ନେତା ବାଛିବେ ନିଆଳିବାସୀ, ୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା - LAST PHASE POLLS IN ODISHA - LAST PHASE POLLS IN ODISHA
Published : May 31, 2024, 8:26 PM IST
Preparation For Election Counting:ନିଆଳି: ରାତି ପାହିଲେ ନେତା ବାଛିବେ ଭୋଟର । ବିଭିନ୍ନ ବୁଥରେ ଆବଶ୍ୟକୀୟ ସାମଗ୍ରୀ ଧରି ପହଞ୍ଚିଲେ ଅଧିକାରୀ । କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନ ପାଇଁ ଆସନ୍ତାକାଲି (ଶନିବାର) ଦିନ ମତଦାନ ଅନୁଷ୍ଠିତ ହେବ । ନିଆଳି ବିଧାନସଭା ଆସନ ପାଇଁ ୯ ଜଣ ବିଧାୟକ ପ୍ରାର୍ଥୀ ତାଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେପିରୁ ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ, କଂଗ୍ରେସରୁ ଗୀତାଞ୍ଜଳି ମଲ୍ଲିକ, ବିଜେଡିରୁ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ସ୍ବାଧୀନ ପ୍ରାର୍ଥୀ ଭାବରେ ଅଭିମନ୍ୟୁ ମଲ୍ଲିକ, ତୃପ୍ତି ରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ବହୁଜନ ସମାଜ ପାର୍ଟିରୁ ବେଦ ପ୍ରକାଶ ଦାସ, ସମୃଦ୍ଧ ଓଡିଶାରୁ ଅରୂପ କୁମାର ମଲ୍ଲିକ, ଜୟ ମହାଭାରତ ପାର୍ଟିରୁ ଦିଲ୍ଲୀପ ଦାସ ନିଆଳିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।
ଆସନ ଅଧିନରେ ବାରଙ୍ଗ ବ୍ଲକର ୮ଟି ପଞ୍ଚାୟତ, କଣ୍ଟାପଡ଼ା ବ୍ଲକର ୧୪ଟି ଏବଂ ନିଆଳି ବ୍ଳକର ୨୩ଟି ପଞ୍ଚାୟତ ରହିଛି । ମୋଟ ୪୫ଟି ପଞ୍ଚାୟତ । ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର ୩୭୭ । ଏଥି ମଧ୍ୟରୁ ୧ ଲକ୍ଷ ୨୬ ହଜାର ୯୭୬ ଜଣ ପୁରୁଷ ଭୋଟର ଏବଂ ୧ ଲକ୍ଷ ୨୧ ହଜାର ୩୭୪ ଜଣ ମହିଳା ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ୨୭୪ଟି ବୁଥରେ ମତଦାନ ଅନୁଷ୍ଠିତ ହେବ । ୧୧୯ଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବରେ ଚିହ୍ନଟ କରାଯାଇଛି । ଏଥିପାଇଁ ସିସିଟିଭି କ୍ୟାମେରା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, ୨୨୮୦ଟି ସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର - Poll Preparedness In Odisha
ଇଟିଭି ଭାରତ, ନିଆଳି