ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ନିଜର ଟେଲିଭିଜନ ଅପରେଟିଂ ସିଷ୍ଟମ (OS) ଲଞ୍ଚ କରିଛି । ଏହାସହିତ ଭାରତରେ ପ୍ରଥମ ସ୍ବଦେଶୀ ଟିଭି ଅପରେଟିଂ ସିଷ୍ଟମ ଉପଲବ୍ଧ ହୋଇଛି । ଏହା ଗୁଗଲ୍ ତୁଳନାରେ ଅଧିକ ସୁଲଭ ହୋଇଥିବାରୁ ଏବେ ସ୍ମାର୍ଟ ଟିଭି ତିଆରିରେ କମ ଅର୍ଥ ଖର୍ଚ୍ଚ ହେବ । ଏହି ନୂଆ ଟିଭି OSର ଉଦ୍ଦେଶ୍ୟ ହେଉଛି ଭାରତରେ ସ୍ମାର୍ଟଟିଭି ଅନୁଭବକୁ ଆହୁରି ଅଧିକ ସୁଲଭ ବନାଇବ ଓ ଏହାସହ ଆଞ୍ଚଳିକ ଭାଷାରେ ଅଧିକ କଣ୍ଟେଣ୍ଟ ପ୍ରଦାନ କରିବା ।
JioTele OS: ଉପଲବ୍ଧତା
କମ୍ପାନୀ ଘୋଷଣା କରିଛି ଯେ JioTele OS ଦ୍ବାରା ପରିଚାଳିତ ଟେଲିଭିଜନ ଫେବୃଆରୀ 21ରୁ ଉପଲବ୍ଧ ହେବ । Thomson, Kodak, BPL ଏବଂ ଜେଭିସି ପରି ବ୍ରାଣ୍ଡ ସହିତ ଏହି OS ସ୍ମାର୍ଟ ଟିଭିରେ ଡେବ୍ୟୁ କରିବ । ଜିଓ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଅଧିକ ବ୍ରାଣ୍ଡ ଚଳିତ ବର୍ଷ ଶେଷ ସୁଦ୍ଧା JioTele OS ଦ୍ବାରା ଚାଳିତ ସ୍ମାର୍ଟ ଟିଭି ବଜାରରେ ଉପଲବ୍ଧ କରାଇବ ।
JioTele OS - A next-gen Smart TV Operating System designed for India, Crafted in India.#JioTeleOS #WithLoveFromJio pic.twitter.com/hLKSCuuNL1
— Reliance Jio (@reliancejio) February 18, 2025
JioTele OSର ଖାସ୍ ଫିଚର
ଜିଓ କହିଛି ଯେ JioTele OS ଅଧିକ ସୁଲଭ ମୂଲ୍ୟରେ ପ୍ରିମିୟମ୍ କଣ୍ଟେଣ୍ଟ ଏବଂ ସ୍ମାର୍ଟ ଟିଭି ଫିଚର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ତେବେ JioTele OSର ମୁଖ୍ୟ ଫିଚରଗୁଡିକ ହେଉଛି:
- AI-ଚାଳିତ ବିଷୟବସ୍ତୁ ସୁପାରିଶ: କମ୍ପାନୀର କହିବାନୁସାରେ ଅପରେଟିଂ ସିଷ୍ଟମ କୃତ୍ରିମ ବୁଦ୍ଧିମତାକୁ ବ୍ୟକ୍ତିଗତ ବିଷୟବସ୍ତୁ ସୁପାରିଶ କରିବାକୁ ବ୍ୟବହାର କରିବ । ଅର୍ଥାତ ଆପଣ ଯେଉଁ କଣ୍ଟେଣ୍ଟ ଦେଖିବାକୁ ଭଲ ପାଉଛନ୍ତି ସେହି କଣ୍ଟେଣ୍ଟଗୁଡ଼ିକ ଆପଣଙ୍କୁ ପ୍ରଥମେ ଦୃଶ୍ୟମାନ ହେବ ।
- 4K କାର୍ଯ୍ୟଦକ୍ଷତା ସମର୍ଥନ: JioTele OS 4K ଷ୍ଟ୍ରିମିଂ ପାଇଁ ଅପ୍ଟିମାଇଜ୍ ହୋଇଛି, ଯାହାକି ଏକ ସୁଗମ ଟିଭି ଦେଖିବାର ଅଭିଜ୍ଞତା ପ୍ରଦାନ କରିବ । କିନ୍ତୁ ପ୍ରକୃତ କାର୍ଯ୍ୟଦକ୍ଷତା ସମ୍ଭବତଃ ଗ୍ରାହକଙ୍କ ବ୍ୟକ୍ତିଗତ ସ୍ମାର୍ଟ ଟିଭିର ହାର୍ଡୱେର କ୍ଷମତା ଉପରେ ନିର୍ଭର କରିବ ।
- କଣ୍ଟେଣ୍ଟ ସପୋର୍ଟ: ଟିଭି ଚ୍ୟାନେଲଗୁଡିକର ଏକ ଲାଇବ୍ରେରୀ ସହିତ JioTele OS ଅନେକ OTT ଷ୍ଟ୍ରିମିଂ ଆପ୍ ଓ କ୍ଲାଉଡ୍ ଗେମିଂ ଆଦିକୁ ଆକ୍ସେସ ପ୍ରଦାନ କରିବ । ଅର୍ଥାତ ଉପଭୋକ୍ତାମାନେ କେବଳ ଗୋଟିଏ ରିମୋଟ୍ରେ ଟିଭି ଚ୍ୟାନେଲ, OTT ଆପ୍ ଏବଂ କ୍ଲାଉଡ୍ ଗେମିଂ ମଧ୍ୟରେ ସୁଇଚ୍ କରିବା ସହିତ ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ ।
- ସଫ୍ଟୱେର୍ ସମର୍ଥନ: Jio ପ୍ରତିଶୃତି ଦେଇଛି ଯେ JioTele OS ନୂତନ ଆପ୍ ବିଷୟବସ୍ତୁ ଫର୍ମାଟ୍ ଏବଂ ନିୟମିତ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ ବିକାଶଶୀଳ ଟେକ୍ନୋଲୋଜି ସହିତ ସୁସଙ୍ଗତ ରହିବ ।
ଉନ୍ନତ ହେବ ସ୍ମାର୍ଟ ଟିଭି ଅନୁଭବ
ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କନେକ୍ଟେଡ୍ ଟିଭି ଦେଶର ପ୍ରାୟ 3.5 କୋଟି ଘରେ ଅଛି । ଏଭଳି ସ୍ଥିତିରେ ଜିଓଟେଲି OS ଦେଶରେ ବଢୁଥିବା ଡିଜିଟାଲ ମନୋରଞ୍ଜନର ଆବଶ୍ୟକତାକୁ ପୂରଣ କରିବ । ଏହା ଦାବି କରାଯାଉଛି ଯେ କିଛି ଗ୍ରାହକ ସ୍ମାର୍ଟ ଟିଭିରେ ମନୋରଞ୍ଜନ ପାଇଁ ଏକ ଉତ୍ତମ ଅଭିଜ୍ଞତା ପାଆନ୍ତି ନାହିଁ, କାରଣ କନେକ୍ଟେଡ୍ ସ୍ମାର୍ଟ ଟିଭିରେ ଅନେକ ପ୍ରତିବନ୍ଧକ ରହିଥାଏ । ଏହି ସ୍ବଦେଶୀ ଅପରେଟିଂ ସିଷ୍ଟମ ଏହାକୁ ଦୂର କରିବ ବୋଲି କମ୍ପାନୀ କହିଛି ।