ଓଡିଶା

odisha

ETV Bharat / technology

ଲଞ୍ଚ ହେଲା 2025 Tata Tiago, Tiago EV ଓ Tigor; ଦାମ ଓ ଫିଚର ଜାଣନ୍ତୁ - TATA MOTORS UPDATED CARS

ଟାଟା ମୋଟର୍ସ ଭାରତରେ 2025 Tiago ICE, Tiago EV ଓ 2025 Tigor ICEକୁ ଲଞ୍ଚ କରିଛି । ଏଥିରେ ଅନେକ ନୂଆ ଫିଚର ପ୍ରଦାନ କରାଯାଇଛି ।

2025 Tata Tiago Tiago EV Tigor launched in India
2025 Tata Tiago Tiago EV Tigor launched in India (Photo- Tata Motors)

By ETV Bharat Tech Team

Published : Jan 10, 2025, 4:00 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ Tata Motors ସୁଲଭ ମୂଲ୍ୟର କାର ସେଗମେଣ୍ଟରେ ଦୀର୍ଘ ସମୟ ମଧ୍ୟରେ ଅଗ୍ରଣୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି । ଏହାର ପୋର୍ଟଫୋଲିଓରେ ରହିଥିବା Tiago ଓ Tigor କମ୍ପାନୀର ସବୁଠୁ ସୁଲଭ ମୂଲ୍ୟର ପ୍ରଡକ୍ଟ, ଯାହାକି EV ଭର୍ସନ ସହିତ ଏହାର ଲାଇନଅପ୍‌କୁ ମଜଭୁତ କରିଥାଏ । ଏବେ କମ୍ପାନୀ ଏହି କାରକୁ MY25 ସହିତ ଅପଡେଟ କରିଛି, ଯାହାର ଭିତରେ କିଛି ଅପଗ୍ରେଡ ଓ ବାହାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

2025 Tata Tiago Price (Photo- Tata Motors)

2025 Tata Tiago (ICE ଓ EV) ଅପଡେଟ୍‌

  • କମ୍ପାନୀର ଲୋକପ୍ରିୟ କାର Indicaର ସକ୍ସେସର ଭାବେ Tata Tiagoକୁ ଲଞ୍ଚ କରାଯାଇଥିଲା । ଏହା କମ୍ପାନୀର ସବୁଠୁ ସୁଲଭଯୋଗ୍ୟ ଓ ଏଣ୍ଟ୍ରି-ଲେଭଲ୍‌ କାର ବୋଲି ବିବେଚନା କରାଯାଏ । ଗ୍ରାହକଙ୍କ ଆବଶ୍ୟକ ମୁତାବକ କମ୍ପାନୀ ଏହି କାରକୁ ଅନେକ ଥର ଅପଡେଟ କରିଛି । ଏବେ 2025 Tata Tiagoକୁ ଭାରତରେ ଲଞ୍ଚ କରାଯାଇଛି, ଯାହାର ପ୍ରାରମ୍ଭିକ ମୂଲ୍ୟ 4.99 ଲକ୍ଷ ଟଙ୍କା (ଏକ୍ସ ଶୋ'ରୁମ) ରହିଛି । ଯେତେବେଳେ ଏହାର ଟପ୍‌-ସ୍ପେକ୍‌ ଭାରିଏଣ୍ଟର ଦାମ 8.2 ଲକ୍ଷ (ଏକ୍ସ-ଶୋ'ରୁମ) ଟଙ୍କା ରହିଛି ।
  • କମ୍ପାନୀ Tiagoରେ ପେଟ୍ରୋଲ ଓ ପେଟ୍ରୋଲ+ CNG ଭାରିଏଣ୍ଟକୁ ପୂର୍ବ ପରି ଉପଲବ୍ଧ କରାଇଛି । ସେପଟେ ଏହାର ଇଲେକଟ୍ରିକ୍‌ ଭର୍ସନ 2025 Tiago EVକୁ ପ୍ରାରମ୍ଭିକ ମୂଲ୍ୟ 7.99 ଲକ୍ଷ (ଏକ୍ସ-ଶୋ'ରୁମ)ରେ ଲଞ୍ଚ କରିଛି । ଡିଜାଇନ ସମ୍ପର୍କରେ କହିଲେ 2025 ଟିଆଗୋ ଓ ଟିଆଗୋ EVରେ ଉପର ଫ୍ରଣ୍ଟ ଗିଲ୍‌ ଦିଆଯାଇଛି, ଯେଉଁଥିରେ ଏବେ ଟ୍ରାଇ-ଏରୋ ପ୍ୟାଟର୍ଣ୍ଣ ନାହିଁ । ଏହାକୁ ନୂଆ candy କଲର ସହିତ ଲଞ୍ଚ କରାଯାଇଛି ।
  • ICE ମଡେଲର ତଳେ ଥିବା ଗ୍ରୀଲରେ ପରିବର୍ତ୍ତନ କରାଯାଇଛି । ସେହିପରି Tiago EVର ତଳ ଗ୍ରୀଲରେ ବଡି କଲର୍‌ ମେଳ ଖାଏ । ଏହାବାଦ୍‌ ଉଭୟରେ ନୂଆ ହେଡଲାଇଟ୍‌ ଦିଆଯାଇଛି । ଉଭୟ କାରରେ ରିଫ୍ଲେକ୍ଟର ସେଟଅପ୍‌ ଦିଆଯାଇଛି । LED DRL ଓ ଫଗ୍‌ ଲାଇଟକୁ ପୂର୍ବ ପରି ରଖାଯାଇଥିବା ବେଳେ ଫ୍ରଣ୍ଟ ବମ୍ପରର ଆକାର ମଧ୍ୟ ସମାନ ରହିଛି
  • କମ୍ପାନୀ ICE ମଡେଲ ସହିତ 15 ଇଞ୍ଚର ଆଲଏ ହ୍ବିଲ୍‌ର ଡିଜାଇନକୁ ସମାନ ରଖାଯାଇଛି । ଅନ୍ୟ ବାହାର ଭାଗ ପରିବର୍ତ୍ତନ ସମ୍ପର୍କରେ କହିଲେ, ଅପଡେଟେଡ୍‌ ମଡେଲରେ ଶାର୍କ-ଫିନ୍‌ ଆଣ୍ଟିନା ସାମିଲ । ଇଣ୍ଟିରିଅରରେ 10.25 ଇଞ୍ଚର ଇନଫୋଟେନମେଣ୍ଟ ସ୍କ୍ରିନ ଦିଆଯାଇଛି, ଯାହାକି ୱେୟାରଲେସ୍‌ ଆଣ୍ଡ୍ରଏଡ ଅଟୋ ଓ ଆପଲ୍‌ କାରପ୍ଲେକୁ ସପୋର୍ଟ କରିଥାଏ । ଅନ୍ୟ ଉଲ୍ଲେଖନୀୟ ଫିଚର ସମ୍ପର୍କରେ କହିଲେ ଏଥିରେ କ୍ରୁଜ କଣ୍ଟ୍ରୋଲ, TPMS, ଟାଇପ-ସି ଚାର୍ଜିଂ ପୋର୍ଟ ଓ ଅନ୍ୟ ଫିଚର ମଧ୍ୟ ସାମିଲ ।
2025 Tata Tiago EV Price (Photo- Tata Motors)

2025 Tata Tigorର ଅପଡେଟ୍‌

2025 Tata Tigor launched in India (Photo- Tata Motors)
  • Tata Tiago ଓ Tiago EV ସହିତ କମ୍ପାନୀ Tigor ICE ମଡେଲକୁ ବି ଅପଡେଟ କରିଛି । କିନ୍ତୁ 2025 ଟାଟା ଟାଇଗର EV ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । 2025 Tigorରେ 2025 Tiago ଭଳି ଫ୍ରଣ୍ଟ ଫେସିଆ ଦିଆଯାଇଛି । କିନ୍ତୁ 2025 Tigorର ଉପର ଗ୍ରୀଲରେ କ୍ରୋମ୍‌ ହେଡଲାଇଟ୍‌ ଦିଆଯାଇଥିବାରୁ ଏହା ଏକ ଭିନ୍ନ ଭିଜୁଆଲ ପାର୍ଥକ୍ୟ ସୃଷ୍ଟି କରିଥାଏ ।
  • 2025 ଟାଇଗରରେ 10.25 ଇଞ୍ଚର ଇନଫୋଟେନମେଣ୍ଟ ସ୍କ୍ରିନ ଦିଆଯାଇଛି, ଯାହାକି ୱେୟାରଲେସ୍‌ ଆଣ୍ଡ୍ରଏଡ ଅଟୋ ଓ ଆପଲ୍‌ କାରପ୍ଲେକୁ ସପୋର୍ଟ କରିଥାଏ । ସେପଟେ ନୂଆ Tigorରେ ନୂଆ 2025 Tiagoଠାରୁ ଅଧିକ ଫିଚର ଦିଆଯାଇଛି । ଏହି କାରରେ ପୁଶ୍‌-ବଟନ୍‌ ଷ୍ଟାର୍ଟ ସହିତ 360 ଡିଗ୍ରୀ କ୍ୟାମେରା ଦିଆଯାଇଛି । ଏହାବାଦ୍‌ ଫ୍ରଣ୍ଟ ସେଣ୍ଟର ଆର୍ମରେଷ୍ଟ, ଡୁଆଲ-ଟୋନ୍‌ କ୍ୟାବିନ ଥିମ୍‌ ଓ ଲେଦର ଆବରଣ ଥିବା 2-ସ୍ପୋକ୍‌ ଷ୍ଟିଅରିଂ ହ୍ବିଲ ଦିଆଯାଇଛି ।
2025 Tata Tigor Price (Photo- Tata Motors)

Tiago ICE, Tiago EV, Tigor: ପାୱାରଟ୍ରେନ୍‌

ଏହାର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଅପଡେଟ ହୋଇନଥିବା ଭର୍ସନ ପରି 2025 ଟିଆଗୋ ଏବଂ 2025 ଟାଇଗରରେ 1.2-ଲିଟର, 3-ସିଲିଣ୍ଡର NA ପେଟ୍ରୋଲ୍ ଇଞ୍ଜିନ ରହିଛି । ଯେଉଁଥିରେ ଡୁଆଲ୍-ସିଲିଣ୍ଡର i-CNG ଟେକ୍ନୋଲୋଜିର ଅପସନ ମଧ୍ୟ ଉପଲବ୍ଧ । ସେପଟେ 2025 ଟିଆଗୋ ଇଭିରେ ପୂର୍ବପରି 19.2 kWhh ଏବଂ 24 kWh ବ୍ୟାଟେରୀ ପ୍ୟାକ୍‌ ଅପସନ ଦିଆଯାଇଛି, ଯାହାକି ଗୋଟିଏ ଥର ଚାର୍ଜରେ ସର୍ବାଧିକ 315 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ଏହା ବି ପଢନ୍ତୁ
  1. 2024ର ବେଷ୍ଟ ସେଲିଂ କାର କିଏ; Marutiକୁ ପଛରେ ପକାଇ ହାତେଇଲା ଟାଇଟଲ୍‌
  2. Mahindra BE 6e Vs Tata Curvv EV; କେଉଁଟା ଭଲ ? ଜାଣନ୍ତୁ

ABOUT THE AUTHOR

...view details