ହାଇଦ୍ରାବାଦ:ୟୁଜରଙ୍କୁ ଅଧିକରୁ ଅଧିକ ଉନ୍ନତ ଅଭିଜ୍ଞତା ପ୍ରଦାନ କରିବା ଲାଗି ହ୍ବାଟ୍ସଆପ୍ ଗୋଟିଏ ପରେ ଗୋଟିଏ ଫିଚର ଆଣୁଛି । ଯାହାକି ୟୁଜରଙ୍କୁ ଅତ୍ୟାଧୁନିକ ସୁବିଧା ଆପ୍ରେ ହିଁ ପ୍ରଦାନ କରୁଛି । ଆପ୍ର ବ୍ୟବହାରକୁ ଆହୁରି ସହଜ ଓ ମଜାଳିଆ କରିବା ଲାଗି ହ୍ବାଟ୍ସଆପ୍ ନିଜ ଡିଜାଇନରେ କିଛିଟା ପରିବର୍ତ୍ତନ ଆଣିଛି । ଚାଟ୍ରେ ଭିଡିଓ ଓ ଫଟୋକୁ ଏଡିଟ୍ କରିବା ଲାଗି ହ୍ବାଟ୍ସଆପ୍ 30ଟି ଭିନ୍ନ ଭିନ୍ନ ଭିଜୁଆଲ ଇଫେକ୍ଟ ଆଣିଛି ।
ଷ୍ଟିକରରେ ପରିଣତ ହେବ ସେଲ୍ଫି; ହ୍ବାଟ୍ସଆପ୍ ଆଣିଲା ଦମଦାର ଫିଚର - WHATSAPP SELFIE STICKER
ଆଉ ଏକ ନୂଆ ଫିଚର ଆଣିଲା ହ୍ବାଟ୍ସଆପ୍ । ଏମିତି ଷ୍ଟିକରରେ ପରିଣତ ହୋଇଯିବ ସେଲ୍ଫି ଫଟୋ । ବିସ୍ତୃତ ଭାବରେ ଜାଣନ୍ତୁ...
Published : Jan 15, 2025, 5:57 PM IST
ଆପ୍ ମଧ୍ୟରେ ହିଁ ଷ୍ଟିକର ପ୍ୟାକ୍ ସେୟାରିଂ ଓ ସେଲ୍ଫିରୁ ଷ୍ଟିକର କ୍ରିଏଟ କରିବା ଲାଗି ଅପସନ ପ୍ରଦାନ କରିଛି । ଏହା ସହିତ ହ୍ବାଟ୍ସଆପ୍ର ରିଆକ୍ସନ ଫିଚରରେ ଉନ୍ନତି ଘଟିଛି । ତେବେ ଏହି ନୂଆ ଫିଚର ୟୁଜରଙ୍କୁ କେଉଁ କେଉଁ କ୍ଷେତ୍ରରେ ଏକ ଭିନ୍ନ ଅନୁଭବ ପ୍ରଦାନ କରିବ ସେ ସମ୍ପର୍କରେ ଜାଣିବା ।
- କ୍ୟାମରା ଇଫେକ୍ଟ: ଗତ ବର୍ଷ ଅକ୍ଟୋବରରେ ହ୍ବାଟ୍ସଆପ୍ ନୂଆ ଫିଲ୍ଟର, ବ୍ୟାକଗ୍ରାଉଣ୍ଡ, ଭିଡିଓ କଲ୍ ଇଫେକ୍ଟ ଆଣିଥିଲା । ଏବେ ଏହି ସମାନ ଫିଚର ହ୍ବାଟ୍ସଆପ୍ କ୍ୟାମେରା ଉଠାଯାଇଥିବା ଫଟୋ ଓ ସୁଟ୍ ହୋଇଥିବା ଭିଡିଓ ପାଇଁ ମଧ୍ୟ ଉପଲବ୍ଧ ହେବ । ଆପ୍କୁ ଯାଇ ୟୁଜର ଭିଡିଓ ରେକର୍ଟ କରିବା ସହ ଫଟୋକୁ ଉଠାଇବେ, ଯେଉଁଥିରେ ସମାନ 30 ଫିଲ୍ଟର, ବ୍ୟାକଗ୍ରାଉଣ୍ଡ ଓ ଇଫେକ୍ଟର ବ୍ୟବହାର କରିପାରିବେ ।
- ସେଲ୍ଫି ଷ୍ଟିକର: ହ୍ବାଟ୍ସଆପ୍ ଇନ-ଆପ୍ କ୍ୟାମେରାକୁ ବ୍ୟବହାର କରିଛି, ଯାହାଦ୍ବାରା ଆପ୍ର କ୍ୟାମେରାରେ କୌଣସି ଫଟୋ ଉଠାଇଲେ ଏହା ଷ୍ଟିକର ହୋଇପାରିବ । ଏପରି ନୂଆ ଷ୍ଟିକର ଆଡ୍ କରିବା ଲାଗି ୟୁଜରଙ୍କୁ ଷ୍ଟିକର ଟାବ୍ ନିକଟକୁ ପ୍ରଥମେ ଯିବାକୁ ପଡ଼ିବ । ଏହାପରେ 'Create Sticker' ଅପସନକୁ ଚୟନ କରିବାକୁ ପଡ଼ିବ । ଏହାପରେ ହ୍ବାଟ୍ସଆପ୍ କ୍ୟାମେରା ଖୋଲିବ ଏବଂ ଆପଣଙ୍କୁ ସେଲ୍ଫି ଉଠାଇବାକୁ ଅନୁମତି ମାଗିବ । ଏହାପରେ ଉକ୍ତ ସେଲ୍ଫିରୁ ଆପଣ ଷ୍ଟିକର ତିଆରି କରିପାରିବେ । ଏହି ଫିଚର ଆଣ୍ଡ୍ରଏଡରେ ଉପଲବ୍ଧ ହୋଇସାରିଥିବା ବେଳେ ଖୁବଶୀଘ୍ର iOSକୁ ଆସିବାକୁ ଯାଉଛି ।
- ଷ୍ଟିକର ପ୍ୟାକ୍ ସେୟାରିଂ: ଏବେ ହ୍ବାଟ୍ସଆପ୍ରେ ଆପଣ ଷ୍ଟିକର ପ୍ୟାକ୍କୁ ମଧ୍ୟ ସେୟାର କରିପାରିବେ । ଏହାକୁ ସିଧାସଳଖ ଆପଣ ଚାଟ୍ରୁ ହିଁ ସେୟାର କରିପାରିବେ ।
- କ୍ବିକର୍ ରିଆକ୍ସନ: ଆପଣ କୌଣସି ମେସେଜ ଉପରେ ନିଜର ପ୍ରତିକ୍ରିୟା ରଖିବା ଆହୁରି ସହଜ ହୋଇଛି । ଆପଣ କୌଣସି ମେସେଜ ଉପରେ ଦୁଇ ଥର ଟାବ୍ କରି ନିଜର ପ୍ରତିକ୍ରିୟା ଦେଇପାରିବେ ।
ଏହା ବି ପଢନ୍ତୁ |
ଚଳିତ ବର୍ଷ ଆପ୍ରେ ଅଧିକ ଫିଚର ଯୋଡିବାକୁ କମ୍ପାନୀ ନିଶ୍ଚିତ କରିଛି। ଗତବର୍ଷ 2024 କଥା କହିଲେ ଡିସେମ୍ବର ମାସରେ ହ୍ବାଟ୍ସଆପ୍ ଏହାର ଆଇଫୋନ, ଆଣ୍ଡ୍ରଏଡ୍ ଏବଂ ୱେବ୍ ଆପ୍ ମଧ୍ୟରେ କଲିଂରେ ଉନ୍ନତି ଆଣିଥିଲା । ଏଥିଲାଗି ଭିଡିଓ କଲ୍ ପାଇଁ ନୂତନ ଇଫେକ୍ଟ, କଲ୍ କରିବାର ନୂତନ ଉପାୟ, ଏକ ଗ୍ରୁପ୍ କଲ୍ ଅଂଶଗ୍ରହଣକାରୀ ଚୟନ କରିବାର କ୍ଷମତା ଏବଂ ଭିଡିଓ କଲ୍ ଗୁଣବତ୍ତା ବୃଦ୍ଧି କରିଥିଲା ।