ହାଇଦ୍ରାବାଦ:ଏଲନ ମସ୍କ ଏକ୍ସ ଅଧିଗ୍ରହଣ କରିବା ପରଠାରୁ ପ୍ରତିଦିନ ଏକ୍ସ ପ୍ଲାଟଫର୍ମରେ ନୂଆ ନୂଆ ପରିବର୍ତ୍ତନ କରି ଆସୁଛନ୍ତି । ଏହାସହ ଅନେକ ଫିଚର ଏବଂ ଅପଗ୍ରଡ ନେଇ ମଧ୍ୟ ଘୋଷଣା କରିଛନ୍ତି । ତେବେ ଏହାରି ଭିତରେ ଫ୍ରି ସ୍କିମ ଘୋଷଣା କରିଛନ୍ତି ଏଲନ ମସ୍କ । ମାଗଣାରେ ଏକ୍ସର ପ୍ରିମିୟମ ଏବଂ ପ୍ରିମିୟମ ପ୍ଲସ ସେବା ପ୍ରଦାନ କରିବା ପାଇଁ ଏଲନ ମସ୍କ ଘୋଷଣା କରିଛନ୍ତି । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ମସ୍କ ।
ଫ୍ରିରେ ପ୍ରିମିୟମ ସର୍ଭିସ:କହିରଖୁଛି କି ଏକ୍ସରେ ପୂର୍ବରୁ ପ୍ରିମିୟମ ଏବଂ ପ୍ରିମିୟମ ପ୍ଲସ ପ୍ଲାନ ରହିଛି । ଏହାକୁ ବ୍ୟବାହର କରିବା ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିଥାଏ । ତେବେ ବର୍ତ୍ତମାନ ଏଲନ ମସ୍କ ଏକ୍ସ ୟୁଜର୍ସଙ୍କୁ ମାଗଣା ପ୍ରିମିୟମ ସର୍ଭିସ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ହେଲେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି ମସ୍କ । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଯଦି ଫଲୋର୍ସଙ୍କ ସଂଖ୍ୟା ଅତି କମ୍ରେ 2500 ରହିଥିବ, ସେହି ୟୁଜର୍ସମାନଙ୍କୁ ମାଗଣା ସର୍ଭିସର ସବକ୍ରିପ୍ସନ ମିଳବ । ଅନ୍ୟପଟେ ଯେଉଁ ୟୁଜରମାନଙ୍କର ଫୋଲର୍ସ ସଂଖ୍ୟା ଅତି କମ୍ରେ 5000 ରହିଥିବ, ତାଙ୍କୁ ପୁଣି ପ୍ରିମିୟମ ପ୍ଲସ ସର୍ଭିସର ସବକ୍ରିପ୍ସନ ମିଳିବ ।" ମୋବାଇଲ ୟୁଜର୍ସଙ୍କ ପାଇଁ ଭାରତରେ ବର୍ତ୍ତମାନ ଏକ୍ସ ପ୍ରିମିୟମ ପ୍ଲାନ ଜାରି ରହିଛି । ଏହି ପ୍ଲାନରେ ମୋବାଇଲ ବ୍ୟବହାରୀଙ୍କ ପାଇଁ ମାସିକ 900 ଟଙ୍କା ଏବଂ ଓ୍ବେବରେ 650 ଟଙ୍କା ୟୁଜର୍ସଙ୍କୁ ଦେବାକୁ ପଡୁଛି । ଏହି ପ୍ଲାନରେ ପ୍ରାୟ ସମସ୍ତ ସୁବିଧା ପାଉଛନ୍ତି ୟୁଜର୍ସ।