ଓଡିଶା

odisha

ETV Bharat / videos

ଇମ୍ପେରିଆଲ ପ୍ୟାଲେସରେ ମା’ ଦୁର୍ଗା, ଆକର୍ଷଣର ସାଜିଛି କେନ୍ଦ୍ରବିନ୍ଦୁ

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ସବୁଠି ଭକ୍ତିମୟ ପରିବେଶ । ଝାରପଡା ଦୁର୍ଗାପୂଜା ସମିତି ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ସମିତି । ଗତ ତେର ବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିଆସୁଛି । ଚଳିତ ବର୍ଷ ସମିତିର ନିଜସ୍ବ ପରିକଳ୍ପିତ ଇମ୍ପେରିଆଲ ପ୍ୟାଲେସ ନିର୍ମାଣ କରାଯାଇଛି । ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ବପନ ମାନାଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ ମାସ ଧରି ତୋରଣ ନିର୍ମାଣ ଦାୟିତ୍ବରେ ଥିଲେ । ତୋରଣର ଉଚ୍ଚତା ୮୫ଫୁଟ୍ ଓ ଚଉଡ଼ା ୧୫୦ ଫୁଟ୍ ରହିଛି । ଓଡ଼ିଶାର ପ୍ରତିଷ୍ଠିତ ମୂର୍ତ୍ତୀ କାରିଗର ମାନସ ରଞ୍ଜନ ବେହେରାଙ୍କ ଦ୍ବାରା ମା' ଦୁର୍ଗାଙ୍କ ମୁଣ୍ମୟୀ ମୂର୍ତ୍ତୀ ୧୨ ଫୁଟ ଉଚ୍ଚତାର ହୋଇଥିବା ବେଳେ କଟକର ପ୍ରଖ୍ୟାତ କାରିଗର ଭଗବାନ ବେହେରାଙ୍କ ଦ୍ବାରା ୨୦ ଫୁଟ ଉଚ୍ଚତାର ମେଢ ତିଆରି କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ:

ମହାମାୟାଙ୍କ ମହାନବମୀ: ହସିଦେଲେ କୁମାରୀ, ମିଳେ ମା’ଙ୍କ ଆଶୀର୍ବାଦ !

କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

ରାଜଧାନୀରେ ମାତାଲଙ୍କ ଚିନ୍ତା, ପୂଜାରେ ବିଳମ୍ବିତ ରାତି ଓ ଭସାଣି ଦିନ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details