ହାଇଦ୍ରାବାଦ: କ୍ବିକ୍ କମର୍ସ ସର୍ଭିସ ପ୍ରଦାନ କରୁଥିବା କମ୍ପାନୀ ଧିରେ ଧିରେ ପାରମ୍ପରିକ କିଣାବିକାର ପରିଭାଷାକୁ ପରିବର୍ତ୍ତନ କରିଛନ୍ତି । ଆମେ ସାଧାରଣତଃ ଅନଲାଇନରେ ଅତ୍ୟାବଶ୍ୟକ ସାମଗ୍ରୀ, ବୈଦ୍ୟୁତିକ ଉପକରଣ, ଖାଦ୍ୟ ଓ ପୋଷାକ ଅର୍ଡର କରିଥାଉ । କିନ୍ତୁ କେବଳ ଟେଷ୍ଟ ଡ୍ରାଇଭ ପାଇଁ କାର ? ଆଜ୍ଞା ହଁ, ଏହା ଶୁଣିବାକୁ ଅସାଧାରଣ ଲାଗୁଥିଲେ ମଧ୍ୟ ଏବେ ଜେପ୍ଟୋ (Zepto) କେବଳ ଟେଷ୍ଟ ଡ୍ରାଇଭ ପାଇଁ ମାତ୍ର 10ମିନିଟରେ ଆପଣଙ୍କ ଘର ଆଗରେ ପହଞ୍ଚାଇବ ସ୍କୋଡାର ନୂଆ କିଲାକ୍ ଏସୟୁଭି କାର (Kylaq SUV) । ଏଥିଲାଗି ଜେପ୍ଟୋ ଓ ସ୍କୋଡା ପାର୍ଟନରସିପ୍ ଆରମ୍ଭ କରିଛନ୍ତି ।
ଗତ ଡିସେମ୍ବର 2 ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିବା କିଲାକ୍ ଏସୟୁଭି କାରକୁ ଟେଷ୍ଟ ଡ୍ରାଇଭ ଲାଗି ଚଳିତ ମାସ ଫେବୃଆରୀ 8 ତାରିଖରୁ ଡେଲିଭରି ସେବା ଆରମ୍ଭ କରିବ ଜେପ୍ଟୋ । ଖାଦ୍ୟ ଅର୍ଡର କରିବା ପରି ଏକ କାର୍ ଅର୍ଡର କରିବା ନିଶ୍ଚିତ ଗ୍ରାହକଙ୍କ ଲାଗି ଭିନ୍ନ ଏକ ସପିଂ ଅନୁଭବ ହେବାକୁ ଯାଉଛି । ଜେପ୍ଟୋ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପଦାର୍ଥ ପରି କାରକୁ ଟେଷ୍ଟ ଡ୍ରାଇଭ ବୁକ୍କୁ ମଧ୍ୟ ସହଜ କରିବାକୁ ଲକ୍ଷ୍ୟ ରଖିଛି ।
ଘରଦ୍ବାରରେ ପହଞ୍ଚିବ କିଲାକ୍ ଏସୟୁଭି
ସ୍କୋଡା କହିଛି, "ମାତ୍ର 10 ମିନିଟରେ ଟେଷ୍ଟ ଡ୍ରାଇଭ ଲାଗି ଆପଣ କିଲାକ୍କୁ ବୁକ୍ କରିପାରିବେ ।" ଜେପ୍ଟୋର ଏହି ସେବା ଡିଲରସିପ୍ ପ୍ରକ୍ରିୟାକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । କାରଣ ପୂର୍ବରୁ ଟେଷ୍ଟ ଡ୍ରାଇଭ ଲାଗି କୌଣସି କାରକୁ ବୁକ୍ କରିବାକୁ ହେଲେ ଆଗୁଆ ତାରିଖ ନିର୍ଦ୍ଧାରଣ କରିବା ସହ ବହୁ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଏବେ ଉଭୟ ଜେପ୍ଟୋ ଓ ସ୍କୋଡା ଏହି ପ୍ରକ୍ରିୟାକୁ ଗ୍ରାହକଙ୍କ ଲାଗି ଅତି ସହଜ କରିଛନ୍ତି ।
Fast × Fresh. Any guesses on what Zepto and Škoda are cooking up? Stay tuned! 👀🚗✨#SkodaIndia #SkodaIndiaNewEra #LetsExplore pic.twitter.com/tEHyvrhG4R
— Škoda India (@SkodaIndia) February 4, 2025
କେମିତି ଟେଷ୍ଟ ଟ୍ରାଇଭ ଲାଗି ବୁକ୍ କରିବେ କାର ?
- ପ୍ରଥମେ Zepto ଆପ୍କୁ ଖୋଲନ୍ତୁ ।
- ଏହାପରେ 'Skoda Kylaq test drive' ଅପସନକୁ ଚୟନ କରନ୍ତୁ ।
- ମାତ୍ର 10ମିନିଟ ମଧ୍ୟରେ ଆପଣଙ୍କ ଘର ନିକଟରେ ସ୍କୋଡା କିଲାକ୍ ଏସୟୁଭି ପହଞ୍ଚିବ ।
- କାର ଚଲାନ୍ତୁ ଓ ଏହାପରେ କିଣିବେ ନାହିଁ ନିଷ୍ପତ୍ତି ନିଅନ୍ତୁ ।
- ବିଶେଷ କରି ଯେଉଁମାନେ କେବଳ ଟେଷ୍ଟ ଡ୍ରାଇଭ ଲାଗି ଶୋ'ରୁମକୁ ଯିବାକୁ ଚାହୁଁନାହାନ୍ତି ସେମାନଙ୍କ ଲାଗି ଏହା ବେଷ୍ଟ ଅପସନ ହେବ ।
Skoda Kylaq: ଗୋଟିଏ ନଜରରେ ଜାଣନ୍ତୁ
ଏହାକୁ ଟେଷ୍ଟ ଡ୍ରାଇଭ ଲାଗି ବୁକ୍ କରିବା ପୂର୍ବରୁ ପ୍ରଥମେ ଜାଣିନିଅନ୍ତୁ କାରର ବାହାର ଭିତର ଡିଜାଇନ, ସ୍ପେଶିଫିକେସନ, ସୁରକ୍ଷା ଫିଚର ଓ ଦାମ କେତେ ?
ଏକ୍ସଟିରିଅର ଫିଚର:
- ସ୍କୋଡାର ସିଗ୍ନେଚର ବଟରଫ୍ଲାଏ ଗ୍ରିଲ ସହ LED ହେଡଲାଇଟ୍ ରହିଛି ।
- 17-ଇଞ୍ଚର ଆଲଏ ହ୍ବିଲ ରହିଛି ।
- ଷ୍ଟାଇଲିସ ରିଅର ପ୍ରୋଫାଇଲ ଲାଗି ଟେଲ୍ ଲାଇଟ୍ସ ରହିଛି ।
ଇଣ୍ଟେରିଅର ଫିଚର:
- 6ଟି ସ୍ପିକର ସହ 10.1-ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ।
- 8-ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ
- ୱେୟାରଲେସ ଫୋନ ଚାର୍ଜର ଓ ସିଙ୍ଗଲ-ପେନ ସନରୁଫ
- 6-ୱେ ଇଲେକଟ୍ରିକ ଆଡଜଷ୍ଟେବଲ ଫ୍ରଣ୍ଟ ସିଟ୍
- ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ ଓ ରିଅର AC ଭେଣ୍ଟ
ସୁରକ୍ଷା ଫିଚର:
- 6 ଏୟାରବ୍ୟାଗ୍
- ଇଲେକଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ ଓ ଟ୍ରାକ୍ସନ କଣ୍ଟ୍ରୋଲ
- ଟାୟାର ପ୍ରେସର ମନିଟରିଂ ସିଷ୍ଟମ
- ରିଅର ପାର୍କିଂ କ୍ୟାମେରା ସେନ୍ସର
ଇଞ୍ଜିନ: ଏଥିରେ 1.0-ଲିଟର, TSI ଟର୍ବୋ-ପେଟ୍ରୋଲ ଇଞ୍ଜିନ ମିଳିଥାଏ, ଯେଉଁଥିରେ 6-ସ୍ପିଡ ମ୍ୟାନୁଆଲ୍ ଓ ଅଟୋମେଟିକ ଟ୍ରାନ୍ସମିସନ ସହିତ ଯୋଡ଼ାଯାଇଛି ।
ଦାମ କେତେ ?
କିଲାକ୍ର ଦାମ 7.89 ଲକ୍ଷ ଟଙ୍କାରୁ ଆରମ୍ଭ କରି 14.40 ଲକ୍ଷ ଟଙ୍କା (ଏକ୍ସ ଶୋ'ରୁମ) ରହିଛି । ଏହା ବଜାରରେ ମାରୁତି ବ୍ରେଜା, ଟାଟା ନେକ୍ସନ, ହୁଣ୍ଡାଇ ଭେନ୍ୟୁ, କିଆ ସୋନେଟ୍, ମହିନ୍ଦ୍ରା XUV 3X0 ଓ କିଆ ସାଇରସ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ ।