ଓଡିଶା

odisha

ETV Bharat / technology

ବେତନ ବିବାଦ, ଏଲନ ମସ୍କଙ୍କ ବିରୋଧରେ 128 ମିଲିୟନ୍ ଡଲାର ମୂଲ୍ୟର ମକଦ୍ଦମା ଦାୟର କଲେ ୪ ପୂର୍ବତନ ଅଧିକାରୀ - Former Twitter CEO Parag Agrawal

Former Twitter Executives Sue Elon Musk: ପାରାଗ ଅଗ୍ରୱାଲଙ୍କ ସମେତ ସମସ୍ତ ଚାରିଜଣ କାର୍ଯ୍ୟନିର୍ବାହୀ ଏଲନ୍ ମସ୍କଙ୍କ ବିରୋଧରେ 128 ମିଲିୟନ୍ ଡଲାରର ଦରମା ନ ଦେଇଥିବା ଅଭିଯୋଗରେ ମକଦ୍ଦମା ଦାୟର କରିଛନ୍ତି । ଅଧିକ ପଢନ୍ତୁ

Former Twitter Executives Sue Elon Musk
Former Twitter Executives Sue Elon Musk

By ETV Bharat Odisha Team

Published : Mar 5, 2024, 12:01 PM IST

ହାଇଦ୍ରାବାଦ:ଅଡୁଆରେ ଏଲନ ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲ ଏବଂ ଏକ୍ସର ବହୁ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି । ଏକ ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି । ଚାକିରିରୁ ବିଦା କରିବା ପରେ କ୍ଷତିପୂରଣ ବାବଦରେ ଦେବାକୁ ଥିବା ପାରିଶ୍ରମିକକୁ ନେଇ ବିବାଦ ଦେଖାଦେଇଛି । ତେବେ ପରାଗ ଅଗ୍ରଓ୍ବାଲଙ୍କ ସହିତ ନେଡ ସିଗଲ, ଏକ୍ସର ପୂର୍ବ ସିଏଫଓ, ପୂର୍ବତନ ମୁଖ୍ୟ ଆଇନ ଅଧିକାରୀ ବିଜୟ ଗଡେ ଏବଂ ପୂର୍ବତନ ସାଧାରଣ ପରାମର୍ଶଦାତା ମସ୍କଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ।

12.8 କୋଟି ଡଲାର ଦେୟକୁ ନେଇ ବିବାଦ: ମିଡିଆ ରିପୋର୍ଟ ଅନୁସାରେ, ପରାଗ ଅଗ୍ରଓ୍ବାଲଙ୍କ ସମେତ 4ଜଣ ଏକ୍ସ ଅଧିକାରୀ ମସ୍କଙ୍କ ବିରୋଧରେ 12.8 କୋଟି ଡଲାର ଦରମା(ସେଭେରେନ୍ସ ) ଦେଇନଥିବା ଅଭିଯୋଗ ହୋଇଛି । ଏଲନ ମସ୍କଙ୍କ ଏକ୍ସକୁ ହାତକୁ ନେବା ପରେ ଏହି କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବରଖାସ୍ତ କରାଯାଇଥିଲା । କାର୍ଯ୍ୟରେ ଅବହେଳା ଏବଂ ଅସଦାଚରଣ ପାଇଁ ମସ୍କ ଅଧିକାରୀମାନଙ୍କୁ ବରଖାସ୍ତ କରିଥିବା କଥା କହିଥିଲେ । ତେବେ ଏହି ଅଧିକାରୀମାନେ ମସ୍କଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Twitter ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ଏଲନ୍‌ ମସ୍କ

ଏଲନ ମସ୍କଙ୍କ ବିରୋଧରେ କାର୍ଲିଫର୍ଣ୍ଣିଆର ୟୁଏସ ଡିଷ୍ଟ୍ରିଟ କୋର୍ଟରେ ମକଦ୍ଦମା ଦାୟର କରାଯାଇଛି । ଚାକିରିକୁ ବିଦା କରିବା ପରେ ଅଧିକାରୀମାନଙ୍କୁ ଦରମା ଦେବା ନେଇ କୁହାଯାଇଥିଲା । କାରଣ ନିୟମ ଅନୁସାରେ, ଜଣଙ୍କୁ ବିନା ନୋଟିସରେ ଚାକିରିରୁ ବାହାର କରିବା ପରେ ତାଙ୍କୁ ଦରମା ଦେବା ଉଚିତ । ଏହି କ୍ରମରେ ପାରାଗ ଅଗ୍ରୱାଲଙ୍କୁ 60 ମିଲିୟନ୍ ଡଲାରର ସେଭେନ୍ସ ପେମେଣ୍ଟ ମିଳିବା ଉଚିତ । ସେଗେଲ୍ 46 ମିଲିୟନ୍ ଡଲାର୍ ପାଇବାକୁ ଥିବାବେଳେ ଗାଡେଙ୍କୁ 21 ମିଲିୟନ୍ ଡଲାର୍ ମିଳିବାର ଥିଲା । ତେବେ ଏକ୍ସର ଯାଞ୍ଚ ସମୟରେ ପରାଗ ଅଗ୍ରୱାଲ ଏବଂ ଅନ୍ୟ କାର୍ଯ୍ୟନିର୍ବାହୀମାନେ ମଧ୍ୟ ଏଲନ୍ ମସ୍କଙ୍କ ନିକଟରେ ଆଇନଗତ ଫି ପ୍ରଦାନ ପାଇଁ ମକଦ୍ଦମା ଦାୟର କରିଥିଲେ ।

ପ୍ରକାଶଥାଉକି, 2022 ମସିହା ଅକ୍ଟୋବର ମାସରେ ଟ୍ବିଟର ସିଇଓ ପରାଗ ଅଗ୍ରାୱାଲଙ୍କୁ ବିଦା କରିଥିଲେ ଏଲନ୍‌ ମସ୍କ । ପରାଗଙ୍କ ଦକ୍ଷତା ଯୋଗୁଁ ଟ୍ବିଟରର ସହ ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍‌ସି ସିଇଓ ପଦରୁ ଇସ୍ତଫା ଦେଇ ପରାଗଙ୍କୁ ଟ୍ବିଟରର ନୂଆ ସିଇଓ ଘୋଷଣା କରିଥିଲେ । ୨୦୨୧ ମସିହା ନଭେମ୍ବର ମାସରେ ଦାୟିତ୍ବ ନେଇଥିଲେ ପରାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details