ହାଇଦ୍ରାବାଦ:ବିରାଟ କୋହଲି... କ୍ରିକେଟକୁ ବୁଝିବାକୁ ହେଲେ ବାସ ଏହି ଗୋଟିଏ ନାମ ହିଁ କାଫି । ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିରେ ସେ । କିଏ ତାଙ୍କୁ କିଙ୍ଗ କୋହଲି କୁହେ ତ ଆଉ କିଏ ରନ୍ ମେସିନ, ଭାରତୀୟ କ୍ରିକେଟ ଜଗତର ବାଦଶାହ, ଆଗାମୀ ପିଢି ପାଇଁ ପ୍ରେରଣା, ବିପଦ ସମୟର ରକ୍ଷକ ବୋଲି କହିଲେ ଭୁଲ ମଧ୍ୟ ହେବନି । ଟି20, ଦିନିକିଆ, ଟେଷ୍ଟ... କ୍ରିକେଟର ସବୁ ଫର୍ମାଟରେ ସେ ମାହିର । ଗୁରୁତ୍ବପୂର୍ଣ୍ଣ ସମୟରେ ଦଳ ପାଇଁ ସଙ୍କଟମୋଚକ ସେ । ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର । ଦକ୍ଷ ଫିଲ୍ଡର ସହ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତୀମାନକୁ ଅତିକ୍ରମ କରି ନିଜ ନାମରେ ଲେଖିଛନ୍ତି ବିରାଟ । ଆଜି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । 36 ବର୍ଷ ବଯସରେ ପାଦ ଥାପିଛନ୍ତି କୋହଲି । ଏଥି ପାଇଁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଟିମ୍ ଇଣ୍ଡିଆର ସଙ୍କଟ ମୋଚକ କୋହଲି:
ଅନେକ ବଡ ବଡ ମ୍ୟାଚରେ କୋହଲିଙ୍କ ଯାଦୁ ଫିଲ୍ଡରେ ଦେଖିବାକୁ ମିଳେ । ଯେତେବେଳେ କାହାର ବ୍ୟାଟ ନଚାଲେ ସେତେବେଳେ କୋହଲିଙ୍କ ବ୍ୟାଟ ଚାଲେ । ସେ ବ୍ୟାଟ ବୁଲାଇଲେ ବିପକ୍ଷ ଦଳର ହାରିବା ଭୟ ଦ୍ବିଗୁଣିତ ହୋଇଯାଏ । ବିରାଟଙ୍କ ବିରାଟ ପାଳି ଖେଳର ମୋଡ ବଦଳାଇ ଦେଇଥାଏ । ଦିନିକିଆ ବିଶ୍ବକପ ଭାରତ ଜିତିନି ସତ, କିନ୍ତୁ ପ୍ରତି ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଦଳକୁ ବିଜୟ କରିବାରେ ବେଶ ସହାୟକ ହୋଇଥିଲା । ବ୍ୟାଟରୁ ରନ ବର୍ଷା କରି ସେ ହୋଇଥିଲେ ସର୍ବାଧିକ ରନ ହାସଲକାରୀ । ଟି 20 ବିଶ୍ବକପରେ କୋହଲିଙ୍କ ପ୍ରଶଂସା ଯେତେ କଲେ ମଧ୍ୟ କମ୍ ପଡିବ । ପୁରା ମ୍ୟାଚରେ ସିନା ନିଜ ସ୍କୋରରେ ଦଳ ତଥା ଫ୍ୟାନ୍ସଙ୍କୁ ସନ୍ତୁଷ୍ଟ କରିପାରିଲେନି, କିନ୍ତୁ ଫାଇନାଲ ମ୍ୟାଚରେ ତାଙ୍କ ଚମକ ଦେଖିଥିଲା ପୁରା ବିଶ୍ବ । ଫାଇନାଲ ମ୍ୟାଚରେ ସେ ଦଳ ପାଇଁ ସାଜିଥିଲେ ସଙ୍କଟମୋଚକ । ପିଚର ଗୋଟିଏ ସାଇଡରେ ଜଣଙ୍କ ପରେ ପରେ ଜଣେ ବ୍ୟାଟର ଆଉଟ ହୋଇଥିବା ବେଳେ ସେ କିନ୍ତୁ ମନକୁ ଦୃଢ କରି ବ୍ୟାଟିଂ ଜାରି ରଖି ଦଳର ରନକୁ ଆଗକୁ ବଢାଇ ଚାଲିଥିଲେ । ଚାପରେ ରହିବି କିପରି ଆଗକୁ ବଢି ହୁଏ ତାହା ସେ ଦେଖାଇ ଦେଇଥିଲେ ।
ବିରାଟଙ୍କ ବିଷୟରେ:
1988 ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ ଆଜି 36 ବର୍ଷରେ ପାଦ ଥାପିଛନ୍ତି । ଗାଁରୁ ସହର, ଦେଶରୁ ବିଦେଶ ସୁବଠୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଣ୍ଡର୍-19 କ୍ରିକେଟ୍ ଟିମ୍ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ କ୍ରିକେଟ୍ କିଙ୍ଗ । ନିକଟରେ ତାଙ୍କ କ୍ରିକେଟ କୀର୍ତ୍ତି ସମସ୍ତଙ୍କୁ ପ୍ରଶଂସିତ କରିବାକୁ ବାଧ୍ୟ କରିଛି । 2008ରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଡେବ୍ୟୁ ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ବର୍ତ୍ତମାନର 16 ବର୍ଷର ଯାତ୍ରା ମଧ୍ୟରେ ବିରାଟ ରେକର୍ଡ ରଚିଛନ୍ତି ବିରାଟ । ନାନା ବିବାଦ, ଆଲୋଚନା, ପର୍ଯ୍ୟାଲୋଚନା ପରେ ସେ ଯେ, ଟିମ୍ ଇଣ୍ଡିଆର ରନ୍ ମେସିନ୍ ତାହା ପ୍ରମାଣିତ ।
ନଜର ପକାନ୍ତୁ ବିରାଟଙ୍କ 5ଟି ବଡ ରୋକର୍ଡ ଉପରେ:
ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ବିତୀୟ