ହାଇଦ୍ରାବାଦ:ଆଜି (ସେପ୍ଟେମ୍ବର 9) ଗ୍ଲୋ ଟାଇମ ଇଭେଣ୍ଟର ଆୟୋଜନ କରିଛି ଆମେରିକାର ଟେକ୍ନୋଲୋଜି କମ୍ପାନୀ ଆପଲ୍ । ଏହି ଇଭେଣ୍ଟ କମ୍ପାନୀ ପକ୍ଷରୁ ଆଇଫୋନର 16 ସିରିଜ ଓ ଆପଲ୍ ୱାଚ ସିରିଜ 10 ଲଞ୍ଚ ହେବାକୁ ୟାଉଛି । ଏହାସହିତ ଏହାର ସଫ୍ଟୱେର ଅପଡେଟର ତାରିଖ ମଧ୍ୟ ଘୋଷଣା ହେବ । ଏଥିରେ iOS 18, iPadOS 18, tvOS 18, watchOS 11, visionOS 2 ଓ macOS Sequoia ସାମିଲ । ତେବେ ଆମେ ଆପଣଙ୍କୁ ଏଠାରେ iPhone 16 ସମ୍ପର୍କରେ କହିବୁ, ଯାହାକୁ କିଣିବାକୁ ଆଇଫୋନ ଲଭର ବେଶ ଉତ୍ସାହିତ ଅଛନ୍ତି ।
20 ସେପ୍ଟେମ୍ବରଠୁ ବିକ୍ରି ଆରମ୍ଭ !
କିଛି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଫୋନ 16 ସିରିଜ ଲଞ୍ଚ ହେବା ମାତ୍ରେ ଏହାର ପ୍ରି-ଅର୍ଡରିଂ ଉପଲବ୍ଧ ହେବ । ଏହାସହିତ ସେପ୍ଟେମ୍ବର 20 ତାରିଖରୁ ବିକ୍ରି ଆରମ୍ଭ ହେବ । ହେଲେ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଜି ରାତି ପ୍ରାୟ 10.30ରେ ଏହି ଫୋନ ଲଞ୍ଚ ହେବାକୁ ଯାଉଛି ।
iPhone 16 ଓ iPhone 16 Plus ଡିଜାଇନ:-
ଆଇଫୋନର ଡିଜାଇନର iPhone 11 ପରେ ଅପରିବର୍ତ୍ତିତ ରହିଛି । ଯେଉଁଥିରେ ଡାୟନାମିକ୍ ଆଇଲ୍ୟାଣ୍ଡ ସବୁଠୁ ଖାସ । କିନ୍ତୁ iPhone 16 ସିରିଜରେ ପୁରା ଲୁକ୍ ଗୋଟିଏ ପ୍ରକାର ହୋଇପାରେ । ତଥାପି କିଛିଟା ପରିବର୍ତ୍ତନ ଆଶା କରାୟାଉଛି । କ୍ୟାମେରା ମଡ୍ୟୁଲକୁ ଛୋଟ କରିବା ସହ ଦୁଇଟି କ୍ୟାମେରା ତଳକୁ ତଳ ରହିପାରେ । ଏହାବ୍ୟତୀତ LED ଫ୍ଲାସ୍ କ୍ୟାମେରା ମଡ୍ୟୁଲରୁ ଡିଭାଇସର ପଛ ପାର୍ଶ୍ବକୁ ଟ୍ରାନ୍ସଫର କରାଯାଇପାରେ ବୋଲି କୁହାଯାଉଛି ।