ହାଇଦ୍ରାବାଦ: ଚାଟ୍ଜିପିଟି ବିକଶିତ କରି ଚର୍ଚ୍ଚାକୁ ଆସିଥିବା ଆମେରିକୀୟ କମ୍ପାନୀ OpenAIର ପୂର୍ବତନ ଚିଫ୍ ଟେକ୍ନୋଲୋଜି ଅଫିସର (CTO) ମୀରା ମୁରାତୀ ନିଜର ଏଆଇ ଷ୍ଟାର୍ଟଅପ୍ ଥିଙ୍କିଙ୍ଗ ମେସିନ ଲ୍ୟାବ୍ (Thinking Machines Lab) ଆଣିଛନ୍ତି । ସେ ଗତବର୍ଷ ସେପ୍ଟେମ୍ବରରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ମୀରା ଥିଙ୍କିଙ୍ଗ ମେସିନ୍ସ ଲ୍ୟାବ୍ରେ ପ୍ରାୟ 30 ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଗତ ସେପ୍ଟେମ୍ବରରେ ମୀରା ଓପନଏଆଇ ଛାଡ଼ିବା ସମୟରେ ଏକ ବିବୃତ୍ତି ଜାରି କରି କହିଥିଲେ, "ମୁଁ କମ୍ପାନୀ ଛାଡ଼ିବାର କାରଣ ମୁଁ ମୋ ପାଇଁ କିଛି ସମୟ ବାହାର କରିବାକୁ ଚାହୁଁଛି ଓ ନିଜସ୍ବ ଗବେଷଣା କରିବାକୁ ଇଚ୍ଛା ପ୍ରକାଶ କରୁଛି ।" ଏହାପରେ ଆଜି (ଫେବୃଆରୀ 19)ରେ ସେ ନିଜର ଏଆଇ ଷ୍ଟାର୍ଟଅପ୍ ଥିଙ୍କିଙ୍ଗ ମେସିନ୍ସ ଲ୍ୟାବ୍ ସମ୍ପର୍କରେ ଘୋଷଣା କରିଛନ୍ତି, ଏହି ଟିମରେ ଅନେକଙ୍କୁ ସାମିଲ କରିବା ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ।
Today, we are excited to announce Thinking Machines Lab (https://t.co/gD5QlPMfWw), an artificial intelligence research and product company. We are scientists, engineers, and builders behind some of the most widely used AI products and libraries, including ChatGPT,…
— Thinking Machines (@thinkymachines) February 18, 2025
କଣ ଏହି ଷ୍ଟାର୍ଟଅପ୍ର ଲକ୍ଷ୍ୟ ?
ରଏଟର୍ସର ରିପୋର୍ଟ ଅନୁସାରେ, ମୀରା ଏହି ଷ୍ଟାର୍ଟଅପ୍ରେ ସିଇଓ ପଦ ସମ୍ଭାଳିବାକୁ ଥିବାବେଳେ ମୁଖ୍ୟ ବୈଜ୍ଞାନିକ ଭାବେ ଜନ୍ ସୁଲମ୍ୟାନ୍ ଓ ଚିଫ୍ ଟେକ୍ନୋଲୋଜି ଅଫିସର ବା ସିଟିଓ ଭାବେ ବାରେଟ୍ ଜୋଫ୍ କାମ କରିବେ । ତେବେ ଏହି ଷ୍ଟାର୍ଟଅପ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 'ଏଆଇକୁ ଜରୁରୀ ଆବଶ୍ୟକତା ଓ ଲକ୍ଷ୍ୟକୁ ପୂରଣ କରିବା ଲାଗି ଉପକରଣ ବିକଶିତ କରିବା' । ଏହାସହ ଏଆଇ ସିଷ୍ଟମକୁ ଅଧିକ ବ୍ୟାପକ ରୂପରେ ବୁଝିବା ଯୋଗ୍ୟ, ଅନୁକୂଳ ଓ ସକ୍ଷମ କରିବାକୁ ମୀରା ଲକ୍ଷ୍ୟ ରଖିଛନ୍ତି ।
ଏକ ବ୍ଲଗ୍ ପୋଷ୍ଟରେ ଷ୍ଟାର୍ଟଅପ୍ ପକ୍ଷରୁ କୁହାଯାଇଛି ଯେ 'ବିଭିନ୍ନ ପ୍ରକାର ପ୍ରଣାଳୀକୁ ବିକଶିତ କରୁଛୁ ଯାହାକି ଲୋକଙ୍କ ସହିତ ମିଳିତ ଭାବରେ କାମ କରିବ । ଏହାସହିତ ବୈଜ୍ଞାନିକମାନେ ପ୍ରୋଗ୍ରାମିଂ କ୍ଷେତ୍ରରେ ମଡେଲ ବିକଶିତ କରୁଛି । '
କଣ କହିଲେ ମୀରା ମୁରାତୀ ?
ମୀରା ନିଜ ଅଫିସିଆଲ X ହ୍ୟାଣ୍ଡେଲରେ ଏହି ନୂଆ ଏଆଇ ଷ୍ଟାର୍ଟଅପ୍ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, " ବୈଜ୍ଞାନିକ, ଇଞ୍ଜିନିୟର ଓ ବିଲ୍ଡରମାନଙ୍କୁ ନେଇ ଏକ ଉଲ୍ଲେଖନୀୟ ଟିମ୍ ସହିତ ଥିଙ୍କିଙ୍ଗ ମେସିନ ଲ୍ୟାବ୍ ଆରମ୍ଭ କରିଛି ।" ଯାହାକି:
- ଲୋକଙ୍କୁ ସେମାନଙ୍କ ବିଶିଷ୍ଟ ଆବଶ୍ୟକତାକୁ ଏଆଇ ପ୍ରଣାଳୀଗୁଡ଼ିକ ସହିତ ପୂରଣ କରିବାରେ ସହାୟକ ହେବ ।
- ଅଧିକ ସକ୍ଷମ AI ମଡେଲ ଆଣିବା ଲାଗି ସୁଦୃଢ ମୂଳଦୁଆ ସ୍ଥାପିତ କରିବା ।
ସେ ଆହୁରି କହିଛନ୍ତି ଯେ ଆମର ଲକ୍ଷ୍ୟ ସରଳ । ଆମେ ଏଆଇକୁ ବ୍ୟାପକ ଭାବେ ବ୍ୟବହାରଯୋଗ୍ୟ, ଉପଯୋଗୀ କରି ଆଗକୁ ବଢାଇବୁ । ଏହି ଷ୍ଟାର୍ଟଅପ୍ ଭବିଷ୍ୟତରେ ଆଣିବାକୁ ଥିବା ମାନବ ଉପଯୋଗୀ ଟେକ୍ନୋଲୋଜି ସମ୍ପର୍କରେ ନିୟମିତ ଭାବେ ବ୍ଲଗ୍ ପୋଷ୍ଟ, ପତ୍ରିକା ଜରିଆରେ ସୂଚନା ଦେବ ।
I started Thinking Machines Lab alongside a remarkable team of scientists, engineers, and builders. We're building three things:
— Mira Murati (@miramurati) February 18, 2025
- Helping people adapt AI systems to work for their specific needs
- Developing strong foundations to build more capable AI systems
- Fostering a…
କିଏ ମୀରା ମୁରାତୀ ?
ନାମରୁ ମୀରା ଭାରତୀୟ ବଂଶୋଦ୍ଭବ ବୋଲି କେହି ଭାବିପାରନ୍ତି, କିନ୍ତୁ ତାଙ୍କର ଭାରତ ସହିତ କୌଣସି ସମ୍ପର୍କ ନାହିଁ । ସେ ଆମେରିକାରେ ଜନ୍ମଗ୍ରହଣ କରିଥିବାବେଳେ ଆଲବାନିଆ ନାଗରିକ । ସେ ଆମେରିକାର Hanover ସ୍ଥିତ ଡାର୍ଟମାଉଥ୍ କଲେଜରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ Goldman Sachs କମ୍ପାନୀରେ ସମର ଆନାଲିଷ୍ଟ ଭାବରେ କାମ କରିଥିଲେ । ଏହାପରେ 2013ରୁ 2016 ପର୍ଯ୍ୟନ୍ତ ଏଲନ ମସ୍କଙ୍କ ଟେସଲା କମ୍ପାନୀରେ କାମ କରିଥିଲେ । ଟେସଲା ମଡେଲ X ବିକାଶ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଏହାପରେ ସେ 2018ରେ OpenAIରେ ସାମିଲ ହୋଇଥିଲେ । ଏଠାରେ ଚର୍ଚ୍ଚିତ ଏଆଇ ଚାଟବଟ୍ ChatGPT ବିକାଶ କରିବାରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଠାରେ ସେ ଚିଫ୍ ଟେକ୍ନୋଲୋଜି ଅଫିସର ଦାୟିତ୍ବ ତୁଲାଇଥିଲେ ।