ହାଇଦ୍ରାବାଦ: ଭାରତୀୟ ବଜାରକୁ ଆସିଲା ଆଉ ଏକ ଦମଦାର ସ୍ମାର୍ଟଫୋନ । ମୋଟୋରୋଲା କମ୍ପାନୀ ପକ୍ଷରୁ Moto Edge 50 Neo ସ୍ମାର୍ଟଫୋନ ଲଞ୍ଚ ହୋଇଛି । ଏହି ଡିଭାଇସଟି ଗ୍ରାହକଙ୍କୁ 25ହଜାର ଟଙ୍କା ତଳକୁ ମିଳୁଥିବା ବେଳେ ଲୋକପ୍ରିୟ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମଧ୍ୟ ଏହା ଉପଲବ୍ଧ । ଏହାର ପଛ ପାର୍ଶ୍ବରେ ଟେଲିଫଟୋ ସେନ୍ସର ମିଳୁଥିବା ବେଳେ ଷ୍ଟେରିଓ ସ୍ପିକର ମଧ୍ୟ ମିଳିବ ।
Motorola Edge 50 Neo ଫିଚର୍ସ:-
- 6.4-inch 1.5K pOLED LTPO ଡିସପ୍ଲେ
- 120Hz ରିଫ୍ରେସ ରେଟ୍
- ବ୍ରାଇଟନେସ୍ 3,000 ନିଟ୍ସ
- ମୋବାଇଲ ସ୍କ୍ରିନ ସୁରକ୍ଷା ପାଇଁ Gorilla Glass 3
- MediaTek Dimensity 7300 ଚିପସେଟ୍
- LPDDR4x RAM ଓ UFS 3.1 ଷ୍ଟୋରେଜ
- 4,310mAh ବ୍ୟାଟେରୀ
- ଡୁଆଲ ସ୍ପିକର
- Dolby Atmos ସପୋର୍ଟ
- ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର
- 8GB RAM ଓ 256GB ଷ୍ଟୋରେଜ
Sony ଲେନ୍ସ ସାଙ୍ଗକୁ 50MP କ୍ୟାମେରା:-ଫୋନରେ 120Hz LTPO ଆଡାପ୍ଟିଭ୍ ଡିସପ୍ଲେ ରହିବ । ଏହି ଫୋନରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିବ, ଯେଉଁଥିରେ 50 ମେଗାପିକ୍ସେଲ ସୋନି ଲିଥିୟମ୍ 700ସି ମେନ୍ ସେନ୍ସର ରହିଛି । ଏଥିରେ 3x ଅପ୍ଟିକାଲ୍ ଜୁମ୍ ଏବଂ 30x ଡିଜିଟାଲ୍ ଜୁମ୍ ସପୋର୍ଟ ସହିତ 10 ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ଲେନ୍ସ ମଧ୍ୟ ରହିବ ।