ETV Bharat / sports

ନେଟ୍ ପ୍ରାକ୍ଟିସ୍ ଛାଡି ଓଡିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍ - ENGLAND PLAYERS ENJOY GOLF

ବାରବାଟୀ ବ୍ୟାଟେଲ ପୂର୍ବରୁ ଅଭ୍ୟାସ ଛାଡି ଗଲ୍ଫ ପଡିଆରେ ନଜର ଆସିଲେ ଟିମ୍ ଇଂଲଣ୍ଡ ଖେଳାଳି ।

ENGLAND PLAYER ENJOY GOLF
ENGLAND PLAYER ENJOY GOLF (ETV BHARAT ODISHA)
author img

By ETV Bharat Odisha Team

Published : Feb 8, 2025, 4:51 PM IST

ଭୁବନେଶ୍ୱର: ଓଡ଼ିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍ । ଆସନ୍ତାକାଲି ଭାରତ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଅଭ୍ୟାସ ବାତିଲ କଲା ଟିମ୍ ଇଂଲଣ୍ଡ । ଗତକାଲି ଭୁବନେଶ୍ୱରରେ ଦୁଇ ଦଳ ପହଞ୍ଚିଥିଲେ । ଆଜି ଦୁଇ ଦଳର ବାରବାଟୀରେ ଅଭ୍ୟାସ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଅଭ୍ୟାସକୁ ନଯାଇ ଭୁବନେଶ୍ୱରରେ ଗଲ୍ଫ ଖେଳିଛନ୍ତି ଇଂଲଣ୍ଡ କ୍ରିକେଟର । ଆସନ୍ତାକାଲି (ରବିବାର) ଭାରତର ଏବଂ ଇଂଲଣ୍ଡ ଦଳ ମଧ୍ଯରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ । ଏପଟେ ବାରବାଟୀ ବ୍ୟାଟେଲ ପାଇଁ ତୟାରୀ ଶେଷ ହୋଇଛି ।

ENGLAND PLAYER ENJOY GOLF
ENGLAND PLAYER ENJOY GOLF (ETV BHARAT ODISHA)

ଓଡ଼ିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍-

ଇଂଲଣ୍ଡ ଟିମ ଖେଳାଳି ଭୁବନେଶ୍ୱର ଇନଫୋସିଟି ସ୍ଥିତ ଗଲ୍ଫ କୋର୍ଟରେ ପହଂଚି ଖେଳିଲେ ଗଲ୍ଫ । ଇଂଲଣ୍ଡ କ୍ରିକେଟ୍ ଟିମ୍ ଅଧିନାୟକ ଜସ ବଟଲରଙ୍କ ସମେତ ଲିଭିଂଷ୍ଟୋନ, ହ୍ୟାରି ବ୍ରୁକ୍, ଜୋ ରୁଟ, ବେନ୍ ଡକେଟ, ମାଥ୍ୟୁ ସର୍ଟ, ଓଭରଟନଙ୍କ ସମେତ ସପୋର୍ଟ ଷ୍ଟାପ ପହଞ୍ଚି ଗଲଫ୍ ଖେଳିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଗଲଫ ଖେଳିଥିଲେ । ଏଥିପାଇଁ କଡ଼ା ସୁରକ୍ଷାରେ କମିଶନରେଟ ପୋଲିସ ଇଂଲଣ୍ଡ ଟିମକୁ ନେଇଥିଲା ଗଲ୍ଫ କୋର୍ଟ । ସେଠାରେ ଗଲ୍ଫ ଖେଳିବା ସହ ଗଲ୍ଫ ପଡିଆ ଦାୟିତ୍ବରେ ଥିବା କର୍ମିଚାରୀମାନଙ୍କ ସହ ମଧ୍ୟ କଥା ହେଲେ ଇଂଲଣ୍ଡ ଖେଳାଳି ।

ଏହା ବି ପଢନ୍ତୁ- ବାରବାଟୀରେ ଦିନିକିଆ ରେକର୍ଡ: ଭାରତ ଫେବରେଟ୍, ଇଂଲଣ୍ଡର ପଲ୍ଲା ଭାରି - INDIA ENGLAND ODI MATCH

ଶନିବାର ନେଟ ପ୍ରାକ୍ଟିସ-

ରବିବାର ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଥିବା ବେଳେ ଶନିବାର ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ । ସକାଳ ସମୟରେ ଗୋଟିଏ ଟିମ୍ ଓ ଉପରବେଳା ଅନ୍ୟ ଏକ ଟିମ୍ ପ୍ରାକ୍ଟିସ ପାଇଁ ଯିବେ । ୯ ତାରିଖ ଦିନ ଖେଳ ଯେହେତୁ ଉଭୟ ଟିମ୍ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲରେ ମଧ୍ୟ ପହଞ୍ଚିବେ ।

ଭୁବନେଶ୍ୱରରେ ଦୁଇ ଟିମ୍-

ରାଜଧାନୀରେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତୀୟ ଏବଂ ଇଂଲଣ୍ଡ ଦଳର ଖେଳାଳି । ବିମାନ ବନ୍ଦରରୁ ସ୍ୱତନ୍ତ୍ର କରିଡରରେ ଯାଇଥିଲେ ତାରକା ହୋଟେଲକୁ । ଭୁବନେଶ୍ବର ତାରକା ହୋଟେଲରେ ଖେଳାଳିଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା ।

ତାରକା ହୋଟେଲରେ ଖେଳାଳିଙ୍କ ରହିବା ବ୍ୟବସ୍ଥା-

ତାରକା ହୋଟେଲରେ ଖେଳାଳିଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତ ଓ ପୁଷ୍ପ ବର୍ଷା ସହ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା । ଉଭୟ ଟିମର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଜଗନ୍ନାଥଙ୍କ ଦର୍ଶନ କଲେ ଟିମ୍ ଇଣ୍ଡିଆ କ୍ରିକେଟର-

ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ଦଳର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ । ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।

1-0ରେ ଆଗରେ ଭାରତ-

3 ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ 1-0ରେ ଆଗରେ ରହିଛି । ନାଗପୁର ବିଦର୍ଭ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 4 ଓ୍ବିକେଟରେ ବିଜୟୀ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.