ଓଡିଶା

odisha

ETV Bharat / sports

ଧୋନିଙ୍କ ଧୂଆଁଧାର ପ୍ରଦର୍ଶନ ଦେଖି ଏମିତି କହିଲେ ପତ୍ନୀ ସାକ୍ଷୀ - Sakshi Singh - SAKSHI SINGH

Dhoni's Wife Sakshi instagram post: ଚେନ୍ନାଇର ପରାଜୟ ପରେ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ସାକ୍ଷୀ । ଆମେ ଅନୁଭବ କରିନାହୁଁ, ଆମେ ହାରିଗଲୁ ବୋଲି ମାହିଙ୍କ ଫଟୋ ରଖି ପୋଷ୍ଟ କଲେ ପତ୍ନୀ । ଅଧିକ ପଢନ୍ତୁ

Sakshi Singh
Sakshi Singh

By ETV Bharat Odisha Team

Published : Apr 1, 2024, 1:25 PM IST

Updated : Apr 1, 2024, 1:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ଲଢୁଆ ବ୍ୟାଟିଂ । 8 ନମ୍ବରରେ ବ୍ୟାଟିଂ କରିବାକୁ ଆସି ଶେଷ ଦୁଇ ଓଭରରେ ଛକା ଚୌକାର ବର୍ଷା କରି ପୁଣି ଦର୍ଶକଙ୍କ ବିଶ୍ବାସ ଜିତିଲେ ଏମଏସଡି । ମାତ୍ର 16 ବଲରେ ସେ 37 ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଛି ସତ କିନ୍ତୁ ଚେନ୍ନାଇର ହାର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଧୋନିଙ୍କ ପ୍ରଦର୍ଶନକୁ ବେଶ ଖୁସି ଅଛନ୍ତି ପତ୍ନୀ ସାକ୍ଷୀ ଧୋନି । ଆମେ ଅନୁଭବ କରିନାହୁଁ ଯେ ଆମେ ହାରିଗଲୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାକ୍ଷୀ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବିପକ୍ଷ ମ୍ୟାଚରେ ଛକା ଚୌକାର ବର୍ଷା କଲେ ମାହି, ଓ୍ବିକେଟ କିପର ଭାବେ କଲେ ନୂଆ ରେକର୍ଡ - MS Dhoni Record

ଗତକାଲି (ରବିବାର) ମ୍ୟାଚ ଶେଷ ହେବା ପରେ ସାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟାଟସ ରଖିଥିଲେ । ଧୋନିଙ୍କ ଫଟୋ ରଖି ସେ ଲେଖିଥିଲେ ଯେ, 'ଆମେ ଅନୁଭବ କରିନାହୁଁ ଯେ ଆମେ ହାରିଗଲୁ' । ଏହାକୁ ସେ ମାହିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ । କିନ୍ତୁ ଯେତେବେଳେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ ସେତେ ବେଳେ ମାହି ମାହି ନାମରେ କମ୍ପି ଉଠିଥିଲା ଷ୍ଟାଡିୟମ । ଦର୍ଶକ ଯେମିତି ତାଙ୍କ ବ୍ୟାଟିଂ ଦେଖିବା ପରି ଚାତକ ପରି ଚାହିଁ ରହିଥିଲେ । ପ୍ରଥମେ ସେ ଏକ ଚୌକା ମାରିଥିଲେ । ଆଉ ଏହାପରେ ଆଉ ଅଟକି ନଥିଲା ମାହିଙ୍କ ବ୍ୟାଟ । 16 ବଲରେ 37 ରନ କରିଥଲେ ଧୋନି । ସେ ଜାଣିଥିଲେ ମ୍ୟାଚ ହରିବେ କିନ୍ତୁ ଏହା ପରେ ବି ସେ ଅଟକି ନଥିଲେ । ଶେଷ ବଲରେ ବିଶାଳ ଛକା ମାରି ଓଭର ଶେଷ କରିଥିଲେ । ଶେଷ ଓଭରରେ 2ଟି ଛକା ଓ 2ଟି ଚୌକା ମାରି 20 ରନ ସଂଗ୍ରହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଚେନ୍ନାଇ ବ୍ୟାଟର, ଋଷଭ ବାହିନୀର ପ୍ରଥମ ବିଜୟ - IPL 2024

ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ପର୍ଯ୍ୟନ୍ତ 3ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ 2ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି ଦଳ । ପୂର୍ବ 2 ମ୍ୟାଚରେ ମହେନ୍ଦ୍ର ସିଂଙ୍କ ବ୍ୟାଟିଂ ପାଳି ପଡିନଥିଲା । ତୃତୀୟ ମ୍ୟାଚରେ ବ୍ୟାଟିଂ କରିଥିଲେ ଧୋନି । ଆଇପିଏଲର 13 ତମ ମ୍ୟାଚରେ ଦିଲ୍ଲୀ ଓ ସିଏସକେ ମଧ୍ୟରେ ମୁକିବିଲା ହୋଇଥିଲା । 20 ରନରେ ଦିଲ୍ଲୀ ଚେନ୍ନାଇକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା ।

Last Updated : Apr 1, 2024, 1:50 PM IST

ABOUT THE AUTHOR

...view details