ଓଡିଶା

odisha

ETV Bharat / videos

କଂଗ୍ରେସ ଟିକେଟରେ ପିପିଲିରୁ ନିର୍ବାଚନ ଲଢ଼ିବେ ଜ୍ଞାନ ରଞ୍ଜନ ପଟ୍ଟନାୟକ - Pipili Assembly Constituency - PIPILI ASSEMBLY CONSTITUENCY

By ETV Bharat Odisha Team

Published : Apr 21, 2024, 4:14 PM IST

Congress Candidate For Pipili: ନିମାପଡ଼ା: ଗତକାଲି କଂଗ୍ରେସ ପ୍ରକାଶ କରିଛି ନିଜର ୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ପ୍ରଦାନ କରିଛି । କଂଗ୍ରେସରେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଜ୍ଞାନ ପଟ୍ଟନାୟକଙ୍କ ଉପରେ ଭରସା କରିଛି କଂଗ୍ରେସ । ପ୍ରାର୍ଥୀ ହେବା ପରେ ଜ୍ଞାନ ରଞ୍ଜନ କହିଛନ୍ତି ଯେ, ଦଳର କେନ୍ଦ୍ର ଓ ରାଜ୍ୟର ନେତୃମଣ୍ଡଳୀଙ୍କୁ ମୋ ଉପରେ ଆଶା ପ୍ରକଟ କରିଥିବାରୁ ଧନ୍ୟବାଦ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ନୀତି ଭଷ୍ଟାଚାର, ବେକାରୀ ସମସ୍ୟା, କୃଷି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି ଜ୍ଞାନ ରଞ୍ଜନ ପଟ୍ଟନାୟକ । ପରୋକ୍ଷରେ ଦିବଂଗତ ପିପିଲିର ପୂର୍ବତନ ବିଧାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପିପିଲି - ଡେଲାଙ୍ଗ ଅଞ୍ଚଳ କୃଷିପ୍ରଧାନ ଅଞ୍ଚଳ ମାତ୍ର ଏଠାକାର ବିଧାୟକ କୃଷିମନ୍ତ୍ରୀ ହୋଇ ମଧ୍ୟ ଶୀତଳଭଣ୍ଡାରଟେ ମଧ୍ୟ ହୋଇ ପାରିଲା ନାହିଁ ।

ଏହା ମଧ୍ୟ ପଢନ୍ତୁ... ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ନିମାପଡାରୁ ଲଢିବେ ସୁରଙ୍କ ପୁଅ - Congress Candidates List

ବିଧାୟକ ଭାବେ ନିର୍ବାଚିତ ହେଲେ ନିଶାମୁକ୍ତ ପିପିଲି ଡେଲାଙ୍ଗ ଗଠନ କରାଯିବ ବୋଲି କହିଛନ୍ତି ଜ୍ଞାନ ରଞ୍ଜନ । ଗତକାଲି କଂଗ୍ରେସ ଦଳ ପକ୍ଷରୁ ଟିକେଟ ଘୋଷଣା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ହେବା ସହିତ ଡେଲାଙ୍ଗ ମାଟିର ପୁଅ ଜ୍ଞାନ ରଞ୍ଜନଙ୍କୁ ତାଙ୍କ ଗାଁରେ ବାଣ ଫୁଟାଇ ମିଠା ଖାଇ ଖୁସି ମନାଇଥିଲେ । ପିପିଲି ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସ୍ୱାଭିମାନ ସହିତ ଲଢେଇ ହେବ ଏବଂ କଂଗ୍ରେସ ପୁଣି ଫେରିବ ବୋଲି ଆଶାବାଦୀ ଅଛନ୍ତି । ଏଥରର ନିର୍ବାଚନରେ ବିଜେଡି ଦଳରୁ ରୁଦ୍ର ପ୍ରତାପ ମହାରଥୀ ଦଳ ପୁଣି ଟିକେଟ ଦେଇଛି । ବିଜେପି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ବେଳେ କଂଗ୍ରେସ ପ୍ରଦେଶ କମିଟି ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details