି ଆଜି ରଙ୍ଗର ପର୍ବ ହୋଲିର ଭିନ୍ନ ଏକ ମାହୋଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details