ହାଇଦ୍ରାବାଦ: ଦୁନିଆର ସବୁଠୁ ବଡ଼ ଇଲେକଟ୍ରିକ ଯାନ ନିର୍ମାତା ଆମେରିକୀୟ କମ୍ପାନୀ ଟେସଲା ଭାରତରେ ନିଯୁକ୍ତି ପ୍ରକ୍ରିଯା ଆରମ୍ଭ କରିଛି । 2016ରୁ ଭାରତୀୟ ବଜାରରେ ଏଣ୍ଟ୍ରି ମାରିବାକୁ ଯୋଜନା କରୁଥିବା ଟେସଲା ନିକଟରେ (ଫେବୃଆରୀ 13) ଆମେରିକା ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦି ଓ କମ୍ପାନୀ ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ଭେଟଘାଟ ପରେ ଏହା ସମ୍ଭବ କରିପାରିଛି । ଟେସଲା ଅତି କମରେ 13 ଭୂମିକା ପାଇଁ ନିଯୁକ୍ତି ପ୍ରଦାନ କରୁଥିବା ନେଇ ନିଜ ୱେବସାଇଟର କ୍ୟାରିୟର ପୃଷ୍ଠାରେ ପ୍ରକାଶ କରିଛି । ଏପରିକି ଲିଙ୍କଡଇନ୍ରେ ମଧ୍ୟ ବିଜ୍ଞାପନ ଦେଇଛି କମ୍ପାନୀ ।
Had a very good meeting with @elonmusk in Washington DC. We discussed various issues, including those he is passionate about such as space, mobility, technology and innovation. I talked about India’s efforts towards reform and furthering ‘Minimum Government, Maximum Governance.’ pic.twitter.com/7xNEqnxERZ
— Narendra Modi (@narendramodi) February 13, 2025
ଭାରତରେ ଟେସଲା ନିଯୁକ୍ତି ସୁଯୋଗ
ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ପରାମର୍ଶଦାତା ଓ ସର୍ଭିସ ଟେକ୍ନିସିଆଲ ସମେତ ଅତି କମରେ 5ଟି ନିଯୁକ୍ତି ଉଭୟ ମୁମ୍ବାଇ ଓ ଦିଲ୍ଲୀ ପାଇଁ ରହିଛି । ଅନ୍ୟ ନିଯୁକ୍ତି ସୁଯୋଗ ଯେପରିକି କଷ୍ଟମର ଏନଗେଜମେଣ୍ଟ ମ୍ୟାନେଜର ଓ ଡେଲିଭରି ଅପରେସନ ସ୍ପେଶିଆଲିଷ୍ଟ ଭଳି ରୋଲ୍ ବିଶେଷ କରି ମୁମ୍ବାଇ ଲାଗି କମ୍ପାନୀ ପ୍ରଦାନ କରିବ ।
ଟେସଲା ଦେଉଥିବା ନିଯୁକ୍ତିର ତାଲିକା:
- ଇନସାଇଡ୍ ସେଲ୍ସ ଆଡଭାଇଜର୍
- କଷ୍ଟମର ସପୋର୍ଟ ସୁପରଭାଇଜର୍
- କଷ୍ଟମହର ସପୋର୍ଟ ସ୍ପେଶିଆଲିଷ୍ଟ
- ସର୍ଭିସ୍ ଆଡଭାଇଜର୍
- ଅର୍ଡର ଅପରେସନ୍ସ ସ୍ପେଶିଆଲିଷ୍ଟ
- ସର୍ଭିସ ମ୍ୟାନେଜର
- ଟେସଲା ଆଡଭାଇଜର୍
- ଷ୍ଟୋର ମ୍ୟାନେଜର୍
- ପାର୍ଟ୍ସ ଆଡଭାଇଜର୍
- ବିଜନେସ୍ ଅପରେସନ୍ସ ଆନାଲିଷ୍ଟ
- ଡେଲିଭରି ଅପରେସନ୍ସ ଆନାଲିଷ୍ଟ
- ଷ୍ଟୋର ମ୍ୟାନେଜର୍
- ସର୍ଭିସ୍ ଟେକ୍ନିସିଆନ୍

ଭାରତରେ ଟେସଲାର ଇତିହାସ
ଭାରତରେ ବୈଦ୍ୟୁତିକ କାର ଉପରେ ଅଧିକ ଆମଦାନୀ ଶୁଳ୍କ ଯୋଗୁଁ ଟେସଲା ଭାରତୀୟ ବଜାରରେ ଉତ୍ଥାନ ପତ୍ତନର ସମ୍ମୁଖୀନ ହୋଇଛି । କମ୍ପାନୀ ମୁଖ୍ୟ ଏଲନ ମସ୍କ ଏହି ଶୁଳ୍କ ଉପରେ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ, ଯାହା ପ୍ରଥମେ ଟେସଲାକୁ ଭାରତୀୟ ବଜାରରେ ପ୍ରବେଶ କରିବାରେ ବାରଣ କରିଥିଲା । କିନ୍ତୁ ଭାରତର ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି । ଭାରତ 40,000 ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ହାଇ-ଏଣ୍ଡ କାର ଉପରେ ମୌଳିକ କଷ୍ଟମ ଶୁଳ୍କ 110 ପ୍ରତିଶତରୁ 70 ପ୍ରତିଶତକୁ ହ୍ରାସ କରିଛି ।
ଭାରତର ଇଲେକଟ୍ରିକ ଯାନ (EV) ମାର୍କେଟ: ବଢୁଛି ସୁଯୋଗ
ଭାରତରେ ବଢୁଥିବା ଡିସପୋଜେବଲ ଆୟ (ଟିକସ ଦେବା ପରେ ଏବଂ ଖାଦ୍ୟ, ଭଡା ଓ ବିଲ୍ ଭଳି ଆବଶ୍ୟକତା ପୂରଣ ପରେ ବଳୁଥିବା ଆୟ) ଓ ଇଲେକଟ୍ରିକ୍ କାରର ଚାହିଦା ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ଯାନ ନିର୍ମାତା କମ୍ପାନୀ ଲାଗି ଏହା ଏକ ମହତ୍ତ୍ବପୂର୍ଣ୍ଣ ବଜାର ଭାବେ ଉଭା ହୋଇଛି । ଅନ୍ୟପଟେ ଭାରତ ନିକଟରେ ନିଜ ନୀତିରେ ପରିବର୍ତ୍ତନ କରି ଟେସଲା ସମତେ ଅନ୍ୟ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତୀୟ ବଜାର ପ୍ରତି ଆକର୍ଷିତ କରିଛି ।
ଏହା ବି ପଢନ୍ତୁ |
ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ଏହା ରହିଛି କାରଣ |