ଓଡିଶା

odisha

ETV Bharat / videos

ଆସନ୍ତା 9 ତାରିଖରୁ କଟକରେ ଆୟୋଜିତ ହେବ କଳିଙ୍ଗ ମାରିଟାଇମ ଏକ୍ସପୋ - Cuttack Expo

By ETV Bharat Odisha Team

Published : Feb 6, 2024, 10:30 PM IST

କଟକ: ଆସନ୍ତା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବାକୁ ଯାଉଛି କଳିଙ୍ଗ ମାରିଟାଇମ ଏକ୍ସପୋ 2024 । ଓଡ଼ିଶା ଶିଳ୍ପ ସଂଘ ଓ ନ୍ୟାଭି ଫାଉଣ୍ଡେସନ ଓଡ଼ିଶା ଚାପ୍ଟରର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଏହି କଳିଙ୍ଗ ମାରିଟାଇମ ଏକ୍ସପୋ 2024 ରେ ଓଡ଼ିଶାର ଶିଳ୍ପ ସଂସ୍ଥା ତଥା ଓଡ଼ିଶାର ଉତ୍ପାଦକମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବ । ପାଖାପାଖି ୫ ଶହରୁ ଉର୍ଦ୍ଧ୍ବ ବ୍ୟବସାୟୀ ସେମାନଙ୍କ ଉତ୍ପାଦ ସହ ଏହି ଏକ୍ସପୋକୁ ଆସିବେ। ଏହି ଏକ୍ସପୋରେ କିଣା ବିକା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ଓଡ଼ିଶାର ନୈବାଣିଜ୍ୟ ପରମ୍ପରା ଓ ଇତିହାସ ବାବଦରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ । ନ୍ୟାଭି ଫାଉଣ୍ଡେସନ ଓଡ଼ିଶା ଚାପ୍ଟର ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କରାଯାଇଥିବା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସରକାରଙ୍କର ଏମଏସଏମଇ ଵିଭାଗ ମଧ୍ୟ ଏହି ଶିଳ୍ପ ମେଳାକୁ ସହାୟତା ଯୋଗାଉଛି। ନୌବାଣିଜ୍ୟ ପାଇଁ ଆବଶ୍ୟକ ହେଉଥିଵା ଵିଭିନ୍ନ ପ୍ରକାର ଯନ୍ତ୍ରାଂଶ, ଯାହାକି ସ୍ଥାନୀୟ ଶିଳ୍ପାନୁଷ୍ଠାନ ଗୁଡିକ ଉତ୍ପାଦନ କରୁଛନ୍ତି, ସେଗୁଡ଼ିକ ଏହି ଶିଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଵ। ଏହା ସହ ନୌଵାହିନୀର ଆଵଶ୍ୟକତା ଅନୁସାରେ ସ୍ଥାନୀୟ ଶିଳ୍ପାନୁଷ୍ଠାନ ଗୁଡିକରେ ତିଆରି ହେଉଥିବା ଯନ୍ତ୍ରାଂଶ ମଧ୍ୟ ଏହି ମେଳାରେ ପ୍ରଦର୍ଶିତ ହେଵ । ସାଧାରଣ ବାଣିଜ୍ୟିକ ମେଳା ଭଳି ଏହି ମେଳାରେ କିଣା ବିକା ପାଇଁ ପ୍ରାୟ ପାଞ୍ଚ ଶହଟି ଷ୍ଟଲ ଖୋଲିବ। ଏହି ଶିଳ୍ପ ମେଳାରେ ସ୍ବତନ୍ତ୍ର ଫୁଡ କୋର୍ଟ ଓ ଗେମିଂ ଜୋନ ମଧ୍ୟ ରହିଵ।

ଇଟିଭି ଭାରତ, କଟକ

ABOUT THE AUTHOR

...view details